fbpx

ପିଭିଆରର ବଡ ଘୋଷଣା: ଲକ୍-ଡାଉନ୍ ପରେ ସିନେମାହଲରେ ଏହିପରି ରଖାଯିବ ସାମାଜିକ ଦୂରତା

ମୁମ୍ବାଇ,୫ ।୪: ଭାରତର ସବୁଠାରୁ ବଡ ଥିଏଟର ଚେନ୍ ପିଭିଆର ଲକ୍ ଡାଉନ୍ ପରେ ସିନେମାଘର ଖୋଲିବାରେ ଦିଗରେ ଏକ ବଡ ପରିବର୍ତ୍ତନ ଆଣିବାକୁ ଚାହୁଁଛି । ଥିଏଟର ଭିତରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ପିଭିଆର ସିନେମାର ସିଇଓ ଗୌତମ ଦତ୍ତା କହିଛନ୍ତି । ଲକ୍ ଡାଉନ୍ ପରେ ବି ସିନେମାଘରେ କରୋନା ପାଇଁ ସାମାଜିକ ଦୂରତାକୁ ନେଇ ବ୍ୟବସ୍ଥା କରାଯିବ ।

ତେବେ ଗୌତମ କହିଛନ୍ତି ଯେ, ଟିକେଟ୍ ବୁକିଂ ବେଳେ ଦର୍ଶକଙ୍କୁ ସାମାଜିକ ଦୂରତା ବିଷୟରେ କୁହାଯିବ । ଏହା ସହ ହଲରେ ପପକର୍ଣ୍ଣ ବାଣ୍ଟି ଖାଇବାକୁ ବି ବାଏ ବାଏ କରିବାକୁ ପଡିବ । ସିନେମା ହଲରେ କିପରି ସାମାଜିକ ଦୂରତା ଉପରେ ଧ୍ୟନ ରଖାଯିବ, ସେନେଇ କର୍ମଚାରୀମାନଙ୍କୁ ତାଲିମ ଦିଆଯାଉଛି ।’

Get real time updates directly on you device, subscribe now.