fbpx

ଏଣିକି Fixed Depositରେ ଗ୍ରାହକଙ୍କୁ ଆଉ ମିଳିବ ନାହିଁ Interest, ସତର୍କର ସହ ଜାଣନ୍ତୁ କ’ଣ ରହିଛି RBIର ନୂଆ ଗାଇଡଲାଇନ୍‌

ନୂଆଦିଲ୍ଲୀ: ଫିକ୍ସଡ ଡିପୋଜିଟ କରୁଥିବା ଗ୍ରାହକଙ୍କ ପାଇଁ ଏକ ସତର୍କ ସୂଚନା । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ପକ୍ଷରୁ ଏ ନେଇ ଏକ ନୂଆ ନିୟମ ପ୍ରଣୟନ କରାଯାଇଛି । ଯେଉଁମାନେ ମାଚ୍ୟୁରିଟି ପରେ ନିଜର ଅର୍ଥରାଶି ଉଠାଉ ନାହାନ୍ତି, ସେମାନେ ଏବେ ଅସୁବିଧାରେ ପଡ଼ିବେ । ମାଚ୍ୟୁରିଟି ପରେ ଟଙ୍କା ଉଠାଉନଥିବା ଗ୍ରାହକଙ୍କୁ ଏଣିକି ଅପେକ୍ଷାକୃତ କମ୍ ସୁଧ ମିଳିବ । ତେଣୁ ଫିକ୍ସଡ ଡିପୋଜିଟରୁ ଅଧିକ ସୁଧ ଆଶା ରଖିଥିବା ଗ୍ରାହକମାନେ ଏଣିକି ସତର୍କତା ଅବଲମ୍ବନ କରିବା ଆବଶ୍ୟକ ବୋଲି ଆରବିଆଇ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ମୁତାବକ, ନିକଟରେ ଆରବିଆଇ ଫିକ୍ସଡ ଡିପୋଜିଟକୁ ନେଇ ନୂଆ ନିୟମ ଜାରି କରିଛି । ଯଦି ଆପଣ ମାଚ୍ୟୁରିଟି ପରେ ଆପଙ୍କର ଅର୍ଥ ରାଶି ପାଇବାକୁ କ୍ଲେମ୍ କରୁନାହାନ୍ତି, ତେବେ ଆପଣଙ୍କୁ କମ୍ ସୁଧ ମିଳିବ । ଉକ୍ତ ସୁଧ ରାଶି ଆପଣଙ୍କର ସେଭିଂ ଆକାଉଂଟରୁ ମିଳୁଥିବା ସୁଧ ସହ ସମାନ ହେବ। ଏହି ନିୟମ ସମସ୍ତ କମର୍ସିଆଲ ବ୍ୟାଙ୍କ, ସ୍ମଲ ଫାଇନାନ୍ସ ବ୍ୟାଙ୍କ, ସହକାରୀ ବ୍ୟାଙ୍କ, ସ୍ଥାନୀୟ କ୍ଷେତ୍ରୀୟ ବ୍ୟାଙ୍କ ଉପରେ ଲାଗୁ ହେବ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି । ସଂପ୍ରତି ୫ରୁ ୧୦ ବର୍ଷ ଅବଧି ବିଶିଷ୍ଟ ଏଫଡି ପାଇଁ ବ୍ୟାଙ୍କ ୫ ପ୍ରତିଶତରୁ ଅଧିକ ସୁଧ ଦେଉଛି । ସେହିପର ସେଭିଂ ଆକାଉଂଟରେ ୩ ପ୍ରତିଶତରୁ ୪ ପ୍ରତିଶତ ପାଖାପାଖି ସୁଧ ପ୍ରଦାନ କରୁଛି ।

ଧରିନିଅନ୍ତୁ, ଆପଣ ୫ ବର୍ଷ ଅବଧି ବିଶିଷ୍ଟ ଏକ ଏଫଡି କରିଛନ୍ତି । ଯଦି ଉକ୍ତ ଏଫଡିର ମ୍ୟାଚୁରିଟି ଆଜି ଥାଏ ଆଉ ଆପଣ ଅର୍ଥ ଉଠାଉ ନାହାନ୍ତି, ତେବେ ଆପଣ ଅସୁବିଧାରେ ପଡ଼ିବେ । ଯଦି ଆପଣଙ୍କୁ ଏଫଡିରୁ ମିଳୁଥିବା ସୁଧ ସେଭିଂ ଆକାଉଂଟର ସୁଧରୁ କମ୍ ହୋଇଥାଏ, ତେବେ ଏ କ୍ଷେତ୍ରରେ ଆପଣଙ୍କୁ ଏଫଡିର ସୁଧ ମିଳିବ । ସେହିପରି ଯଦି ଏଫଡିରୁ ମିଳୁଥିବା ସୁଧ ସେଭିଂ ଆକାଉଂଟର ସୁଧରୁ ଅଧିକ ହୁଏ, ତେବେ ଆପଣଙ୍କୁ ସେଭିଂ ଆକାଂଟର ସୁଧ ମାଚ୍ୟୁରିଟି ପରେ ମିଳିବ । ପୂର୍ବରୁ ଏଫଡି ମ୍ୟାଚୁରିଟି ହୋଇଯିବା ପରେ ଅର୍ଥ ନ ଉଠାଇଲେ ବ୍ୟାଙ୍କ ପୁଣି ଥରେ ପୁରୁଣା ଏଫଡିର ଅବଧି ବଢ଼ାଇ ଦେଉଥିଲା । ମାତ୍ର ବର୍ତମାନ ଏପରି ଆଉ ହୋଇପାରିବ ନାହିଁ । ଏବେ ମ୍ୟାଚୁରିଟି ପରେ ଟଙ୍କା ନ ଉଠାଇଲେ ଏଫଡିର ସୁଧ ମିଳିବ ନାହିଁ । ତେଣୁ ମାଚ୍ୟୁରିଟି ପରେ ତୁରନ୍ତ ଅର୍ଥ ଉଠାଇବା ଆପଣଙ୍କ ପାଇଁ ଠିକ୍ ହେବ ।

Get real time updates directly on you device, subscribe now.