fbpx

ଅତ୍ୟଧିକ ପାଣି ପିଇବା ପରେ ହୋଇଥିଲା ମୃତ୍ୟୁ: ପର୍ଯ୍ୟାପ୍ତ ମାତ୍ରାରେ ପିଇବା, ଭୁଲ୍ ସମୟରେ ପିଇବା ଆଦି ଅନେକ ସମୟରେ ଶରୀର ପ୍ରତି କ୍ଷତିକାରକ ହୋଇଥାଏ

ନୂଆଦିଲ୍ଲୀ: ଆମ ଶରୀରରେ ୬୦ ଭାଗ ହେଉଛି ଜଳ । ମଣିଷ ବଞ୍ଚିବା ପାଇଁ ଜଳ ନିହାତି ଆବଶ୍ୟକ । ଜଣେ ସୁସ୍ଥ ରହିବାକୁ ହେଲେ ଅଧିକ ଜଳ ପିଇବା ଜରୁରୀ ବୋଲି ଡାକ୍ତର ପରାମର୍ଶ ଦେଇଥାନ୍ତି । ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବାକୁ ସମସ୍ତେ ଅଧିକାଂଶ ସମୟରେ ପରାମର୍ଶ ଦେଇଥାନ୍ତି । ଜଳ ଯେତେ ଅଧିକ ପିଇବ ତାହା ଆମ ଶରୀର ପାଇଁ ହିତକର ବୋଲି ଲୋକଙ୍କର ଧାରଣା ରହିଥାଏ । ତେବେ ସଠିକ୍ ସମୟ ଓ ଜଳର ପରିମାଣକୁ ଗୁରୁତ୍ୱ ନଦେଲେ ଅନେକ ସମୟରେ ଜଣେ ବ୍ୟକ୍ତିର ମୃତ୍ୟୁ ଘଟିବାର ସମ୍ଭାବନା ରହିଥାଏ ।

ଗତବର୍ଷ ଜୁଲାଇ ମାସରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଜୋର୍ଡାନରେ ଦେଖିବାକୁ ମିଳିଥିଲା । ଗୋଟିଏ ୧୦ ବର୍ଷର ବାଳକ ୬ ବୋତଲ ପାଣି ପିଇବା ପରେ ପରେ ତା’ର ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିଲା । ଖେଳୁଥିବା ସମୟରେ ଶେଷ ହେବାରୁ ପିଲାଟି ଗୋଟିଏ ପରେ ଗୋଟିଏ ଏପରି ଭାବେ ୬ ବୋତଲ ପାଣି ପିଇ ଦେଇଥିଲା । ଏହାପରେ ତା’ର ହାତ, ପାଦ କାମ କରିନଥିଲା ଓ ସେ କ୍ରମେ ଦୁର୍ବଳ ହୋଇ ପଡ଼ିଥିଲା । ତେବେ ପିଲାଟି ଠାରେ ଜଳ ବିଷାକ୍ତ ସମସ୍ୟା ରହିଥିବା ଡାକ୍ତର କହିଥିଲେ । ଅତ୍ୟଧିକ ମାତ୍ରାରେ ଜଳ ପିଇଲେ ଏପରି ହୋଇଥାଏ ବୋଲି ଡାକ୍ତର କହିଥିଲେ ।

ତେବେ ଜଳ ପିଇବା ଆମ ଶରୀର ପାଇଁ ଉପଯୁକ୍ତ ହୋଇପାରେ, ମାତ୍ର ବେଳେବେଳେ ସମୟ ବା ପରିସ୍ଥିତି ଅନୁଯାୟୀ ତାହାକୁ ଆମର ଶରୀର ଗ୍ରହଣ କରିପାରି ନଥାଏ । ତେଣୁ ଯେ କୌଣସି ଖାଦ୍ୟ ବା ଜଳ ଗ୍ରହଣ ପୂର୍ବରୁ ସତର୍କ ହେବା ନିହାତି ଜରୁରୀ । ସେହିପରି ଗତ ବର୍ଷ ଅଗଷ୍ଟ ମାସରେ ଜଳ ସେବନ କରିବା ପରେ ଜଣେ ୩୫ ବର୍ଷୀୟା ମହିଳା ମୃତ୍ୟୁବରଣ କରିଥିଲେ । ମହିଳା ଜଣଙ୍କ ମାତ୍ର ୨୦ ମିନିଟରେ ୪ ବୋତଲ ପାଣି ପିଇଦେଇଥିଲେ । ତେବେ ‘ହାଇପୋନାଟ୍ରେମିଆ’ କାରଣରୁ ମହିଳାଙ୍କ ପ୍ରାଣହାନୀ ଘଟିଥିଲା । ଜଳ ବିଷାକ୍ତତା କାରଣରୁ ଏପରି ଘଟିଥାଏ । ମଣିଷର ରକ୍ତରେ ସୋଡିୟମର ମାତ୍ରା ଅସ୍ୱାଭାବିକ ଭାବେ ହ୍ରାସ ପାଇବା ଫଳରେ ଏପରି ଘଟିଥାଏ ବୋଲି ଡାକ୍ତର କହିଥିଲେ । ସମସ୍ତଙ୍କର ଶରୀରର କଣ୍ଡିସନ ସମାନ ନଥାଏ ସେଥିପାଇଁ ଅନ୍ୟମାନେ ଖାଉଛନ୍ତି, ପିଉଛନ୍ତି ଭାବି ନିଜେ ତାହା କରିବା ଅନୁଚିତ୍ ।

Get real time updates directly on you device, subscribe now.