fbpx

ମୋବାଇଲ୍ ଗେମ୍ ଖେଳିବାକୁ ଦେଉନଥିଲେ ବାପା, ତଣ୍ଟିଚିପି ମାରିଦେଲା ପୁଅ

ସୁରତ୍: ବର୍ତ୍ତମାନ ସମୟରେ ଲୋକମାନଙ୍କ ଆବଶ୍ୟକୀୟ ଜିନିଷ ମଧ୍ୟରୁ ଗୋଟିଏ ହେଉଛି ମୋବାଇଲ୍ । ହେଲେ ଏହି ମୋବାଇଲ୍ ପାଇଁ ଲୋକମାନଙ୍କ ଜୀବନ ବି ନଷ୍ଟ ହୋଇଯାଉଛି । ଏହିଭଳି ଏକ ମାମଲା ଗୁଜୁରାଟରୁ ଆସିଛି । ଏଠାରେ ବାପା ମୋବାଇଲ୍ ରେ ଗେମ୍ ଖେଳିବାରୁ ରୋକୁଥିଲେ । ଏଥିରେ ରାଗି ଯାଇ ପୁଅ ନିଜ ବାପାଙ୍କ ତଣ୍ଟିଚିପି ହତ୍ୟା କରିଛି ।

ସୂଚନା ଅନୁସାରେ, ଏହି ଘଟଣା ସୁରତ୍ ସହରର ଇଚ୍ଛାପୋର୍ ଥାନା ଅଞ୍ଚଳରେ ଥିବା କବାସ୍ ଗାଁରେ ହୋଇଛି । ମୃତ ବାପାଙ୍କ ନାମ ହେଉଛି ଅର୍ଜୁନ୍ ସରକାର । ତାଙ୍କ ପୁରା ପରିବାର କବାସ୍ ଗାଁରେ ରୁହନ୍ତି । ମଙ୍ଗଳବାର ଦିନ ଅର୍ଜୁନ୍ ବେହୋସ୍ ହୋଇଯାଇଥିବାରୁ ତାଙ୍କ ପତ୍ନୀ ତାଙ୍କୁ ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

ହସ୍ପିଟାଲରେ ନାବାଳିକ ପୁଅ ଡାକ୍ତରଙ୍କୁ କହିଥିଲା ଯେ, ଆଠ ଦିନ ର୍ପୂବ ସେ ବାଥରୁମ୍ ରେ ପଡ଼ିଯାଇଥିଲେ । ସେ ସମୟରେ ତାଙ୍କୁ ଖୁବ୍ ଜୋରରେ ଆଘାତ ଲାଗିଥିଲା ଓ ମଙ୍ଗଳବାର ଦିନ ସେ ଶୋଇଥିଲେ ଆଉ ଉଠିନଥିଲେ । ଏଥିରେ ଡାକ୍ତର ବିଶ୍ୱାସ ନକରି ସେ ପୋଷ୍ଟମଟମ୍ କରିଥିଲେ । ଆଉ ରିପୋର୍ଟରେ ଅର୍ଜୁନ୍ ଙ୍କୁ ତଣ୍ଟିଚିପି ହତ୍ୟା କରାଯାଇଥିବା ଜଣାପଡ଼ିଥିଲା । ମାମଲା ପୋଲିସ୍ ପାଖରେ ପହଞ୍ଚିବା ପରେ ପୂରା ଘଟଣାକ୍ରମ ଉପରୁ ପରଦା ହଟିଥିଲା । ପଚରଉଚରା ସମୟରେ ପୁଅ ମାନିଥିଲା ଯେ, ସେ ନିଜ ବାପାଙ୍କ ତଣ୍ଟିଚିପି ହତ୍ୟା କରିଛି । ପୋଲିସ୍ ଉଭୟ ମାଆ ଓ ପୁଅକୁ ହେପାଜତକୁ ନେଇଛି ।

Get real time updates directly on you device, subscribe now.