fbpx
BSKY SKY
BSKY SKY

ତାଇବାନ ଭୂମିକମ୍ପରେ ଯାତ୍ରୀବାହୀ ବସ୍ ନିଖୋଜ, ଯାଞ୍ଚ ଏଜେନ୍ସିମାନେ ଆଶ୍ଚର୍ଯ୍ୟ

BSKY

ତାଇପେ: ତାଇବାନରେ ଭୂମିକମ୍ପ ସମୟରେ ୫୦ ଜଣ ଯାତ୍ରୀବାହୀ ବସ୍ ଏପର୍ଯ୍ୟନ୍ତ ନିଖୋଜ ଅଛି । ଏ ନେଇ କାହାକୁ କୌଣସି ସୂଚନା ନାହିଁ । ଏଥିରେ ତାଇବାନର ସୁରକ୍ଷା ଏଜେନ୍ସିମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତାଇବାନ ଅଧିକାରୀମାନେ କହିଛନ୍ତି ଯେ, ଶକ୍ତିଶାଳୀ ଭୂମିକମ୍ପ କାରଣରୁ ଫୋନ ନେଟୱାର୍କ ଅକାମୀ ହୋଇଯିବାରୁ ମିନି ବସରେ ୫୦ ଜଣ ଯାତ୍ରୀଙ୍କ ସହ ଯୋଗାଯୋଗ ହୋଇପାରିନି । ସେଥିପାଇଁ ବଡ଼ ଚିନ୍ତା ରହିଛି । ସେହି ଲୋକେ କେଉଁଠି ଅଛନ୍ତି ଏବଂ ସୁରକ୍ଷିତ ଅଛନ୍ତି କି ନାହିଁ ତାହା ଚିନ୍ତାର କାରଣ ପାଲଟିଛି ।

ଆଜି ସକାଳୁ ସକାଳୁ ତାଇୱାନର ଉପକୂଳବର୍ତ୍ତୀ ଅଞ୍ଚଳରେ ଶକ୍ତିଶାଳୀ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପର ଝଟକା ରାଜଧାନୀ ତାଇପେ ସମେତ ଅନେକ ସହରରେ ଅନୁଭୂତ ହୋଇଥିଲା । ଲୋକମାନେ ଭୟରେ ଘରୁ ବାହାରି ଆସଥିଲେ । ତେବେ ରିକ୍ଟର ସ୍କେଲରେ ଏହି ଭୂମିକମ୍ପର ତୀବ୍ରତା ୭.୪ ରେକର୍ଡ଼ କରାଯାଇଛି । ଏନେଇ ତାଇୱାନ, ଓକିନାୱା, ଜାପାନ ଏବଂ ଫିଲିପିନ୍ସରେରେ ସୁନାମୀ ଚେତାବନୀ ଜାରି କରାଯାଇଛି । ତେବେ ଏହି ଭୂମିକମ୍ପରେ ଅନେକ ଲୋକ ଫସି ରହିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.