fbpx
BSKY SKY
BSKY SKY

୩ ପତ୍ନୀଙ୍କ କାରଣରୁ ଚାକିରିରୁ ଇସ୍ତଫା ଦେଲେ ଯବାନ, କମାଣ୍ଡର ନେଲେ ନିଆରା ନିଷ୍ପତ୍ତି

BSKY

ନୂଆଦିଲ୍ଲୀ: ସୀମାରେ ଦେଶର ସୁରକ୍ଷା ଭାର ଓ ଘର-ପରିବାରରେ ପତ୍ନୀ-ଛୁଆପିଲାଙ୍କ ଚିନ୍ତା, ଏହି ୨ଟି ଯାକ ପ୍ରତ୍ୟେକ ଯବାନଙ୍କ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଥାଏ । ଇରାକରେ ଏହିପରି ଜଟିଳ ପରିସ୍ଥିତି ଦେଇ ଗତି କରୁଥିବା ଜଣେ ସୈନିକ ନିଜ ଚାକିରିରୁ ଇସ୍ତଫା ଦେଇଥିଲେ । ଅବଶ୍ୟ ଚାକିରି ଛାଡିବାର କାରଣ ବହୁତ ଅଜୀବ ରହିଛି ଓ ଏହି କାରଣରୁ ଏହି ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ତେବେ ଇସ୍ତଫା ଦେଇଥିବା ସୈନିକଙ୍କ ୩ ଜଣ ପତ୍ନୀ ଅଛନ୍ତି । ପତ୍ନୀମାନଙ୍କ ଅଭିଯୋଗ ଥିଲା କି, ସେନାରେ ତାଙ୍କ ପତ୍ନୀଙ୍କୁ ବହୁତ କମ୍ ଛୁଟି ଦିଆଯାଉଥିଲ । ଏହି କାରଣରୁ ତାଙ୍କୁ ପରିବାର ସହିତ ରହିବାକୁ ବିଲକୁଲ ସମୟ ମିଳୁନଥିଲା । ଏହି କାରଣରୁ ସୈନିକ ଜଣକ ଇସ୍ତଫା ଦେଇଛନ୍ତି ।

ଅନ୍ୟପଟେ କମାଣ୍ଡର ଇସ୍ତଫା ସ୍ୱୀକାର କରିବା ପରିବର୍ତ୍ତେ ସୈନିକଙ୍କୁ ୧୨ ଦିନ ପାଇଁ ଛୁଟିରେ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାଦ୍ୱାରା ଯବାନ ଜଣକ ୪-୪ ଦିନ କରି ତାଙ୍କ ୩ ପତ୍ନୀଙ୍କୁ ସମୟ ଦେଇପାରିବେ । ଏହା ପରେ ସୈନିକ ତାଙ୍କ ମନ ପରିବର୍ତ୍ତନ କରିଥିଲେ ଓ ଇସ୍ତଫା ପତ୍ର ଫେରାଇନେଇଥିଲେ ।

Get real time updates directly on you device, subscribe now.