fbpx
BJD SKY
BJD SKY

ଏ କି ବିଡ଼ମ୍ବନା! ନିଜ ପାର୍ଟିକୁ ଭୋଟ୍ ଦେଇ ପାରିବେ ନାହିଁ ସୋନିଆ-ରାହୁଲ ଗାନ୍ଧୀ! ଦିଲ୍ଲୀ ରାଜନୀତିରେ ନୂଆ ମୋଡ଼

BJD

ନୂଆଦିଲ୍ଲୀ: ରାଜନୀତିରେ କଂଗ୍ରେସ ନିଜ ସ୍ଥିତି ମଜବୁତ କରିବାକୁ ଚେଷ୍ଟା କରୁଛି । କିନ୍ତୁ ସମସ୍ୟା ଦଳର ପିଛା ଛାଡ଼ୁନି । ବର୍ତ୍ତମାନ ଦିଲ୍ଲୀର ରାଜନୈତିକ ସମୀକରଣ ସମ୍ପୂର୍ଣ୍ଣ ବଦଳିଯାଇଛି । ଯାହା ଫଳରେ ନିର୍ବାଚନରେ ନିଜ ଦଳକୁ ଭୋଟ ଦେଇ ପାରିବେ ନାହିଁ ଗାନ୍ଧୀ ପରିବାରର ୩ ରାଜନେତା । ଏଭଳି ଦିନ ଦେଖିବାକୁ ପଡ଼ିବ ବୋଲି ହୁଏତ କଂଗ୍ରେସର ଏହି ରଣନୀତିକାର କେବେ ଚିନ୍ତା ବି କରି ନଥିବେ । କିନ୍ତୁ ଏବେ ଏହା ହିଁ ହେବାକୁ ଯାଉଛି ବୋଲି ରାଜନୀତି ମାହୋଲରେ ଚର୍ଚ୍ଚା ଜୋର ଧରିଛି ।

ଚଳିତବର୍ଷ ଲୋକସଭା ନିର୍ବାଚନରେ ନିଜ ପାର୍ଟିକୁ ହିଁ ଭୋଟ ଦେଇ ନ ପାରନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ । ଦିଲ୍ଲୀ ଲୋକସଭା ଅଞ୍ଚଳର ଭୋଟର ହୋଇଥିଲେ ମଧ୍ୟ ନିର୍ବାଚନରେ ନିଜ ପାର୍ଟିକୁ ସେମାନେ ଭୋଟ ଦେଇ ପାରିବେ ନାହିଁ । କାରଣ ସିଟ୍ ସେୟାରିଙ୍ଗରେ କଂଗ୍ରେସ ଗାନ୍ଧୀ ପରିବାରର ନୂଆଦିଲ୍ଲୀ ସିଟ୍ ଅରବିନ୍ଦ କେଜରିୱାଲଙ୍କ ‘ଆପ୍’ ପାର୍ଟିକୁ ପ୍ରଦାନ କରିଛି । ଆପ୍ ଏବେ ନୂଆ ଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, ପୂର୍ବ ଦିଲ୍ଲୀ ଏବଂ ପଶ୍ଚିମ ଦିଲ୍ଲୀ ଲୋକସଭା ସିଟ୍ ଉପରେ ନିର୍ବାଚନ ଲଢୁଥିବା ବେଳେ କଂଗ୍ରେସ ୩ଟି ସିଟରେ ଲଢିବାକୁ ଯାଉଛି । ଚାନ୍ଦନୀ ଚୌକ, ଉତ୍ତର-ପୂର୍ବ ଦିଲ୍ଲୀ ଏବଂ ଉତ୍ତର-ପଶ୍ଚିମ ଦିଲ୍ଲୀ ସାମିଲ ରହିଛି । ତେବେ ରାଜନୀତି ଇତିହାସରେ ବୋଧହୁଏ ପ୍ରଥମ ଥର ପାଇଁ ଗାନ୍ଧୀ ପରିବାରର ସଦସ୍ୟ ନିଜ ଦଳକୁ ଭୋଟ ଦେବାରେ ବିଫଳ ହୋଇପାରନ୍ତି ।

ଗାନ୍ଧୀ ପରିବାର ଯେଉଁ ନୂଆ ଦିଲ୍ଲୀ ଲୋକସଭା କ୍ଷେତ୍ରର ଭୋଟର, ତାହା ଏକଦା କଂଗ୍ରେସ ଗଡ଼ ରହିଥିଲା । କିନ୍ତୁ ୨୦୧୪ରେ ମୋଦୀ ଲହର ରାଜନୀତିର ସମସ୍ତ ସମୀକରଣକୁ ବଦଳାଇ ଦେଇଛି । ତେବେ ଚଳିତବର୍ଷ ଏହି ସିଟରୁ ବିଜେପିର ବାଂଶୁରୀ ସ୍ୱରାଜ ଆଶାୟୀ ପ୍ରାର୍ଥି ଭାବରେ ରହିଥିବା ବେଳେ ସୋମନାଥ ଭାରତୀଙ୍କୁ ଟିକେଟ ଦେଇଛି ଆପ୍ । ୧୯୫୨ରୁ ୨୦୦୯ ମଧ୍ୟରେ ନୂଆଦିଲ୍ଲୀ ସିଟରୁ କଂଗ୍ରେସ ୭ ଥର ବିଜୟ ହାସଲ କରିଛି । ୨ଟି ଲୋକସଭା ନିର୍ବାଚନରେ ଲଗାତାର ବିଜେପିର ମିନାକ୍ଷି ଲେଖି ବିଜୟୀ ହୋଇଥିଲେ ।

Get real time updates directly on you device, subscribe now.