fbpx
BJD SKY
BJD SKY

ଲକ୍ ଡାଉନକୁ ନେଇ ଅସନ୍ତୁଷ୍ଟ ସୋନିଆ

BJD

ନୂଆଦିଲ୍ଲୀ, ୨ା୪: କରୋନା ସ୍ଥିତି ମୁକାବିଲା ନେଇ ଏପ୍ରିଲ ୧୪ଯାଏଁ ଦେଶ ଲକ୍ ଡାଉନ ରହିଛି । ଏହି ଲକ୍ ଡାଉନକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି । ସେ କହିଛନ୍ତି କରୋନା ପାଇଁ ୨୧ଦିନିଆ ଲକ୍ ଡାଉନ ଜରୁରୀ ଥିଲା । କିନ୍ତୁ ସୁଚିନ୍ତିତ ଭାବେ ଲକ୍ ଡାଉନ ଲାଗୁ କରାଯାଇ ନାହିଁ ବୋଲି ସୋନିଆ କହିଛନ୍ତି । ଫଳରେ ଅନେକ ପ୍ରବାସୀ ଶ୍ରମିକ କଷ୍ଟ ପାଇଛନ୍ତି । ଏହାସହ ସାଧାରଣ ଜନତା ଲକ୍ ଡାଉନ ଯୋଗୁଁ ବହୁ ସମସ୍ୟା ଦେଇ ଗତି କରୁଛନ୍ତି ବୋଲି ସେ କହିଛନ୍ତି ।
ପ୍ରକାଶଯୋଗ୍ୟ ଯେ କରୋନାରେ ଦେଶରେ ୫୦ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଏହାସହ ଆକ୍ରାନ୍ତଙ୍କ ସଂଖ୍ୟା ୧ହଜାର ୯୬୫କୁ ପହଞ୍ଚିଛି । କରୋନାରେ ଆକ୍ରାନ୍ତ ଥିବା ୧୫୧ଜଣ ସୁସ୍ଥ ହୋଇଛନ୍ତି । ଏବେ ବିଭିନ୍ନ ହସ୍ପିଟାଲରେ ୧ହଜାର ୭୬୪ଜଣ ଚିକିତ୍ସାଧୀନ ଅଛନ୍ତି ।

Get real time updates directly on you device, subscribe now.