fbpx

ମାନସିକ ସ୍ୱାସ୍ଥ୍ୟ ପାଇଁ “ସ୍ଲୋ ପଏଜନ’ ସୋସିଆଲ ମିଡିଆର ଅଧିକ ବ୍ୟବହାର: ରିସର୍ଚ୍ଚରେ ବଡ଼ ଖୁଲାସା

ନୂଆଦିଲ୍ଲୀ: କରୋନା ମହାମାରୀ ପରେ ସୋସିଆଲ ମିଡିଆର ବ୍ୟବହାର ଅନେକ ଗୁଣା ବଢ଼ିଛି । ଡିଜିଟାଲ ଦୁନିଆର ଉପଯୋଗ ଆମ ସ୍ୱାସ୍ଥ୍ୟ ସହ ଆମ ଜୀବନ ଉପରେ ବହୁତ ପ୍ରଭାବ ପକାଇଛି । କରୋନା କାଳରେ ଲକଡାଉନ ଲଗାଇବା ସହ ଲୋକଙ୍କୁ ସୋସିଆଲ ମିଡିଆ ଆଡକୁ ଅଧିକ ଆକର୍ଷଣ ହୋଇଛି ଏବଂ ସାମାଜିକ ଦୂରତା ବଢ଼ିବାକୁ ଲାଗିଛି ।

ହଠାତ୍ ଏହି ପରିବର୍ତ୍ତନ ଯୋଗୁଁ ଆମ ଜୀବନ ଉପରେ ବଡ଼ ପ୍ରଭାବ ପଡ଼ିଛି । ସୋସିଆଲ ମିଡିଆର ଅଧିକ ବ୍ୟବହାର ଯୋଗୁଁ ଅନେକ ପ୍ରକାର ଗଭୀର ମାନସିକ ପୀଡ଼ାକୁ ଜନ୍ମ ଦେଇଛି । ଏହାରି ମଧ୍ୟରେ ସୋସିଆଲ ମିଡିଆ  ପ୍ଲାଟଫର୍ମର ବଢ଼ୁଥିବା ବ୍ୟବହାର କୁ ନେଇ ଜର୍ମାନୀର ବୋଚମରେ ଋହରୁ ୟୁନିଭର୍ସିଟିର ବିଶେଷଜ୍ଞ ଏକ ରିସର୍ଚ୍ଚ କରିଛନ୍ତି ଏବଂ ଖୋଜ୍ କରିଛନ୍ତି ଯେ ଏହି ପରିବର୍ତ୍ତନ ମାନବ ଜୀବନକୁ କେତେ ପ୍ରଭାବିତ କରିଛି । ମେଡିକାଲ ନ୍ୟୁଜ୍ ଟୁଡେର ଏକ ରିପୋର୍ଟ ଅନୂଯାୟୀ ଏହି ରିସର୍ଚ୍ଚର ନେତୃତ୍ୱ ବିଶ୍ୱବିଦ୍ୟାଳୟର ମାନସିକ ସ୍ୱାସ୍ଥ୍ୟ ଅନୁସନ୍ଧାନ ଏବଂ ଉପଚାର କେନ୍ଦ୍ରରେ ସହାୟକ ପ୍ରୋଫେସର ଜୁଲିଆ ବାୟଲୋସବସ୍କାୟାର କରିଛନ୍ତି । ରିସର୍ଚ୍ଚରେ ଅନେକ କଥା ସାମ୍ନାକୁ ଆସିଛି ।

ବିଶେଷଜ୍ଞ କହିଛନ୍ତି ଯେ ମାନସିକ ସ୍ୱାସ୍ଥ୍ୟ ଦୁଇ ପରସ୍ପର ସମ୍ବନ୍ଧିତ ଦୃଷ୍ଟିକୋଣ ଉପରେ ନିର୍ଭର କରିଥାଏ । ସକାରାତ୍ମକ ଏବଂ ନକାରାତ୍ମକ । ସେହିଭଳି ମାନସିକ ବିଶେଷଜ୍ଞ ଡାକ୍ତର ଜାବ୍ଲୋ ଚେତାବନୀ ଦେଇ କହିଛନ୍ତି ଯେ ସୋସିଆଲ ମିଡିଆର ଅତ୍ୟଧିକ ଉପଯୋଗ ପାରସ୍ପରିକ ବନ୍ଧନକୁ ଦୁର୍ବଳ କରିଦିଏ ଏବଂ ଏହା ବ୍ୟକ୍ତିଙ୍କ ମନକୁ ନକାରାତ୍ମକ ପ୍ରଭାବ ପକାଇଥାଏ । ବିଶେଷଜ୍ଞଙ୍କ କହିବା ଅନୂଯାୟୀ, ସୋସିଆଲ ମିଡିଆର କିଛି ସୀମା ନିର୍ଦ୍ଦାରିତ ହେବା ଦରକାର । ଲୋକଙ୍କୁ ଏହା ବିଷୟରେ ଜାଗ୍ରତ କରିବା ଆବଶ୍ୟକ ।

