fbpx

ଦାନ୍ତ ସମସ୍ୟାରୁ ମୁକ୍ତି ପାଇବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଟିପ୍ସ

ଦାନ୍ତ ସମସ୍ୟାକୁ ନେଇ ଚିନ୍ତିତ ଅଛନ୍ତି କି ? ଏହାକୁ ଦୂର କରିବା ପାଇଁ ଆସନ୍ତୁ ଜାଣିବା କିଛି ଟିପ୍ସ। ଆପଣ ଜାଣନ୍ତି କି, ଏମିତି କିଛି ଖାଦ୍ୟ ରହିଛି ଯାହା ଆପଣଙ୍କ ଦାନ୍ତ ସମସ୍ୟାକୁ ଦୂର କରିବ । ଏହି ଖାଦ୍ୟ ଡେଣ୍ଟାଲ ହେଲ୍ଥ ସହ ଆପଣଙ୍କ ମାଢିକୁ ମଧ୍ୟ ସୁସ୍ଥ ରଖିବେ | ଗୋଲାପ ଫୁଲ ପାଖୁଡାରା ଜୁସ ତିଆରି କରି କିମ୍ବା ତାର ରସ ବାହାର କରି ମାଢିରେ ଲଗାନ୍ତୁ । ଏହାଦ୍ୱାରା ମାଢି ସୁସ୍ଥ ରହିବା ସହ ଇନଫେକ୍ସନ ମଧ୍ୟ ହେବନାହିଁ ।

ଗାର୍ଗିଲିଂ କରିବା ମଧ୍ୟ ବହୁତ ଆବଶ୍ୟକ | ନିୟମିତ ଗାର୍ଗିଲିଂ କରନ୍ତୁ | ନିମ୍ବ କିମ୍ବା ନିମ୍ବ ତେଲରେ ଲୁଣ ଓ ସୋରିଷ ତେଲ ମିଶାଇ ଗାର୍ଗିଲିଂ କରନ୍ତୁ | ଏହାଦ୍ୱାରା ଦାନ୍ତ ଓ ମାଢି ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହୋଇଥାଏ ।

ଯଦି ଆପଣ ଦାନ୍ତ ସମସ୍ୟା ଦୂର କରିବାକୁ ଚାହୁଁଛନ୍ତି ଏବଂ ତାଜା ଅନୁଭବ କରିବାକୁ ଚାହୁଁଛନ୍ତି ତାହେଲେ ଲବଙ୍ଗ, ପୁଦିନା ଓ ଅଳେଇଚ ଚୋବେଇ ଖାଆନ୍ତୁ । ଏହାଦ୍ୱାରା ଆପଣଙ୍କୁ ଫ୍ରେସ ଅନୁଭୂତ ହେବାସହ ମୁଖ ଦୁର୍ଗନ୍ଧ ମଧ୍ୟ ଦୂର ହେବ ।
ସେଓ, ଗାଜର, ମୂଳା, ସାଲାଡ଼ ଆଦି ଖାଇବା ଦାନ୍ତ ପାଇଁ ଭଲ ।

Get real time updates directly on you device, subscribe now.