fbpx

ଦ୍ରାବିଡଙ୍କୁ ପଦରୁ ହଟାଇବେ ଏହି ଖେଳାଳି! ଭାରତର ଆଗାମୀ କୋଚ ଭାବରେ ମିଳିପାରେ ଦାୟିତ୍ୱ

ନୂଆଦିଲ୍ଲୀ: ଆଗାମୀ ଦିନିକିଆ ବିଶ୍ୱକପକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ତେବେ ଭାରତ ଏଥିରେ ଚମ୍ପିଆନ୍ ହେବା ନେଇ ସମସ୍ତଙ୍କର ଆଶା ମଧ୍ୟ ରହିଛି । ତେବେ ବିଶ୍ୱକପ ପରେ ଟିମକୁ ନେଇ ଆଉ ଏକ ଚର୍ଚ୍ଚାର ବିଷୟ ହେଉଛନ୍ତି କୋଚ୍ ରାହୁଲ ଦ୍ରାବିଡ । ବିଶ୍ୱକପ ପରେ ତାଙ୍କ କାର୍ଯ୍ୟକାଳ ଶେଷ ହେଉଥିବା ବେଳେ ଦ୍ରାବିଡଙ୍କ ପରେ କିଏ ଏହି ପଦରେ ରହିବେ ସେ ନେଇ ଆଲୋଚନା ଆରମ୍ଭ ହୋଇଛି । ଏହି ତାଲିକାରେ ପୂର୍ବତନ କ୍ରିକେଟର ତଥା NCA ଅଧ୍ୟକ୍ଷ ଭି.ଭି.ଏସ ଲକ୍ଷ୍ମଣ ଖୁବ ଆଗରେ ରହିଥିବା ବେଳେ ଆହୁରି ଅନେକ ଖେଳାଳି ମଧ୍ୟ ଏହି ତାଲିକାରେ ସାମିଲ ରହିଛନ୍ତି ।

ଷ୍ଟିଫେନ ଫ୍ଲେମିଙ୍ଗ: ନ୍ୟୁଜିଲାଣ୍ଡର ପୂର୍ବତନ କ୍ରିକେଟର ଷ୍ଟିଫେନ ଫ୍ଲେମିଙ୍ଗ ଭାରତର ପରବର୍ତ୍ତୀ ମୁଖ୍ୟ କୋଚ ଭାବରେ ଦାୟିତ୍ୱ ନେଇ ପାରନ୍ତି । ବିଶ୍ବ କ୍ରିକେଟରେ ତାଙ୍କ ପ୍ରଦର୍ଶନ ଖୁବ ସୁନ୍ଦର ରହିଥିବା ବେଳେ ଆଇପିଏଲରେ ମଧ୍ୟ ତାଙ୍କର ଦବଦବା ରହିଛି । ଫ୍ଲେମିଙ୍ଗଙ୍କ କୋଚିଂରେ ଚେନ୍ନାଇ ସୁପର କିଙ୍ଗସ ୫ ଥର ଚମ୍ପିଆନ୍ ମୁକୁଟ ପିନ୍ଧିଛି । ତେଣୁ ଏହି ସପଳତାକୁ ଦୃଷ୍ଟିରେ ରଖି ଭାରତୀୟ ଦଳ ଫ୍ଲେମିଙ୍ଗଙ୍କୁ ନୂଆ କୋଚ ଭାବରେ ନିଯୁକ୍ତ କରିପାରେ ।

ଆଶିଷ ନେହରା: ଭାରତର ପୂର୍ବତନ ଷ୍ଟାର ବୋଲର ଆଶିଷ ନେହରା ମଧ୍ୟ କୋଚପଦ ପାଇ ଦାବିଦାର ରହିଛନ୍ତି । ଆଇପିଏଲରେ ହାର୍ଦ୍ଦିକଙ୍କ ନେତୃତ୍ୱରେ ଖେଳୁଥିବା ଗୁଜୁରାଟ ଟାଇଟନ୍ସର ମୁଖ୍ୟ କୋଚ ଭାବରେ ଦାୟିତ୍ୱ ନେଇଛନ୍ତି ଆଶିଷ । ତେବେ ପ୍ରଥମ ବର୍ଷରେ ହିଁ ଦଳ ଚମ୍ପିଆନ ହୋଇଥିବା ବେଳେ ଦ୍ୱିତୀୟ ବର୍ଷରେ ଫାଇନାଲରେ ପ୍ରବେଶ କରିଥିଲା ଗୁଜୁରାଟ । ତେବେ ରୋହିତଙ୍କ ପରେ ଭାରତର ଆଗାମୀ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ହୋଇପାରନ୍ତି । ତେଣୁ ଭାରତୀୟ ଦଳରେ ମଧ୍ୟ ନେହରା-ହାର୍ଦ୍ଦିକ ଯୋଡ଼ି ସପଳ ହୋଇପାରିବେ ବୋଲି ଆଶା କରାଯାଉଛି ।

ବିରେନ୍ଦ୍ର ସେହୱାଗ: ଭାରତୀୟ ଟି-୨୦ ଟିମର ପ୍ରଥମ ଅଧିନାୟକ ବିରେନ୍ଦ୍ର ସେହୱାଗ ମଧ୍ୟ ଦଳର ମୁଖ୍ୟ କୋଚ ପାଇଁ ଆଦେନ କରିପାରନ୍ତି । ନିଜ କ୍ୟାରିୟରରେ ତାଙ୍କ ଆକ୍ରମକ ବ୍ୟାଟିଂ ଦଳକୁ ଏକ ନୂଆ ରୂପ ଦେଇପାରେ । ଇଂଲଣ୍ଡରେ ବ୍ରେଣ୍ଡନ ମ୍ୟକକ୍ମଙ୍କ ପରି ଭାରତ ପାଇଁ ବାଜ୍ ବଲର ଅଧ୍ୟାୟ ଆରମ୍ଭ କରିପାରନ୍ତି ସେହୱାଗ । ତେଣୁ ସେ ମଧ୍ୟ ମୁଖ୍ୟ କୋଚ ତାଲିକାରେ ସ୍ଥାନ ପାଇଛନ୍ତି ।

ଟମ୍ ମୁଡି: ସନରାଇଜର୍ସ ହାଇଦ୍ରାବାଦ କୋଚ ଭାବରେ ରହି ସାରିଛନ୍ତି ଟମ୍ ମୁଡି । ତାଙ୍କ କୋଚିଂରେ ହିଁ ଦଳ ନିଜର ଏକମାତ୍ର ଚମ୍ପିଆନ୍ ଟାଇଟଲ ହାସଲ କରିପାରିଛି । ତେବେ ୨୦୧୭ରେ ଟିମ ଇଣ୍ଡିଆର କୋଚ ପାଇଁ ସେ ଇଣ୍ଟରଭ୍ୟୁ ଦେଇଥିଲେ । କିନ୍ତୁ ଦଳ ରବି ଶାସ୍ତ୍ରୀଙ୍କୁ ଚୟନ କରିଥିଲା । ତେବେ ବର୍ତ୍ତମାନ ଦ୍ରାବିଡଙ୍କ ପରେ ସେ ମଧ୍ୟ ଦଳର କୋଚ ପଦବୀ ପାଇଁ ଇଚ୍ଛା ପ୍ରକାଶ କରିପାରନ୍ତି ।

Get real time updates directly on you device, subscribe now.