fbpx
BJD SKY
BJD SKY

ମୁମ୍ବାଇରେ ଛାଇଗଲା ଅନ୍ଧାର, ଓଡିଶାରେ ଦେଖାଗଲା ବର୍ଷର ପ୍ରଥମ ସୂର୍ଯ୍ୟପରାଗ

BJD

ବର୍ଷର ସବୁଠାରୁ ବଡ ଦିନ ଅର୍ଥାତ୍ ଆଜି ଜୁନ୍ ୨୧ରେ ସୂର୍ଯ୍ୟପରାଗ ଲାଗିବା ଆରମ୍ଭ ହୋଇସାରିଛି । ୨୫ ବର୍ଷ ପରେ ପ୍ରଥମ ଥର ପାଇଁ ବିଶାଳାକାୟ ସୂର୍ଯ୍ୟପରାଗ ବା ରିଙ୍ଗ ପରି ଦୃଶ୍ୟ ହୋଇଛି । ସୂର୍ଯ୍ୟଗ୍ରହଣ ସମୟରେ ଭାରତର ଅନେକ ସହରରେ ସୂର୍ଯ୍ୟ ଏକ ଉଜ୍ଜଳ ରିଙ୍ଗ ପରି ଦୃଶ୍ୟମାନ ହୋଇଛି । ୧୯୯୫ ମସିହା ପୂର୍ବରୁ ଏପରି ସୂର୍ଯ୍ୟପରାଗ ହୋଇଥିଲା । ତେବେ ପରାଗ ସକାଳ ୧୦ଟା ୨୦ ମିନିଟ୍ ରୁ ଏହା ଆରମ୍ଭ ହୋଇ ଅପରାହ୍ନ ୨ଟା ୨୦ ମିନିଟ୍ ରେ ଶେଷ ହେବ । ୧୨ଟା ୧୫ରୁ ୧୨ଟା ୩୦ ମିନିଟ୍ ମଧ୍ୟରେ ପରାଗର ସର୍ବାଧିକ ଗ୍ରାସ ଦୃଶ୍ୟମାନ ହେବ । ଦିନ ୨ଟା ୧୦ମିନିଟ୍ ପର୍ଯ୍ୟନ୍ତ ପାକ ନିଷେଧ ଓ ଦେବନୀତି ବନ୍ଦ ।

ଏହା ସହିତ ଓଡିଶାରେ ଦୃଶ୍ୟମାନ ହେଲା ଚଳିତବର୍ଷର ପ୍ରଥମ ସୂର୍ଯ୍ୟପରାଗ । ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ୭୨ ପ୍ରତିଶତ ସୂର୍ଯ୍ୟପରାଗ ହେବ । ଭୁବନେଶ୍ୱରରେ ୭୧ ପ୍ରତିଶତ ସୂର୍ଯ୍ୟପରାଗ ହେବ । ଏହି ସମୟରେ ସୂର୍ଯ୍ୟଙ୍କର ଆଲୋକ ୩୦ରୁ ୪୦ ପ୍ରତିଶତ କମିଯିବ । ବାଦଲ ଥିବାରୁ ବିଭିନ୍ନ ସ୍ଥାନରେ ସୂର୍ଯ୍ୟପରାଗର ଦୃଶ୍ୟ ଦେଖାଯାଉନି । ଅନ୍ୟପଟେ ସୂର୍ଯ୍ୟପରାଗ ସମୟରେ ମୁମ୍ବାଇରେ ଅନ୍ଧାର ଛାଇଯାଇଛି ।

ତେବେ ଆସନ୍ତୁ ଦେଖିବା ମୁମ୍ବାଇର ସୂର୍ଯ୍ୟପରାଗ..

ଦିଲ୍ଲୀରେ ଏପରି ସୂର୍ଯ୍ୟପରାଗ…

 

Get real time updates directly on you device, subscribe now.