fbpx

ରୂପଚର୍ଯ୍ୟା ନେଇ ଟମାଟୋରେ କଣ ରହିଛି ବିଶେଷ ଗୁଣ, ଜାଣନ୍ତୁ

ତରୁଣୀମାନେ ନିଜର ତ୍ୱଚାକୁ ସୁନ୍ଦର କରିବାକୁ ବଜାରରେ ବିକ୍ରି ହେଉଥିବା ବିଭିନ୍ନ ପ୍ରକାର କସମେଟିକ କ୍ରିମ ଲଗାଉଛନ୍ତି । ଯାହାଫଳରେ ଏହା ପାଶ୍ୱର୍ପ୍ରତିକ୍ରିୟାର ଭୟ ରହିଥାଏ । କିନ୍ତୁ ରୋଷେଇ ଘରେ ଆମ ହାତ ପାହାନ୍ତରେ ଏପରି କିଛି ଜିନିଷ ରହିଛି ଯାହା ସାହାଯ୍ୟରେ ଆମେ ତ୍ୱଚାକୁ ସୁନ୍ଦର କରିପାରିବା । ଦୈନଦିନ ଜୀବନ ବ୍ୟସ୍ତତା ଭିତରେ ଆମେ ହରବାଲର କୌଣସି ଜିନିଷ ପ୍ରସ୍ତୁତ କରିବାରେ ସମୟ ମିଳୁ ନାହିଁ । କିନ୍ତୁ ଏହି ଲକ୍ ଡାଉନ ସମୟରେ ଘରେ ବସି ଝିଅ ଓ ମହିଳା ବୋର୍ ହୋଇଯାଉଥିଲେ ନିଜ କେଶ ଓ ତ୍ୱଚା ପ୍ରତି ଏହି ସମୟରେ ସ୍ୱତନ୍ତ୍ର ଧ୍ୟାନ ଦେଇପାରିବେ ।

ମୁହଁରେ ଖଣ୍ଡିଆ କିମ୍ବା ବ୍ରଣ ହେଲେ କଳା ଦାଗ ସୃଷ୍ଟି ହୋଇଥାଏ । ମୁହଁରେ ଲାଲ କିମ୍ବା କଳା ଦାଗ ଦେଖା ଦେଲେ ଆପଣଙ୍କ ଚକମକ ଚେହେରା ସୁନ୍ଦରରୁ ଖରାପ ଦେଖାଯାଇଥାଏ । ମୁହଁରେ ଏହିପରି କିଛି ହୋଇଗଲେ ଆମେ ବାରମ୍ବାର ଦର୍ପଣ ଦେଖି ବିରକ୍ତ ହୋଇଥାଉ । ଆଉ ଆମ ମନରେ ଅସୁନ୍ଦର ହୋଇଗଲେ ବୋଲି ଭାବନା ଆସିଥାଏ । ଏମିତି ଭାବନା ପୁଅଙ୍କ ଅପେକ୍ଷା ଝିଅଙ୍କ ପାଖେ ଟିକେ ବେଶି ଦେଖାଯାଇଥାଏ ।
ଏମିତି ଯଦି ସମସ୍ୟା ଅଛି ତେବେ ବ୍ୟସ୍ତ ହେବାର କିଛି ନାହିଁ । ଏହାର ମଧ୍ୟ ଘରୋଇ ଉପଚାର ରହିଛି । ଏହି ଦାଗ ସମସ୍ୟାକୁ ଦୂର କରିବା ପାଇଁ ଆପଣ ମୁହଁରେ ଟମାଟୋ ଲଗାଇ ପାରିବେ । ଟମାଟୋରେ ଅନେକ ପୋଷକ ତତ୍ତ୍ୱ ରହିଛି, ଯାହା ଆପଣଙ୍କ ତ୍ୱଚାକୁ ସୁସ୍ଥ ରଖିବ । ଟମାଟୋ ମଧ୍ୟ କମ ମୂଲ୍ୟରେ ମିଳି ଯାଇଥାଏ । ଏହା ସମସ୍ତିଙ୍କ ଘରେ ମଧ୍ୟ ଉପଲବ୍ଧ ଥାଏ । ଏହା ସହିତ ଆପଣଙ୍କ ମୁହଁର ରଙ୍ଗକୁ ମଧ୍ୟ ଟମାଟୋ ତୋଫା ଗୋରା କରିଦେବ । ତେବେ ଆସନ୍ତୁ ଜାଣିବା କିପରି ଟମାଟୋକୁ ମୁହଁରେ ବ୍ୟବହାର କରିବା ।
ଦାଗ ଦୂର କରିବା ପାଇଁ ଆପଣ ପ୍ରଥମେ ଟମାଟୋକୁ ଦୁଇ ଭାଗ କରି କାଟି ଦିଅନ୍ତୁ । ଏହାପରେ ଏହି କଟା ଟମାଟୋକୁ ମୁହଁରେ ରଖନ୍ତୁ । ଗୋଟିଏ ଜିନିଷ ଉପରେ ଧ୍ୟାନ ଦିଅନ୍ତୁ, ଯେପରି ଟମାଟୋର ମଞ୍ଜି ଆପଣଙ୍କ ନ ଲାଗେ । ଅଧଘଣ୍ଟା ପରେ ମୁହଁକୁ ଧୋଇ ଦିଅନ୍ତୁ ।
ଆପଣ ଟମାଟୋର ମାସ୍କ ମଧ୍ୟ ପ୍ରସ୍ତୁତ କରିପାରିବେ । ପ୍ରଥମେ ଟମାଟୋକୁ ଛୋଟ ଛୋଟ ଖଣ୍ଡରେ କାଟି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ଦାଗ ହୋଇଥିବା ସ୍ଥାନରେ ଲଗାନ୍ତୁ । ଏହାର କିଛି ସମୟ ପରେ ମୁହଁକୁ ଧୋଇ ଦିଅନ୍ତୁ । ଏହା ସହିତ ଆପଣ ଟମାଟୋ ଜୁସକୁ ମଧ୍ୟ ମୁହଁରେ ଲଗାଇ ପାରିବେ ।
ମହୁରେ ଆଣ୍ଟି ଅକ୍ସିଡ଼ାଣ୍ଟ  ଗୁଣ ରହିଛି, ଯାହା ଚେହେରାରେ ଥିବା ନାଲି ଦାଗକୁ ଦୂର କରିବା ପାଇଁ ସାହାଯ୍ୟ କରିଥାଏ । ଏଥିପାଇଁ ଅଧା କପ ଟମାଟୋ ରସରେ ତିନି ଚାମଚ ମହୁ ମିଶାନ୍ତୁ ଏବଂ ଦାଗ ହୋଇଥିବା ସ୍ଥାନରେ ଲଗାନ୍ତୁ । ୧୫ରୁ ୨୦ମିନିଟ ପରେ ଧୋଇ ଦିଅନ୍ତୁ । ଏହିପରି ପ୍ରତିଦିନ କଲେ ଆପଣଙ୍କ ମୁହଁରେ ଦାଗଜନିତ ସମସ୍ୟା ରହିବ ନାହିଁ ।
ଟମାଟୋ ଏବଂ ଚିନି ବାଟି ମୁହଁରେ ଲଗାନ୍ତୁ । ଏହା କଳା ଦାଗ ଦୁର କରିବାରେ ସାହାଯ୍ୟ କରିଥାଏ । ଏବଂ ମୁହଁ ଚିକ୍କଣ ଓ ଚମକିବାରେ ସାହାଯ୍ୟ କରିଥାଏ ।

Get real time updates directly on you device, subscribe now.