fbpx

ପ୍ରଥମ ଥର ପାଇଁ ସୋନାକ୍ଷୀ ସିହ୍ନା ଓ ରିତେଶ ଦେଶମୁଖ କରିବେ ସ୍କ୍ରିନ୍ ସେୟାର୍, ହରର୍ କମେଡି ଫିଲ୍ମରେ ଆସିବେ ନଜର

ମୁମ୍ବାଇ : ବଲିଉଡ୍ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ନିଜ ଉପରେ ବିଭିନ୍ନ କ୍ୟାରେକ୍ଟରକୁ ନେଇ ଏକ୍ସପେରିମେଣ୍ଟ କରନ୍ତି । ତେବେ ଆଗକୁ ଆସୁଥିବା ତାଙ୍କର ଆଉ ଏକ ଫିଲ୍ମରେ ସେ କିଛି ଅଲଗା କରିବାକୁ ଯାଉଛନ୍ତି । ସେ ଏବେ ହରର୍ କମଡେି ଫିଲ୍ମରେ କାମ କରିବାକୁ ଯାଉଛନ୍ତି । ଏହି ଫିଲ୍ମକୁ ରାନୀ ସ୍କ୍ରୁୱାଲା ତିଆରି କରୁଛନ୍ତି । ଏଥିରେ ମୁଖ୍ୟ କଳାକାର ଭୂମିକାରେ ସୋନାକ୍ଷୀ ଥିବା ବେଳେ ତାଙ୍କ ସହିତ ପ୍ରଥମ ଥର ପାଇଁ ସ୍କ୍ରିନ୍ ସେୟାର୍ କରିବେ ରିତେଶ ଦେଶମୁଖ । ଦୁହେଁ ଫିଲ୍ମ ସାଇନ୍ କରିଥିବା ମଧ୍ୟ ଜଣାପଡିଛି । ସୋନାକ୍ଷୀଙ୍କ ଏହା ହେଉଛି ପ୍ରଥମ ହରର୍ କମେଡି ଫିଲ୍ମ ।

ତେବେ ଫିଲ୍ମକୁ ରାନୀ ସ୍କ୍ରୁୱାଲା ତିଆରି କରୁଥିବା ବେଳେ ଫିଲ୍ମଟି ‘ସ୍ତ୍ରୀ’ ଏବଂ ‘ରୁହୀ’ ର ଥିମ୍ ଅନୁସାରେ ହେବ । ହେଲେ କାହାଣୀ ଏକଦମ୍ ନୂଆ ରହିବ । ସୋନାକ୍ଷୀ ଓ ରିତେଶ ପୂର୍ବରୁ ଏପରି କୌଣସି ଫିଲ୍ମ କରିନାହାନ୍ତି । ତେଣୁ ଦୁହିଁଙ୍କ ପାଇଁ ଏହା ନୂଆ ଥିମ୍ ରହିବ ବୋଲି କୁହାଯାଉଛି । ମିଡିଆ ରିପୋର୍ଟ ଅନୁସାରେ, ଫିଲ୍ମର ସୁଟିଂ ରାଜସ୍ଥାନରେ କରାଯିବ । ସବୁକିଛି ଠିକ୍ ହୁଏ ତେବେ ଏହାର ଶୁଟିଂ ଚଳିତ ମାସ ସେପ୍ଟେମ୍ବର ଆଡକୁ ଆରମ୍ଭ ହୋଇଯିବ । ତେବେ ଫିଲ୍ମ ବ୍ୟତୀତ ସୋନାକ୍ଷୀ ୱେବ୍ ସିରିଜ୍ ରେ ବି ନଜର ଆସି ସାରିଛନ୍ତି । ନିକଟରେ ତାଙ୍କର ଦୁଇଟି ୱେବ୍ ସିରିଜ୍ ରିଲିଜ୍ ହୋଇଥିଲା ‘ଭୁଜ୍’,’ବୁଲ୍ ବୁଲ୍’ । ରାନୀ ସ୍କ୍ରୁୱାଲାଙ୍କ କଥା ଯଦି କହିବା ତେବେ ସେ ‘କେଦାରନାଥ’ ଏବଂ ‘ଉରୀ’ ଭଳି ହିଟ୍ ଫିଲ୍ମ କରିଛନ୍ତି ।

Get real time updates directly on you device, subscribe now.