fbpx

ସମାଜସେବୀ ଆଦିତ୍ୟଙ୍କ ମୃତ୍ୟୁ ମାମଲା, ରହସ୍ୟ ଘେରରେ ଶେଷ ଫେସବୁକ୍ ପୋଷ୍ଟ

ଭୁବନେଶ୍ୱର, ୧୩ା୮(ଓଡ଼ିଶା ଭାସ୍କର): ସମାଜସେବୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି । ଏପର୍ଯ୍ୟନ୍ତ ଏହି ମାମଲାର ପର୍ଦ୍ଦାଫାସ ହୋଇପାରି ନାହିଁ । କିନ୍ତୁ ଏହାର ଜୋରଦାରରେ ତଦନ୍ତ ଜାରି ରହିଛି । ଆଦିତ୍ୟଙ୍କ ଫେସବୁକରେ ହୋଇଥିବା ଶେଷ ପୋଷ୍ଟକୁ ନେଇ ଛାନଭିନ ଜାରି ରହିଛି ।ଏନେଇ ଫେସବୁକକୁ ଚିଠି ଲେଖିଛି କ୍ରାଇମବ୍ରାଞ୍ଚ । କାହା ମୋବାଇଲରେ ପୋଷ୍ଟିଂ ହୋଇଥିଲା ସେନେଇ ଯାଞ୍ଚ ଚାଲିଛି । କାରଣ ବିଦ୍ୟାଶ୍ରୀ ମଧ୍ୟ ତାଙ୍କ ଫେସବୁକ୍ ପାସୱାର୍ଡ଼ ଜାଣିଥିଲେ । ଏହାସହ ୧୦ମାସର କଲ ଡିଟେଲ୍ସ ବାହାର କରିବାକୁ ଚେଷ୍ଟା ଜାରି ରହିଛି ।

ଅନ୍ୟପଟେ ଏହି ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ବୃଦ୍ଧାଶ୍ରମ ଅନ୍ତେବାସୀ । କ୍ରାଇମବ୍ରାଞ୍ଚ ତଦନ୍ତରେ ସେମାନେ ସନ୍ତୁଷ୍ଟ ନାହାଁନ୍ତି ବୋଲି କହିଛନ୍ତି । ସିବିଆଇ ତଦନ୍ତ ହେଲେ ପ୍ରକୃତ କଥା ପଦାକୁ ଆସିବ । ଆଦିତ୍ୟଙ୍କ ମୃତ୍ୟୁର ୪୫ଦିନ ପରେ ବି କାର୍ଯ୍ୟାନୁଷ୍ଠାନ ଶୂନ ରହିଛି । ଏହାସହ ସିସିଟିଭି ଓ ୬ମାସର କଲ ରେକର୍ଡ଼ ଯାଞ୍ଚ ହେଉ ବୋଲି ସେମାନେ ଦାବି କରିଛନ୍ତି ।

ଏହାସହ ତାଙ୍କ ଡାଏରୀରୁ ମିଳିଥିବା ଡ଼େଟ ନୋଟ ତାଙ୍କ ହ୍ୟାଣ୍ଡରାଇଟିଂ ବୋଲି ପୂର୍ବରୁ ସ୍ପଷ୍ଟ କରିଥିଲା ହ୍ୟାଣ୍ଡରାଇଟିଂ ବ୍ୟୁରୋ ।
ଉଲ୍ଲେଖଯୋଗ୍ୟ ଯେ ସମାଜସେବୀ ଆଦିତ୍ୟ ସୁନ୍ଦରଙ୍କ ମୃତଦେହ ଗତ ୭ତାରିଖ ଦିନ ଭୁବନେଶ୍ୱରର ଲିଙ୍ଗରାଜ ଟେମ୍ପୁଲ ରୋଡ଼ ଷ୍ଟେସନରୁ ମିଳିଥିଲା । ଏଥିସହିତ ମୃତ୍ୟୁର କିଛି ଦିନ ପୂର୍ବରୁ ସେ ଡ଼ିପ୍ରେସନରେ ରହୁଥିବା ଜଣାପଡ଼ିଥିଲା । ସେ ପିପୁଲ ଫର ସେବା ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନର ସଂସ୍ଥାପକ ମଧ୍ୟ ଥିଲେ ।

Get real time updates directly on you device, subscribe now.