fbpx

ପେଟ୍ରୋଲ ଦର ଆକାଶଛୁଆଁ ହେବାପରେ ଛାତ୍ର ତିଆରି କଲେ ସୋଲାର୍ ସାଇକେଲ୍, ବ୍ୟାଟେରୀ ସରିବା ପରେ ବି ଗଡ଼ିବ ୨୦ କିମି

ଚେନ୍ନାଇ: ଦେଶରେ ଲଗାତର ଭାବରେ ବଢ଼ିଚାଲିଛି ତୈଳ ଦର । ବିଭିନ୍ନ ରାଜ୍ୟରେ ପେଟ୍ରୋଲ୍ ଦାମ୍ ଲିଟର ପିଛା ୧୦୦ ଟପିଲାଣି । ଏହାର ସବୁଠାରୁ ଅଧିକ ପ୍ରଭାବ ଏବେ ସାଧାରଣ ଲୋକଙ୍କ ଉପରେ ପଡ଼ିଛି । ତେଣୁ ଏହିଭଳି ସମୟରେ ଲୋକମାନେ ନିଜ ଅନୁସାରେ ବିକଳ୍ପ ବାହାର କରୁଛନ୍ତି । ତେବେ ଏହି କ୍ରମରେ ତାମିଲନାଡ଼ୁର ମଦୁରୈ ରହୁଥିବା ଜଣେ କଲେଜ ଛାତ୍ର ଧନୁଷ କୁମାରଙ୍କ ଦ୍ୱାରା ତିଆରି ହୋଇଥିବା ସୌର ଚାଳିତ ସାଇକେଲ୍ ଚର୍ଚ୍ଚାରେ ରହିଛି ।

ମଦୁରୈରେ ରହୁଥିବା ଧନୁଷ କୁମାର ସୋଲାର୍ ପ୍ୟାନେଲ୍ ସାହାଯ୍ୟରେ ଇଲେକ୍ଟ୍ରିକ୍ ସାଇକେଲ୍ ତିଆରି କରିଛନ୍ତି । ଏହି ସାଇକେଲ୍ ର ଖାସ୍ କଥା ହେଉଛି ଏଥିରେ ଲାଗିଥିବା ବ୍ୟାଟେରୀକୁ ଚାର୍ଜ କରିବା ଦ୍ୱାରା ଏହା ୫୦ କିମି ପର୍ଯ୍ୟନ୍ତ ଚାଲିପାରିବ । ଆଉ ବ୍ୟାଟେରୀ ଡିସଚାର୍ଜ ହୋଇଗଲେ ୨୦ କିମି ପର୍ଯ୍ୟନ୍ତ ଯାଇପାରିବ । ତେବେ ଏହି ସାଇକେଲ୍ ରେ ୫୦ କିମି ପର୍ଯ୍ୟନ୍ତ ଯାତ୍ରା କରିବାକୁ ମାତ୍ର ୧ଟଙ୍କା ୫୦ ପଇସା ଲାଗେ ।

ଏହାକୁ ନେଇ ଧନୁଷ କହିଛନ୍ତି ଯେ, ଏହି ସାଇକେଲ୍ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ଯାଇପାରିବ । ତେଣୁ ମଦୁରୈ ପରି ଛୋଟ ସହର ପାଇଁ ଏହା ବେଶ୍ ଉପଯୋଗୀ ହୋଇପାରିବ । ଏଥିରେ ଗୋଟିଏ ମାତ୍ର ବ୍ୟାଟେରୀ ସଂଯୋଗ ହୋଇଛି । ଯାହାକି ସୂର୍ଯ୍ୟକିରଣ ଦ୍ୱାରା ଚାର୍ଜ ହୋଇପାରୁଛି । ନିକଟରେ ତାଙ୍କ ସାଇକେଲ୍ ଚର୍ଚ୍ଚାକୁ ଆସିଥିଲା । ହେଲେ ଏବେ ପେଟ୍ରୋଲ୍ ଦର ବଢ଼ିବାରେ ଲାଗିଥିବାରୁ ପୁଣିଥରେ ଧନୁଷଙ୍କ ସାଇକେଲ୍ ଚର୍ଚ୍ଚାର କେନ୍ଦ୍ରକୁ ଆସିଛି ।

Get real time updates directly on you device, subscribe now.