fbpx

ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ମିଳିଲା A++ ମାନ୍ୟତା

ଓଡିଶା ଭାସ୍କର: NAAC ପକ୍ଷରୁ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ମିଳିଲା A++ ମାନ୍ୟତା । ଏନେଇ ଜାତୀୟ ମୂଲ୍ୟାଙ୍କନ ଏବଂ ମାନ୍ୟତା ପରିଷଦ (ନାକ୍‌) ଘୋଷଣା କରିଛି ।ନାକ୍‌ର ଏକ ୫ ଜଣିଆ ଟିମ୍ ଗତ ୨୦ ତାରିଖରୁ ୨୨ ତାରିଖ ପର୍ୟ୍ୟନ୍ତ ରେଭେନ୍ସା ବିଶ୍ୱବିଦ୍ୟାଳୟରେ ଅନୁଧ୍ୟାନ କରିଥିଲେ। ଏହା ପରେ ଶେଷରେ ଆଜି ରେଭେନ୍ସାକୁ A++ ମାନ୍ୟତା ପ୍ରଦାନ କରିଛନ୍ତି।

ଏହି ଅବସରରେ ଆଜି ବିଶ୍ୱବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ଖୁସିର ମାହୋଲ ଦେଖିବାକୁ ମିଳିଛି। ଓଡ଼ିଶାର ତଥା କଟକର ବହୁ ପୂରାତନ କଲେଜ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନାକ ପକ୍ଷରୁ “A++” ମିଳିବା ନିଶ୍ଚିତ ଭାବେ ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର ବୋଲି ମତ ପ୍ରକାଶ ପାଇଛି ।

ସୂଚନା ଥାଉକି, ରାଜ୍ୟର ପ୍ରଥମ ସରକାରୀ ବିଶ୍ୱବିଦ୍ୟାଳୟ ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟକୁ ନାକ୍ A++ ମାନ୍ୟତା ମିଳିଛି। ରେଭେନ୍ସା ବିଶ୍ୱବିଦ୍ୟାଳୟର ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ସହ କ୍ୟାମ୍ପସର ଶୈଖିକ ବାତାବରଣ, କ୍ୟାମ୍ପସର ଏକାଡେମିକ୍ ରେକର୍ଡକୁ ଅନୁଧ୍ୟାନ କରି ନାକ୍‌ ଟିମ୍‌ ପକ୍ଷରୁ A++ ମାନ୍ୟତା ଦିଆଯାଇଛି। କ୍ୟାମ୍ପସର ଶୈଖିକ ବାତାବରଣ, କ୍ୟାମ୍ପସର ଏକାଡେମିକ୍ ରେକର୍ଡକୁ ଅନୁଧ୍ୟାନ କରି A++ ମାନ୍ୟତା ମିଳିଥିବା କହିଛନ୍ତି ରେଭେନ୍ସା କର୍ତ୍ତୃପକ୍ଷ।

Get real time updates directly on you device, subscribe now.