fbpx

୨୪ଘଣ୍ଟାରେ ୪୨୧୩ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, ୧୧ା୫: ଦେଶରେ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ବନ୍ଦେ ମାତରଂ ମିଶନରେ ୪ହଜାର ପ୍ରବାସୀ ଭାରତୀୟ ଫେରିଛନ୍ତି । ୫ଲକ୍ଷ ଯାତ୍ରୀଙ୍କୁ ଟ୍ରେନ୍ ଯୋଗେ ନିଜ ଅଞ୍ଚଳକୁ ପଠାଯାଇଛି । ପ୍ରବାସୀ ଶ୍ରିମକ ସଡ଼କ କିମ୍ବା ରେଳ ଟ୍ରାକ୍ ବ୍ୟବହାର ନକରନ୍ତୁ ବୋଲି ସେ କହିଛନ୍ତି । ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ସମୀକ୍ଷା କରାଯାଇଛି । ଆସନ୍ତାକାଲିଠୁ ଦିଲ୍ଲୀରୁ ୧୫ଟି ସ୍ଥାନକୁ ଟ୍ରେନ ଚଳାଚଳ କରିବ । ଦିନକୁ ୧୦୦ ସ୍ୱତନ୍ତ୍ର ଶ୍ରମିକ ଟ୍ରେନ ଚଳାଚଳ ପାଇଁ ଯୋଜନା ହୋଇଛି ।
ଦେଶରେ କରୋନା ସୁସ୍ଥ ହେବା ହାର ୩୧.୧୫%ରେ ପହଞ୍ଚିଛି । ବତ୍ତର୍ମାନ କରୋନାରେ ଦେଶରେ ମୃତ୍ୟୁ ସଂଖ୍ୟା ୨ହଜାର ୨୦୬କୁ ବୃଦ୍ଧି ପାଇଛି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭ହଜାର ୧୫୨କୁ ବୃଦ୍ଧି ପାଇଥିବା ବେଳେ ୨୦ହଜାର ୯୧୭ଜଣ ସୁସ୍ଥ ହୋଇଛନ୍ତି । ଏବେ ୪୪ହଜାର ୨୯ଜଣ ଚିକିତ୍ସାଧୀନ ଅଛନ୍ତି । ଗତ ୨୪ଘଣ୍ଟାରେ ୪୨୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୭ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଲକ୍ଷଣ ଥିଲେ ଲୁଚାନ୍ତୁ ନାହିଁ ସାମ୍ନାକୁ ଆସନ୍ତୁ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.