fbpx
BJD
BJD SKY
BJD SKY

ଚୈତ୍ର‌୍ୟ ନବରାତ୍ରୀର କିଛି ଘଣ୍ଟା ପୂର୍ବରୁ ଲାଗୁଛି ସୂର୍ଯ୍ୟ ପରାଗ, ଜାଣନ୍ତୁ ଭାରତରେ ଏହା ମାନ୍ୟ ହେବ କି ନା

ଓଡ଼ିଶା ଭାସ୍କର: ଏଥର ଚୈତ୍ର‌୍ୟ ନବରାତ୍ରୀ ଏପ୍ରିଲ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ରହିବ । ଚୈତ୍ର‌୍ୟ ନବରାତ୍ରୀର ଠିକ୍ ଏକଦିନ ପୂର୍ବରୁ ଅର୍ଥାତ୍ ଏପ୍ରିଲ ୮ରେ ପଡୁଛି ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ।
ଜ୍ୟୋତିଷବିଦ୍‌ଙ୍କ ଅନୁଯାୟୀ ଏହା ପୂର୍ଣ୍ଣ ସୂର୍ଯ୍ୟପରାଗ ହେବ । ଏହି ସୂର୍ଯ୍ୟ ପରାଗ ମୀନ ରାଶି ଓ ରେବତୀ ନକ୍ଷତ୍ରରେ ଲାଗୁଅଛି । ଏହି ପରାଗ ଏପ୍ରିଲ ୮ ତାରିଖ ରାତି ୯ଟା ୧୨ରେ ଆରମ୍ଭ ହେବ ଓ ୯ଏପ୍ରିଲ ୨ଟା୨୨ରେ ସମାପ୍ତ ହେବ । ଅର୍ଥାତ୍ ଏହାର ଅବଧି ୫ ଘଣ୍ଟା ୧୦ ମିନିଟ୍ ରହିବ ।

ତେବେ ଏହି ପରାଗ ଭାରତରେ ଦୃଶ୍ୟମାନ ହେବ ନାହିଁ । ଏହା କେବଳ ପଶ୍ଚିମ ୟୁରୋପ, ଆଟଲାଣ୍ଟିକ, ଆର୍କଟିକ୍‌, ମେକ୍ସିକୋ, କାନାଡା, ଆମେରିକା, ଇଂଲଣ୍ଡର କିଛି ସ୍ଥାନରେ ଦେଖାଯିବ । ଯେହେତୁ ଏହା ଭାରତରେ ଦୃଶ୍ୟମାନ ହେବ ନାହିଁ ତେଣୁ ଏହା ଭାରତରେ ମାନ୍ୟ ବି ହେବ ନାହିଁ ।

Get real time updates directly on you device, subscribe now.