ମନୋଚିକିତ୍ସକ ଡା. ଜୋବ୍ଲୋ କହିଛନ୍ତି ଯେ କୌଣସି ପ୍ରକାରର ମାନସିକ ରୋଗରେ ଅଧିକାଂଶ ବ୍ୟାୟାମ କରିବାର ପରାମର୍ଶ ଦିଆଯାଇଥାଏ । ବ୍ୟାୟାମ କରିବା ଦ୍ୱାରା ନ୍ୟୁରୋଟ୍ରାନ୍ସମିଟର, ମସ୍କିଷ୍କ ର ପ୍ରାକୃତିକ ଆଣ୍ଟିଡିପେଟେଣ୍ଟସ୍ ଏବଂ ଆଣ୍ଟି ଷ୍ଟ୍ରେସ୍ ଅଣୁର ଉତ୍ପାଦନକୁ ବଢ଼ାଇଥାଏ । ଏହାଦ୍ୱାରା ମାନସିକ ସ୍ୱାସ୍ଥ୍ୟ ଠିକ୍ ରହିଥାଏ । କିନ୍ତୁ ଅନ୍ୟପଟେ ସୋସିଆଲ ମିଡିଆର ଅଧିକ ପ୍ରୟୋଗ ମାନସିକ ସ୍ୱାସ୍ଥ୍ୟରେ ବାଧା ଉପୁଜିଥାଏ ।

ଡା. ବ୍ରେଲୋସ୍ୱସ୍କାୟା ଏବଂ ତାଙ୍କ ଟିମ୍ ଯୁକ୍ତି ଦେଇଥିଲେ ଯେ ଯେଉଁ ଲୋକଙ୍କୁ ସୋସିଆଲ ମିଡିଆରେ ଅଧିକ ସମୟ ଖର୍ଚ୍ଚ କରିଥାନ୍ତି ତାଙ୍କ ଅପେକ୍ଷା ଶାରୀରିକ ଗତିବିଧିରେ ଅଧିକ ସମୟ ବିତାଉଥିବାଙ୍କଠାରେ ମାନସିକ ସ୍ୱାସ୍ଥ୍ୟ ଖରାପ କମ୍ ପରିଲକ୍ଷିତ ହୋଇଥିଲା । ଏହି ରିସର୍ଚ୍ଚ ପାଇଁ ୬୪୨ ବୟସ୍କ ଲୋକଙ୍କୁ ସାମିଲ କରାଯାଇଥିଲା । ଏହି ସବୁ ଲୋକଙ୍କୁ ୪ ଗ୍ରୁପରେ ବିଭକ୍ତ କରାଯାଇଥିଲା ।

ଡା.ବ୍ରେଲୋସ୍ୱସ୍କାୟା ରିସର୍ଚ୍ଚରୁ ଜଣାପଡ଼ୁଛି ଯେ ସୋସିଆଲ ମିଡିଆ ଏବଂ ଶାରୀରିକ ଗତିବିଧରେ ସାଧାରଣ ପରିବର୍ତ୍ତନ କରି ମାନସିକ ସ୍ୱାସ୍ଥ୍ୟକୁ ଆଉ ଅଧିକ ସୁବିଧାଜନକ କରାଯାଇପାରେ, ଯାହା ଆମର ମାନସିକ ସ୍ୱାସ୍ଥ୍ୟକୁ ବଢ଼ାଇବାରେ ସାହାଯ୍ୟ କରିପାରେ ।

Get real time updates directly on you device, subscribe now.