fbpx

(Video) ପିକନିକ ଆରମ୍ଭ ହେବା ପୂର୍ବରୁ ହୋଇଗଲା ଶେଷ, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏପରି ଭିଡିଓ ଆସୁଛି ଯାହାକୁ ଦେଖି ଆପଣ ଦିନ ସାରା ଖୁସି ରହୁଛନ୍ତି । ହସୁଥିବା ଭିଡିଓ ଅନେକ ଲୋକେ ଦେଖିବାକୁ ପସନ୍ଦ କରୁଛନ୍ତି । ଏପରି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଦେଖି ଆପଣ ନିଜ ହସକୁ ରୋକିପାରିବେ ନାହିଁ । ଆସନ୍ତୁ ଦେଖିବା ଏପରି ଏକ ଭିଡିଓ ।

ସୋସିଆଲ ମିଡିଆରେ ଛଡାଯାଇଥିବା ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ, କିଛି ଝିଅ ପାହାଡ଼ ଅଞ୍ଚଳରେ ପିକନିକ କରିବାକୁ ଆସୁଛନ୍ତି । ପିକନିକରେ ଖାଦ୍ୟ ନ ଖାଇବା ପିକନିକ ଅସପୂର୍ଣ୍ଣ ଅଟେ । ସେମାନେ ଅନେକ ପ୍ରକାର ବ୍ୟଞ୍ଜନ ବାଢିକରି ରଖିଥିଲେ । ଠିକ ସେହି ସମୟରେ ଏକ ଗାଈ ସେଠାରେ ପହଁଚିଗଲା । ସେହି ସମୟରେ ଝିଅମାନେ ସେଠାରେ ଉଠିଗଲେ । ଗାଈକୁ ଘୋଉଡାଇଲେ ମଧ୍ୟ ସେ ନ ଯାଇ ବଢାଯାଇଥିବା ଖାଦ୍ୟ ଖାଇବାକୁ ଲାଗିଲା । ଯେଉଁଥିପାଇଁ ଝିଅମାନଙ୍କ ପିକନିକ ଫିକା ପଡିଯାଇଛି ।

ସେହି ଝିଅମାନଙ୍କ ମଧ୍ୟ ଜଣେ ଏହି ଦୃଶ୍ୟକୁ ମୋବାଇଲରେ ରେକର୍ଡ କରିଥିଲେ । ଯାହାକି ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ଏହି ଭିଡିଓକୁ ୪୭ ହଜାରରୁ ଅଧିକ ଲୋକ ଏହି ଭିଡିଓ ଦେଖି ସାରିଲେଣି ।

Get real time updates directly on you device, subscribe now.