fbpx
BSKY
BJD MC SKY
BJD YOUTH SKY

ପତ୍ନୀଙ୍କର ଏମିତି କିଛି ଭୁଲ ପତିଙ୍କ ଅଧପତନର କାରଣ ସାଜିଥାଏ, ଜାଣନ୍ତୁ କଣ ସେସବୁ

ହିନ୍ଦୁ ଧର୍ମରେ ବିବାହ ରୀତିନୀତି ଅନୁଯାୟୀ କରାଯାଇଥାଏ । ବିବାହ ପରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ପରସ୍ପର ସହିତ ଜୀବନସାରା ରହିଥାନ୍ତି । ପରସ୍ପରର ସହଯୋଗ ଓ ବୁଝାମଣା ଫଳରେ ଘର ସ୍ୱର୍ଗ ପାଲଟିଥାଏ । ଅପରପକ୍ଷେ ଅନେକ ସମୟରେ ପତ୍ନୀଙ୍କର ଏପରି କିଛି କାର୍ଯ୍ୟ ପାଇଁ ପତିଙ୍କ ଜୀବନ ବର୍ବାଦ ହୋଇଥାଏ, ଯାହା ଜଣେ ମହିଳାଙ୍କୁ କେବେ ବି କରିବା ଅନୁଚିତ । ଆସନ୍ତୁ ଜାଣିବା ସେଇ କାର୍ଯ୍ୟଗୁଡ଼ିକ ବିଷୟରେ:-

– ପତ୍ନୀଙ୍କୁ କଦାପି କ୍ଷୁଧାଠାରୁ ଅଧିକ ଖାଦ୍ୟ ଗ୍ରହଣ କରିବା ଅନୁଚିତ । ଭୋକ ଠାରୁ ଅଧିକ ଖାଦ୍ୟ ଖାଇଲେ ସ୍ୱାମୀଙ୍କୁ ଉପାସ ରହିବାକୁ ପଡ଼ିଥାଏ ବୋଲି କୁହାଯାଏ । ପତ୍ନୀଙ୍କୁ କେବେ ବି ଖାଦ୍ୟକୁ ଅପମାନିତ କରିବା ଅନୁଚିତ ।

– ମହିଳାମାନେ କୌଣସି ଖରାପ ଶବ୍ଦର ବ୍ୟବହାର କେବେ ବି କରିବା ଅନୁଚିତ । ସ୍ୱାମୀ ତଥା ଅନ୍ୟ ପରିଜନଙ୍କୁ ଅପଶବ୍ଦ ପ୍ରୟୋଗ କରିବା ଦ୍ୱାରା ପରିବାରର ସୁଖଶାନ୍ତି ହାନୀ ହୋଇଥାଏ ।

– ସ୍ତ୍ରୀଲୋକମାନେ ସକାଳୁ ଉଠିବାରେ କେବେ ବି ବିଳମ୍ବ କରିବା ଉଚିତ୍ ନୁହେଁ । ସର୍ବଦା ବ୍ରାହ୍ମ ମୁହୂର୍ତ୍ତରେ ଶଯ୍ୟା ତ୍ୟାଗ କରିବା ଉଚିତ । ବିଳମ୍ବରେ ଉଠିଲେ ଆୟୁଷ ହାନୀ ହେବା ସହ ଘରକୁ ଲକ୍ଷ୍ମୀ କେବେ ବି ଆସନ୍ତି ନାହିଁ ବୋଲି କୁହାଯାଏ ।

– ଘରର ପରିବେଶ ଓ ଆସବାବପତ୍ରକୁ ସର୍ବଦା ପରିଷ୍କାର ପରିଚ୍ଛନ୍ନ ରଖିବା ଦାୟିତ୍ୱ ଗୃହିଣୀମାନଙ୍କର । କୁହାଯାଏ ଘର ନିକଟରେ ଆବର୍ଜନା ଜମି ରହିଲେ ବିଭିନ୍ନ ଗ୍ରହ ଅଶାନ୍ତି ହୋଇଥାଏ ।

Get real time updates directly on you device, subscribe now.