fbpx

ମାଗଣା ସିଭିଲ୍ ସର୍ଭିସ କୋଚିଂ: ମେ ୫ରେ ହେବ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଶାର ପ୍ରାର୍ଥୀମାନେ କିପରି ଉଚ୍ଚମାନର ପ୍ରଦର୍ଶନ କରିପାରିବେ ସେହି ଲକ୍ଷ୍ୟରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମାଗଣା ସିଭିଲ୍ ସର୍ଭିସ କୋଚିଂ ଯୋଜନା ଆରମ୍ଭ କରାଯାଇଥିଲା । ଏନେଇ ଗତବର୍ଷ ମାର୍ଚ୍ଚ ମା୬ରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବା ସହିତ ରାଜ୍ୟର ୫ଟି ସହରରେ ପ୍ରାର୍ଥୀମାନେ ପରୀକ୍ଷା ଦେଇଥିଲେ । ମୋଟ ୮ ହଜାରରୁ ଅଧିକ ପ୍ରାର୍ଥୀ ପରୀକ୍ଷା ଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦୦ ମେଧାବୀଙ୍କୁ ଚୟନ କରାଯାଇଥିଲା ।

ତେବେ ୨୦୨୪-୨୫ ଶିକ୍ଷାବର୍ଷ ସକାଶେ ଏହି ପରୀକ୍ଷା ପାଇଁ ଆବେଦନ ପ୍ରକ୍ରିୟା ସମାପ୍ତ ହୋଇଛି । ୬ ହଜାରରୁ ଅଧିକ ଆଶାୟୀ ଏଥିପାଇଁ ଆବେଦନ କରିଛନ୍ତି । ଆସନ୍ତା ୨୯ ତାରିଖରେ ସାମ୍ସ ଓ ଏସଏସବି ୱେବସାଇଟରେ ଆଡମିଟ୍ କାର୍ଡ ଜାରି ହେବ । ଏହାପରେ ମେ’ ୫ରେ ପ୍ରି-କ୍ୱାଲିଫାଏ ପ୍ରବେଶିକା ପରୀକ୍ଷା ହେବ । ଜୁନ ମାସରୁ କୋଚିଂ ଆରମ୍ଭ କରିବାକୁ ବିଭାଗ ପକ୍ଷରୁ ଲକ୍ଷ୍ୟ ରଖାଯାଇଛି । ଚୟନ ହୋଇଥିବ ପ୍ରାର୍ଥୀଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ୧୧ ମାସିଆ ମାଗଣା କୋଚିଂ ଦିଆଯିବା ସହିତ ଖାଇବା ଓ ରହିବା ପାଇଁ ଅର୍ଥ ପ୍ରଦାନ କରାଯାଇଥାଏ ।

Get real time updates directly on you device, subscribe now.