fbpx

ପରଲୋକରେ ଗୀତା ମେହେଟ୍ଟାଙ୍କ ସ୍ୱାମୀ

ଭୁବନେଶ୍ୱର,୩୧ ।୧୨(ଓଡିଶା ଭାସ୍କର): ବିଜୁ ପଟ୍ଟନାୟକଙ୍କ ଜ୍ୱାଇଁ ଅର୍ଥାତ୍ ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନି ମେହେଟ୍ଟାଙ୍କ ଆଜି ଦେହାନ୍ତ ହୋଇଛି । ୭୬ ବର୍ଷ ବୟସରେ ତାଙ୍କର ମୃତ୍ୟୁ ହୋଇଛି । ଭିଣୋଇର ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଣେ ଖ୍ୟାତିସମ୍ପନ୍ନ ପ୍ରକାଶକ ଭାବେ ସୋନି ମେହେଟ୍ଟା ପରିଚିତ । ଟ୍ୱିଟ୍ କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ନବୀନ କହିଛନ୍ତି ଯେ, ‘ସୋନି ବିଶ୍ୱର ଜଣେ ଶ୍ରେଷ୍ଠ ସମ୍ପାଦକ ଥିଲେ । ସୋନି ଜଣେ ଭଦ୍ର ଓ ଅମାୟିକ ବ୍ୟକ୍ତି ।’

ତେବେ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ସ୍ୱାମୀ ସୋନି ମେହେଟ୍ଟା ଏବେ Alfred A। Knopf ର ସମ୍ପାଦକ ଥିଲେ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ସର୍ବଶ୍ରେଷ୍ଠ ବିକ୍ରି ପୁସ୍ତକ ପ୍ରକାଶ କରିଥିଲେ ସୋନି ମେହେଟ୍ଟା ।

Get real time updates directly on you device, subscribe now.