fbpx
BSKY
BJD MC SKY
BJD YOUTH SKY

ଏତିକି କୋଟିର ମାଲିକାଣୀ ସୋନିଆ ଗାନ୍ଧୀ, ଇଟାଲୀରେ ବି ଅଛି ସଂପତ୍ତି, ହେଲେ ନିଜର ନାହିଁ କାର୍‌: ଆଫିଡେଭିଟରେ ଖୁଲାସା

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟୀର ମୁଖ୍ୟ ସୋନିଆ ଗାନ୍ଧୀ ରାଜ୍ୟସଭା ନିର୍ବାଚନ ପାଇଁ ରାଜସ୍ଥାନରୁ ନାମାଙ୍କନ ଦାଖଲ କରିଛନ୍ତି । ସୋନିଆଙ୍କ ଦେହ ଖରାପ ଥିବାରୁ ସେ ରାୟବରେଲୀରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରିବେ ନାହିଁ ଏବଂ ପାର୍ଟି ତାଙ୍କୁ ରାଜ୍ୟସଭା ମାଧ୍ୟମରେ ସଂସଦକୁ ପଠାଉଛି । ତେବେ ଆସନ୍ତୁ ଜାଣିବା ସୋନିଆ ଗାନ୍ଧୀଙ୍କ ରୋଜଗାର ଏବଂ ସେ କେତେ ସଂପତ୍ତିର ମାଲିକାଣୀ ।

ସୋନିଆ ଗାନ୍ଧୀଙ୍କ ପାଖେ ସମୁଦାୟ ୧୨.୫୩ କୋଟି ଟଙ୍କାର ସଂପତ୍ତି ରହିଛି । ଲୋକସଭା ନିର୍ବାଚନର ତୁଳନାରେ ପାଞ୍ଚ ବର୍ଷରେ ତାଙ୍କର ୭୫ ଲକ୍ଷ ଟଙ୍କା ବୃଦ୍ଧି ଘଟିଛି । ୨୦୧୯ ମସିହାରେ ସୋନିଆ ଗାନ୍ଧୀ ରାୟବରେଲୀରେ ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦିତା କରୁଥିଲେ । ଏହି ସମୟରେ ସେ ନିର୍ବାଚନ ଆଭିଡେଭିଟରେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ସଂପତ୍ତି ୧୧.୮୧ କୋଟି ଟଙ୍କା ଅଛି । ସେହିପରି ବର୍ତ୍ତମାନ ରାଜ୍ୟସଭା ନିର୍ବାଚନ ପାଇଁ ଦାଖଲ କରିଥିବା ନାମାଙ୍କନରେ ଦିଆଯାଇଥିବା ଆଫିଡେଭିଟରେ ସୋନିଆ ଗାନ୍ଧୀ ଇଟାଲୀରେ ତାଙ୍କ ପିତାଙ୍କର ସଂପତ୍ତିରେ ଭାଗ ଅଛି ବୋଲି ଉଲ୍ଲେଖ କରିଛନ୍ତି ।

ଗତ ୫ ବର୍ଷରେ ଇନକମ ଟ୍ୟାକ୍ସ ରିଟର୍ଣ୍ଣରେ ଦେଖାଦେଇଥିବା ଆୟ:
-ଆର୍ଥିକ ବର୍ଷ ୨୦୧୮-୧୯ରେ ୧୦.୨୩ ଲକ୍ଷ
-୨୦୨୯-୨୦ରେ ୧୦.୫୭ ଲକ୍ଷ
-୨୦୨୦-୨୧ରେ ୦୯.୯୦ ଲକ୍ଷ
-୨୦୨୧-୨୨ରେ ୧୦.୬୮ ଲକ୍ଷ
-୨୦୨୨-୨୩ରେ ୧୬.୬୯ ଲକ୍ଷ

ସୋନିଆଙ୍କ ପାଖେ ୮୮ କିଲୋ ଚାନ୍ଦି, ୧୨୬୭ ଗ୍ରାମ ସୁନା ଏବଂ ଅଳଙ୍କାର ଅଛି । ସେହିପରି ୨୦୨୯ରେ ସୋନିଆ ଦିଲ୍ଲୀ ପାଖେ ଥିବା ଡେରାମାଣ୍ଡି ଗାଆଁରେ ତିନୋଟି ଜମି ଏବଂ ସୁଲତାନପୁର ମହରୌଲୀରେ ୧୨ଟି ବଡ଼ ଜମି ଏବଂ ୧୫ଟି ଜମି ରହିଛି ବୋଲି ଉଲ୍ଲେଖ କରିଥିଲେ । ତାଙ୍କ ପାଖେ ଏବେ ବି ନୂଆଦିଲ୍ଲୀର ଡେରାମଣ୍ଡି ଗାଆଁରେ ତିନୋଟି କୃଷି ଜମି ଅଛି, ଯାହାର ସମୁଦାୟ ମୂଲ୍ୟ ୫.୮୮ କୋଟି କୁହାଯାଇଛି ।

ସୋନିଆ ଗାନ୍ଧୀଙ୍କ ପାଖେ ନିଜର କୌଣସି ଗାଡି କିମ୍ବା କାର ନାହିଁ । ସେ ୨୦୧୯ରେ ଲୋକସଭା ନିର୍ବାଚନ ସମୟରେ ମଧ୍ୟ ନିଜ ପାଖେ କୌଣସି ଟୁ-ହ୍ୱିଲର ନାହିଁ ବୋଲି କହିଛନ୍ତି ।

Get real time updates directly on you device, subscribe now.