fbpx

ଫୁଟପାଥରେ ଜୀବନ ବିତାଉଥିବା ଅଙ୍କିତର ଭାଗ୍ୟ ବଦଳାଇଦେଲା ସୋସିଆଲ ମିଡ଼ିଆ, ଜାଣନ୍ତୁ କିପରି

ମୁଜାଫରନଗର, ୨୨ା୧୨: ପିଲାଟିର ବୟସ ୯ ବର୍ଷ । ତା’ର ବାପା ଜେଲରେ, ମା ତାକୁ ଏକୁଟିଆ ଛାଡ଼ିଦେଇଥିବା ବେଳେ ତା’ର ନିଜ ଗାଁର ନାମ ମନେ ନାହିଁ । ଏକ ଚା ଦୋକାନରେ କାମ କରୁଥିବା ୯ ବର୍ଷର ବାଳକ ଅଙ୍କିତର କାହାଣୀ କୌଣସି ଚଳଚ୍ଚିତ୍ରର କାହାଣୀଠାରୁ କମ ନୁହେଁ । ସମୟସ୍ରୋତରେ ଅଙ୍କିତକୁ ପ୍ରଶାସନ ତରଫରୁ ସାହାଯ୍ୟ ଯୋଗାଇ ଦିଆଯାଇଛି, ଯାହାକି ତା’ର ଭାଗ୍ୟ ବଦଳାଇଦେଲା ।

ଅଙ୍କିତ କିଛି ବର୍ଷ ହେଲା ନିଜ ପୋଷା କୁକୁର ଡେନି ସହିତ ଫୁଟପାଥରେ ରହିଆସୁଛି । କିଛି ସପ୍ତାହ ପୂର୍ବରୁ ସୋସିଆଲ ମିଡ଼ିଆରେ ଅଙ୍କିତ ଓ ଡେନି ଦୁହେଁ ରାସ୍ତାକଡ଼ରେ ଗୋଟିଏ କମ୍ବଳ ଘୋଡ଼ାଇ ହୋଇ ଶୋଇଥିବା ଫଟୋ ଭାଇରାଲ ହୋଇଥିଲା । ଏହି ଫଟୋ ଭାଇରାଲ ହେବା ପରେ ଜିଲ୍ଲା ପ୍ରଶାସନ ଏହି ବାଳକକୁ ଖୋଜିବା ଆରମ୍ଭ କରିଦେଇଛି । ପିଲାଟିର ପରିବାର ଲୋକଙ୍କ ସନ୍ଧାନ ପାଇବା ନିମନ୍ତେ ଜିଲ୍ଲାର ପ୍ରତ୍ୟେକ ଥାନାକୁ ଏନେଇ ଆଲର୍ଟ କରିଦିଆଯାଇଛି ।

ସୂଚନା ମୁତାବକ ଜିଲ୍ଲା ପ୍ରଶାସନ ଅଙ୍କିତ ପାଖରେ ପହଞ୍ଚି ସାରିଛନ୍ତି । ତେବେ ଅଙ୍କିତର ପିତାମାତାଙ୍କ ଠିକଣା ମିଳିବା ପର୍ଯ୍ୟନ୍ତ ତାକୁ ଏକ ଘରୋଇ ବିଦ୍ୟାଳୟରେ ପାଠ ପଢ଼ାଇବାର ବ୍ୟବସ୍ଥା କରାଯାଇଛି । ପୋଲିସ ପ୍ରଶାସନ ତରଫରୁ ଏନେଇ ଅନୁରୋଧ ପରେ ସ୍କୁଲ କର୍ତ୍ତୃପକ୍ଷ ଅଙ୍କିତକୁ ମାଗଣାରେ ଶିକ୍ଷାଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଅଙ୍କିତ କାମ କରୁଥିବା ଦୋକାନ ମାଲିକ ଏନେଇ କୁହନ୍ତି ଯେ, ଅଙ୍କିତ କାମ କରୁଥିବା ସମୟରେ ଡେନି କୋଟିଏ ଜାଗାରେ ଧୀରସ୍ଥିର ହୋଇ ରହିଥାଏ । ଅଙ୍କିତ ଗୋଟିଏ ସ୍ୱାଭିମାନି ବାଳକ, ମାଗଣାରେ ସେ କାହାଠାରୁ କୌଣସି ଜିନିଷ ଗ୍ରହଣ କରେ ନାହିଁ ।

Get real time updates directly on you device, subscribe now.