fbpx
BJD SKY
BJD SKY

୧୫ କୋଟି ଟଙ୍କାରେ ବିକ୍ରି ହୋଇଗଲେ ହାର୍ଦ୍ଦିକ! ବିଶ୍ୱ ଚମ୍ପିଆନ ଉପରେ ଗୁଜୁରାଟର ନଜର

BJD

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ୧୯ ତାରିଖରେ ଆୟୋଜନ ହେବ ଆଇପିଏଲ-୨୦୨୪ର ମିନି ଅକ୍ସନ । ଏଥିପାଇଁ ସମସ୍ତ ଦଳ ନିଜ ନିଜର ରଣକୌଶଳ ଆରମ୍ଭ କରି ସାରିଛନ୍ତି । ତେବେ ଗତ ସିଜନରେ ଲାଗୁ ହୋଇଥିବା ଟ୍ରେଡିଙ୍ଗ ନିୟମରେ କିଛି ଖେଳାଳିଙ୍କୁ ପରିବର୍ତ୍ତନ କରାଯାଇପାରେ । ଏହି ଟ୍ରେଡିଙ୍ଗ ପ୍ରସେସରେ ସବୁଠୁ ବଡ଼ ନାଁ ଏବେ ରହିଛି ଗୁଜୁରାଟ ଟାଇଟନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଗୁଜୁରାଟ ଛାଡ଼ି ପୁଣିଥରେ ମୁମ୍ବାଇ ଇଣ୍ଡିଆନ୍ସରେ ହାର୍ଦ୍ଦିକ ସାମିଲ ହୋଇ ପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ତେବେ ହାର୍ଦ୍ଦିକଙ୍କ ପାଇଁ ଏକ ବଡ଼ ଆମାଉଣ୍ଟ ଖର୍ଚ୍ଚ କରିବାକୁ ଚିନ୍ତା କରୁଛି ମୁମ୍ବାଇ ଇଣ୍ଡିଆନ୍ସ ।

୨୦୨୨ ମସିହାରେ ଆଇପିଏଲ ସହ ଯୋଡ଼ି ହୋଇଥିଲା ଗୁଜୁରାଟ ଟାଇଟନ୍ସ । ପ୍ରଥମ ବର୍ଷରେ ହିଁ ହାର୍ଦ୍ଦିକ ନିଜ ନେତୃତ୍ୱରେ ଏହି ଦଳକୁ ଚମ୍ପିଆନ କରିଥିଲେ । ଏହାପରେ ୨୦୨୩ ସିଜନରେ ମଧ୍ୟ ଗୁଜୁରାଟ ଫାଇନାଲରେ ପହଞ୍ଚିବାରେ ସଫଳ ହୋଇଥିଲା । ହାର୍ଦ୍ଦିକଙ୍କ ନେତୃତ୍ୱ ଆଇପିଏଲରେ ଶତ ପ୍ରତିଶତ ରହିଥିବା ବେଳେ ଆସନ୍ତା ୨୦୨୪ ସିଜନରେ କିନ୍ତୁ ହାର୍ଦ୍ଦିକ ଦଳ ପରିବର୍ତ୍ତନ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି । ନିଜ ପୂର୍ବତନ ଦଳ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପୁଣିଥରେ ଖେଳିପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଷ୍ଟାର ଅଲରାଉଣ୍ଡରଙ୍କ ବଦଳରେ ମୁମ୍ବାଇ ପାକରେ ଅନେକ ବିକଳ୍ପ ରହିଛି । ମୁମ୍ବାଇ ମଧ୍ୟ ଅଧିନାୟକ ରୋହିତ ଶର୍ମାଙ୍କୁ ବିଦାୟ ଦେଇ ହାର୍ଦ୍ଦିକଙ୍କୁ ଦଳରେ ସାମିଲ କରିପାରନ୍ତି । ଏହାବ୍ୟତୀତ ଜୋଫ୍ରା ଆର୍ଚ୍ଚର କିମ୍ବା ଅନ୍ୟ କୌଣସି ଖେଳାଳିଙ୍କୁ ମଧ୍ୟ ଟ୍ରେଡ କରିପାରେ ବୁମ୍ବାଇ । ନଚେତ୍ ହାର୍ଦ୍ଦିକଙ୍କୁ ଦଳରେ ଯୋଡ଼ିବା ପାଇଁ ମୁମ୍ବାଇ ୧୫ କୋଟି ଟଙ୍କା ଗୁଜୁରାଟ ଟାଇଟନ୍ସ ଫ୍ରାଞ୍ଚାଇଜିକୁ ପ୍ରଦାନ କରିପାରେ ।

ତେବେ ଯଦି ହାର୍ଦ୍ଦିକ ମୁମ୍ବାଇ ସହ ଯୋଡ଼ି ହୁଅନ୍ତି, ତେବେ ଗୁଜୁରାଟ ଦଳ ପାଇଁ ମିନି ଅକ୍ସନରେ ଜଣେ ଅଧିନାୟକଙ୍କୁ ସାମିଲ କରିବାକୁ ଚେଷ୍ଟା କରିବ । ତେଣୁ ଏହି ମିନି ଅକ୍ସନରେ ବିଶ୍ୱ ଚମ୍ପିଆନ୍ ତଥା ଷ୍ଟାର ଅଲରାଉଣ୍ଡରଙ୍କ ଉପର ରହିବ ଗୁଜୁରାଟର ନଜର । ତେବେ ଏହି ତାଲିକାରେ ସବୁଠୁ ଆଗରେ ରହିଛନ୍ତି ଦିନିକିଆ ବିଶ୍ୱ ଚମ୍ପିଆନ୍ ଅଧିନାୟକ ପାଟ୍ କମିନ୍ସ । ୨୦୨୪ ଆଇପିଏଲରେ ପୁଣିଥରେ କମବ୍ୟାକ କରିବା ନେଇ କମିନ୍ସ ଘୋଷଣା କରି ସାରିଛନ୍ତି । ଜାତୀୟ ଦଳ ପାଇଁ ସେ ଆଇପିଏଲରୁ ଦୂରେଇ ରହିଥିଲେ । ତେବେ ଆଗାମୀ ବର୍ଷ ଟି-୨୦ ବିଶ୍ୱକପ ରହିଥିବାରୁ ସେ ଆଇପିଏଲରେ ପୁଣିଥରେ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି । ତେଣୁ ତାଙ୍କୁ ହାର୍ଦ୍ଦିକଙ୍କ ବିକଳ୍ପ ଭାବରେ ଦଳରେ ସାମିଲ କରିବାକୁ ଚେଷ୍ଟା କରିବ ଗୁଜୁରାଟ ।

Get real time updates directly on you device, subscribe now.