ଶିଲଂ: ଇନ୍ଦୋରର ରାଜା ରଘୁବଂଶୀ ହତ୍ୟା ମାମଲାରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। କି ସୋନମ ରାଜା ରଘୁବଂଶୀଙ୍କୁ ହତ୍ୟା ନୁହେଁ ବରଂ ବଳି ଦେଇଛି। ସେ ତାଙ୍କ ୬୦ ବର୍ଷୀୟ ବାପାଙ୍କୁ ବଞ୍ଚାଇବା ପାଇଁ ଜଣେ ୩୦ ବର୍ଷୀୟ ଯୁବକର ହତ୍ୟା କରିଛି।
ଏପରି କିଛି ସଙ୍ଗୀନ ଅଭିଯୋଗ କରିଛନ୍ତି ରାଜା ରଘୁବଂଶୀଙ୍କ ବଡ଼ ଭାଇ ସଚୀନ ରଘୁବଂଶୀ। ରାଜା ରଘୁବଂଶୀଙ୍କ ହତ୍ୟାକାଣ୍ଡକୁ ନେଇ ଦିନକୁ ଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଥିବା ବେଳେ, ଏବେ କଳାଯାଦୁ ଘଟଣା ସାମ୍ନାକୁ ଆସିଛି।
ସୋନମଙ୍କୁ ରାଜାଙ୍କୁ ବଳି ଦେବାକୁ ପଡିଲା: ରାଜା ରଘୁବଂଶୀ ହତ୍ୟା ମାମଲାରେ, ତନ୍ତ୍ର କ୍ରିୟାର ଦିଗ ମଧ୍ୟ ସାମ୍ନାକୁ ଆସିଛି। ରାଜାଙ୍କ ବଡ଼ ଭାଇ ସଚିନ ରଘୁବଂଶୀ କହିଛନ୍ତି ଯେ ସୋନମଙ୍କ ଉଦ୍ଦେଶ୍ୟ ଥିଲା ରାଜାଙ୍କୁ ବଳି ଦେବା ଏବଂ ତାଙ୍କ ପିତାଙ୍କୁ ରକ୍ଷା କରିବା।
ସେ ତାଙ୍କ ୬୦ ବର୍ଷୀୟ ପିତାଙ୍କୁ ରକ୍ଷା କରିବା ପାଇଁ ଜଣେ ୩୦ ବର୍ଷୀୟ ପୁଅକୁ ବଳି ଦେବାକୁ କହିଥିଲେ। ଯଦି ଏକଥା ସତ ବୋଲି ପ୍ରମାଣ କରିବାକୁ ଚାହୁଁଛନ୍ତି ତାହାଲେ, ସୋନମଙ୍କୁ ତାଙ୍କ ପିତାଙ୍କ ସହ ସାକ୍ଷାତ କରାଅ, ତା’ପରେ ଜଣାପଡିବ। ସେ ତାଙ୍କ ପିତାଙ୍କୁ କହିବେ, ଦେଖ ବାପା, ମୁଁ ରାଜାଙ୍କୁ ହତ୍ୟା କରି ତୁମକୁ ରକ୍ଷା କରିଛି।
ରାଜ-ସୋନମଙ୍କ ପ୍ରେମ: ସଚିନ ରଘୁବଂଶୀ କହିଛନ୍ତି, ସୋନମ ଏବଂ ରାଜଙ୍କ ଏକାଠି ଫଟୋ ଦେଖି ଜଣାପଡୁଛି ଯେ ଉଭୟଙ୍କ ମଧ୍ୟରେ ଗଭୀର ପ୍ରେମ ଥିଲା। ରାଜ ଏବଂ ସୋନମ ଏକାଠି ସମ୍ପୂର୍ଣ୍ଣ ହତ୍ୟା ଯୋଜନା କରିଥିଲେ।
ସୋନମଙ୍କ ମାଆ ଏବଂ ଭାଉଜ ମଧ୍ୟ ତାଙ୍କ ପ୍ରେମିକ କିଏ ଏବଂ ସେ କାହାକୁ ପସନ୍ଦ କରନ୍ତି ସେ ବିଷୟରେ ସବୁକିଛି ଜାଣିଥିଲେ, ତେଣୁ ମୁଁ ନାର୍କୋ ଟେଷ୍ଟ ଦାବି କରୁଛି। ସମଗ୍ର ଭାରତକୁ ଏହା ପଚାରିବା ଉଚିତ ଯେ ସୋନମ ରାଜା ରଘୁବଂଶୀଙ୍କୁ କାହିଁକି ହତ୍ୟା କଲେ?
ସୋନମଙ୍କ ଭାଇ ମଧ୍ୟ ଚତୁର: ସଚିନ କୁହନ୍ତି ଯେ ଯେତେବେଳେ ସୋନମ ଏତେ ଚତୁର, ତେବେ ତାଙ୍କ ଭାଇ ଗୋବିନ୍ଦ କେତେ ଚତୁର ନହେଇଥିବେ। ମୁଁ ତାଙ୍କ ସହ କଥା ହୋଇନାହିଁ, ମୋ ଭାଇ ବିପିନ ତାଙ୍କ ସହ କଥା ହୋଇଛି।
ମୋ ଭାଇଙ୍କୁ ଯିଏ ହତ୍ୟା କରିଛି ମୁଁ କାହିଁକି ତାଙ୍କ ସହ କଥା ହେବି। ଯେତେବେଳେ ସୋନମ ଇନ୍ଦୋର ଆସିଲେ, ମୋ ବାପା କହିଲେ ଯେ ସେ ତାଙ୍କୁ ପଚାରିବାକୁ ଚାହାଁନ୍ତି ଯେ ସେ ରାଜାଙ୍କୁ କାହିଁକି ହତ୍ୟା କରିଛନ୍ତି।
ଯଦି ସୋନମଙ୍କ ଭଆଇ ତାଙଅକ ଭଉଣୀ ଉପରେ ରାଗିଛନ୍ତି, ଆଉ ତାଙ୍କୁ ଦଣ୍ଡ ଦେବାକୁ ଚାହୁଁଛନ୍ତି ତେବେ ତାଙ୍କୁ ସୋନମଙ୍କୁ ମୋ ବାପାଙ୍କ ସହ ଦେଖା କରେଇବାର ଥିଲା। ରାଜାଙ୍କ ଅକାଳ ମୃତ୍ୟୁ ହୋଇଛି, କାଲି ତାଙ୍କର ୧୩ତମ ଦିନ, ତେଣୁ ଆମେ ତାଙ୍କର ଫଟୋ ରଖିବୁ ଏବଂ ତାଙ୍କୁ ଯାହା ପସନ୍ଦ ଥିଲା ତାହା ରଖିବୁ ବୋଲି କହିଛନ୍ତି ସଚିନ୍।