fbpx

ଋଷ-ୟୁକ୍ରେନ ଯୁଦ୍ଧ ମଝିରେ ଶାନ୍ତିର ମୁହୂର୍ତ୍ତ: ନବଜାତ ଶିଶୁଙ୍କୁ କୋଳରେ ଧରିଲେ ସୈନିକ

Advertisement

ନୂଆଦିଲ୍ଲୀ: ୪୦ ଦିନରୁ ଋଷ-ୟୁକ୍ରେନ ମଧ୍ୟରେ ଲାଗି ରହିଛି ଭୀଷଣ ଯୁଦ୍ଧ । ଅନେକ ଧନଜୀବନ ନଷ୍ଟ ପରେ ବି ଉଭୟ ରାଷ୍ଟ୍ର ପଛକୁ ହଟିବାକୁ ନାରାଜ । ହଜାର ହଜାର ସୈନିକ ଏହି ଯୁଦ୍ଧରେ ପ୍ରାଣ ହରାଉଥିବା ବେଳେ ସାଧାରଣ ଲୋକ ମଧ୍ୟ ବଳି ପଡୁଛନ୍ତି । ଅନେକ ଲୋକ ହରାଇଛନ୍ତି ନିଜ ଲୋକମାନଙ୍କୁ । ତେବେ ଏହି ସମୟରେ ଋଷରୁ ଏମିତି ଏକ ଫଟୋ ସାମନାକୁ ଆସିଛି, ଯାହା ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଛି ।

ଟ୍ୱିଟରରେ ଏଭଳି ଏକ ଫଟୋ ପୋଷ୍ଟ କରିଛନ୍ତି ୟୁକ୍ରେନର ବିଦେଶ ମନ୍ତ୍ରାଳୟ । ଫଟୋ ସହିତ କିଛି ଇମୋସନାଲ ଲେଖା ସମସ୍ତଙ୍କ ମନକୁ ଅସ୍ତବ୍ୟସ୍ତ କରି ଦେଇଛି । ଋଷର ଜଣେ ସୈନିକ ତାଙ୍କ ନବଜାତ ଶିଶୁକୁ ପ୍ରଥମ ଥର ପାଇଁ କୋଳରେ ଧରିଥିବାର ଏକ ଫଟୋ ଭାଇରାଲ ହେବାର ଲାଗିଛି । ମାର୍ଚ୍ଚ ମାସରେ ଜନ୍ମଗ୍ରହଣ କରିଥିଲା ମସ୍କିମଙ୍କ ଏହି ଶିଶୁପୁତ୍ର । କିନ୍ତୁ ୟୁକ୍ରେନ ବିପକ୍ଷରେ ଯୁଦ୍ଧ କରିବାରେ ସେ ବ୍ୟସ୍ତ ଥିଲେ । ଯାହା ଫଳରେ ନିଜ ପୁଅକୁ ବି ଥରେ ଠିକସେ ଦେଖି ନଥିଲେ ମେସ୍କିମ ।

ଫଟୋ ସହିତ ୟୁକ୍ରେନର ବିଦେଶ ମନ୍ତ୍ରାଳୟ ଲେଖିଛି ଯେ, ଗାର୍ଡସମ୍ୟାନ ମେସ୍କିମ ମାର୍ଚ୍ଚରେ ପିତା ହୋଇଥିଲେ । ସେବେଠୁ ପୁତ୍ରକୁ ଦେଖି ନଥିଲେ ଏବଂ ଆଜି ପ୍ରଥମ ଥର ପାଇଁ କୋଳକୁ ନେଇଛନ୍ତି । ଏହି ଫଟୋ ପୋଷ୍ଟ ହେବା ପରେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବା ସହ ସମସ୍ତଙ୍କ ଆଖିରେ ଲୁହ ଭରି ଦେଇଛି ।

Get real time updates directly on you device, subscribe now.