fbpx

ଗୋଟିଏ ପରିବାରର ୪ ଜଣଙ୍କୁ ହତ୍ୟା; ପୁଅ ନେଲା ସମସ୍ତଙ୍କ ଜୀବନ

ନୂଆଦିଲ୍ଲୀ: ରାଜ୍ୟ ତଥା ଦେଶରେ ଦିନକୁ ଦିନ ହତ୍ୟା, ଆତ୍ମହତ୍ୟା ପରି ମାମଲା ବଢିବାର ଲାଗିଛି । କିଏ ପ୍ରେମ ପାଇଁ କାହାକୁ ହତ୍ୟା କରୁଛି ତ ଆଉ କିଏ ପାରିବାରିକ କଳହ ପାଇଁ ନିଜ ଲୋକଙ୍କ ଜୀବନ ନେଉଛି । ତେବେ ପୂର୍ବରୁ ଏହିପରି ଅନେକ ଘଟଣା ଦେଖିବାକୁ ମିଳିଥିବା ବେଳେ ବର୍ତ୍ତମାନ ପୁଣି ସେହିଭଳି ଏକ ମାମଲା ସାମ୍ନାକୁ ଆସିଛି । ଯାହାକି ସେଠାକାର ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି ।

ମିଳିଥିବା ସୂଚନା ଅନୁଯାୟୀ ଦେଶର ରାଜଧାନୀ ଦିଲ୍ଲୀରେ ଏକ ଜଘନ୍ୟ ହତ୍ୟାକାଣ୍ଡ ହୋଇଛି । ଫଳରେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ତେବେ ଦିଲ୍ଲୀର ପଲମ ଅଞ୍ଚଳରେ ଏହି ଭୟଙ୍କର ହତ୍ୟାକାଣ୍ଡ ଘଟିଛି । କେହି ଜଣେ ଦୃର୍ବୁତ୍ତ ଏପରି କରିଥିବା ସନ୍ଦେହ ହେଉଛି । ଏହି ଘଟଣାର ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ଛାନଭିନ୍ ଆରମ୍ଭ କରିଛି । ତେବେ ହତ୍ୟା କରାଯାଇଥିବା ପରିବାର ସଦସ୍ୟଙ୍କ ମଧ୍ୟରୁ ଜଣେ ବଞ୍ଚିଥିବା ପୋଲିସ ସୂଚନା ଦେଇଛି ।

ପୋଲିସର ପ୍ରଥମିକ ତଦନ୍ତ ଅନୁଯାୟୀ ଏହି ହତ୍ୟାକାଣ୍ଡ ଆଉ କେହି ନୁହେଁ ବରଂ ସେହି ପରିବାରର କୌଣସି ସଦସ୍ୟ କରିଛି ବୋଲି ସନ୍ଦେହ କରୁଛି । ପୋଲିସର କହିବା ଅନୁଯାୟୀ ସେହି ପରିବାର ପୁଅ ତାର ବାପା,ମା’ ଭଉଣୀ ଏବଂ ଜେଜେମାକୁ ହତ୍ୟା କରିଛି । ଏହି ଘଟଣା ମଙ୍ଗଳବାର ରାତି ପ୍ରାୟ ୧୦.୩୧ ମିନିଟରେ ପାଲାମର ରାଜ ନାଗର ପାର୍ଟ -୨ ଅଞ୍ଚଳରେ ଘଟିଛି । ଅଭିଯୁକ୍ତ ନିଜ ପରିବାରର ଏହି ଚାରି ଜଣଙ୍କୁ ଛୁରୀରେ ହତ୍ୟା କରିଛି। ତେବେ ଅଭିଯୁକ୍ତ ବାଳକ ନିଶା ସେବନରେ ପୀଡିତ ଥିବାବେଳେ ନିକଟରେ ଡ୍ରଗ୍ ନିଶା କେନ୍ଦ୍ରରୁ ବାହାରି ଆସିଥିଲା। ଏହା ପରେ ହିଁ ସେ ଏହି ଜଘନ୍ୟ ହତ୍ୟାକାଣ୍ଡ କରିଛି ।

ଅଭିଯୁକ୍ତର ନାମ କେଶବ ହୋଇଥିବା ବେଳେ ସେ ଅପରାଧରେ ବ୍ୟବହୃତ କରିଥିବା ଅସ୍ତ୍ରଶସ୍ତ୍ରକୁ ପୋଲିସ ଜବତ କରିଛି । ତେବେ ସେ ଏପରି ଏକ ଜଘନ୍ୟ କାଣ୍ଡ କାହିଁକି ଓ କିପରି କରିଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡିନାହିଁ । ଏନେଇ ପୋଲିସ ଅଭିଯୁକ୍ତକୁ ଗିରଫ କରିବା ସହ ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ଅଧିକ ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.