fbpx

ଇଣ୍ଡିଆନ୍ ଭାରିଆଣ୍ଟ ଏକ ଗୁଜବ, ଜାଣନ୍ତୁ କ’ଣ କହିଲେ IT ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ତରଙ୍ଗରୁ ମୁକ୍ତି ପାଇଁ ଲଢ଼େଇ ଜାରି ରଖିଛି ସମଗ୍ର ଦେଶ । ବାରମ୍ବାର ରୂପ ବଦଳାଉଥିବା କରୋନା ଭୂତାଣୁକୁ ନେଇ ବିଶେଷଜ୍ଞ ମହଲରେ ମଧ୍ୟ ଚିନ୍ତା ବଢ଼ିଯାଇଛି । ତେବେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ଓ ଭାରିଆଣ୍ଟ୍ କୁ ନେଇ ଚାଲିଥିବା ଗୁଜବ ଅଧିକ ସମସ୍ୟା ସୃଷ୍ଟି କରୁଛି । ‘ଇଣ୍ଡିଆନ୍ ଭାରିଆଣ୍ଟ’ ନାମରେ ବିଭିନ୍ନ ସୋସିଆଲ୍ ମିଡିଆରେ ଗୁଜବ ପ୍ରସାର ହେଉଥିବାରୁ କେନ୍ଦ୍ର ସରକାର ଏଥିପାଇଁ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

IT ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ‘ଇଣ୍ଡିଆନ୍ ଭାରିଆଣ୍ଟ’ ବା ସେଭଳି ଗୁଜବ ସୃଷ୍ଟିକାରୀ ଶବ୍ଦ ତଥା ବିଷୟକୁ ତୁରନ୍ତ ହଟାଇ ଦିଆଯାଉ । ଏନେଇ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ସୋସିଆଲ୍ ମିଡିଆ ସଂସ୍ଥାକୁ ଯୋଗାଯୋଗ କରାଯାଇଛି । ଚିଠି ଦ୍ୱାରା ସମ୍ପୃକ୍ତ ସଂସ୍ଥାଗୁଡ଼ିକୁ କୁହାଯାଇଛି ଯେ କରୋନା ଭାଇରସକୁ ନେଇ ଭାରତୀୟ ଭାରିଆଣ୍ଟ୍ ଭଳି ରହିଥିବା ଶବ୍ଦ ତଥା ବିଷୟବସ୍ତୁକୁ ତୁରନ୍ତ ହଟାଇ ଦିଆଯାଉ ।

ଏଥିସହ ଚିଠିରେ ଦର୍ଶାଯାଇଛି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ପକ୍ଷରୁ ଦିଆଯାଇଥିବା କୌଣସି ରିପୋର୍ଟରେ କରୋନା ଭାଇରସର B.1.617 ଭାରିଆଣ୍ଟ୍ ପାଇଁ ‘ଇଣ୍ଡିଆନ୍ ଭାରିଆଣ୍ଟ୍’ ଭଳି ଶବ୍ଦ ବ୍ୟବହାର କରାଯାଇନି । ତେଣୁ ସୋସିଆଲ୍ ମିଡିଆରେ ଚାଲିଥିବା ଏଭଳି ଗୁଜବଭିତ୍ତିକ ଶବ୍ଦସମୂହକୁ ତୁରନ୍ତ ହଟାଇ ଦିଆଯିବାକୁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.