ଶୁକ୍ରବାର ଦିନ କରନ୍ତୁ ନାହିଁ ଏହି ଭୁଲ୍; ସନ୍ତୋଷୀ ମା’ ପ୍ରସନ୍ନ ହେଲେ ଧନ, ସମ୍ପଦରେ ପୂରି ଉଠିବ ଘର ଦ୍ୱାର

ସନ୍ତୋଷୀ ମା’ଙ୍କ ସ୍ୱତନ୍ତ୍ର ପୂଜା ବିଧି । ପାରିବାରିକ ସମୃଦ୍ଧି ପ୍ରଦାନ କରନ୍ତି ମା’ ।

ଓଡ଼ିଶା ଭାସ୍କର: ଶୁକ୍ରବାର ଦିନ ସନ୍ତୋଷୀମାତାଙ୍କ ପୂଜା କରିବା ଅତ୍ୟନ୍ତ ଶୁଭଙ୍କର ବୋଲି ଧରାଯାଏ । ଏହି ଦିନ ସନ୍ତୋଷୀ ମା’ଙ୍କୁ ସନ୍ତୋଷ, ଧର୍ଯ୍ୟ, ସମୃଦ୍ଧିର ସ୍ୱରୂପକୁ ପୂଜା କରାଯାଏ ।

ଯେଉଁମାନେ ସନ୍ତୋଷୀ ବ୍ରତ କଥା କରିବା ସହ ମନରେ ମା’ଙ୍କୁ ସୁମରି ପୂଜାର୍ଚ୍ଚନା କରନ୍ତି ସେମାନଙ୍କୁ ସୁଖ ସମୃଦ୍ଧି ସାଙ୍ଗକୁ ପାରିବାରିକ ସୁଖ ପ୍ରାପ୍ତି ହୁଏ ।

ବିଶେଷ କରି ମହିଳାମାନେ ଏହି ବ୍ରତକୁ ପାଳନ କରନ୍ତି, ସେମାନଙ୍କ ଘରେ ସୁଖ, ସମୃଦ୍ଧି ଓ ସନ୍ତାନମାନଙ୍କ ସଫଳତା ମନାସି ଘରର ମହିଳା ଏ ବ୍ରତକୁ ପାଳନ କରନ୍ତି ।

ପୂଜା ବିଧି:
ଶୁକ୍ରବାର ସନ୍ତୋଷୀ ମା’ଙ୍କ ପୂଜା ପାଇଁ ସ୍ୱରନ୍ତ୍ର ପୂଜା ବିଧି ରହିଛି । ଭୋର ଉଠି ଗାଧୁଆ ସାରି, ଲାଲ୍ କିମ୍ବା ଗୋଲାପି ରଙ୍ଗର ବସ୍ତ୍ର ଧାରଣ କରନ୍ତୁ । ଘରର ପୂଜା ସ୍ଥଳରେ ମା’ ସନ୍ତୋଷୀଙ୍କ ମୂର୍ତ୍ତୀ କିମ୍ବା ଫଟୋ ସ୍ଥାପନ କରନ୍ତୁ ।

ମାଙ୍କୁ ଫୁଲ, ଚନ୍ଦନ, ସିନ୍ଦୂର ଦେଇ ସଜେଇବା ପରେ ଗୁଡ଼ ଓ ଚଣାର ଭୋଗ ଲଗାନ୍ତୁ । କାରଣ ଏହି ଦୁଇଟି ପଦାର୍ଥ ମା’ଙ୍କର ଅତ୍ୟନ୍ତ ପ୍ରିୟ । ଏହାପରେ ନିର୍ମଳ ମନରେ ସନ୍ତୋଷୀ ବ୍ରତ୍ତ କଥା ପାଠ କରିନ୍ତୁ ।

ପୂଜା ଶେଷରେ ମା’ଙ୍କ ଆଳତୀ କରିବା ସହ ଭୋଗ ଲାଗିଥିବା ଚଣା, ଗୁଡ଼ ପ୍ରସାଦ ଉପସ୍ଥିତି ଲୋକଙ୍କୁ ବାଣ୍ଟି ଦେବ । ଉପବାସ କରୁଥିବା ବ୍ୟକ୍ତିଙ୍କୁ ଶୁକ୍ରବାର ଦିନ କେବଳ ଗୁଡ଼ ସ ଚଣା ଖାଇବାକୁ ହୋଇଥାଏ ।

କରନ୍ତୁ ନାହିଁ ଏହି ଭୁଲ୍: ଶୁକ୍ରବାର ଦିନ ମା’ ସନ୍ତୋଷୀଙ୍କ ବ୍ରତ ପାଳନ କରାଯାଉଥିବା ହେତୁ, ଏହି ୫ କାମ କରିବା ଦ୍ୱାରା ମା’ ରୁଷ୍ଟ ହୋଇଯାଆନ୍ତି, ଚାଲନ୍ତୁ ଜାଣିବା ସେ ଭୁଲ୍ କ’ଣ
– ଅନ୍ୟକୁ କଟୁ କଥା କୁହନ୍ତୁ ନାହିଁ

– ପରର ଅନିଷ୍ଠ ଚିନ୍ତା ମନରୁ ଦୂର କରିନ୍ତୁ
– ସ୍ୱାର୍ଥପର ଭାବରେ କୌଣସି କାମ କରନ୍ତୁ ନାହିଁ
– ନିଜ ସାମର୍ଥ୍ୟ ଅନୁସାରେ ଦାନ କରନ୍ତୁ
– ଅନ୍ୟକୁ ଦୁଃଖ ଦେବା ପରିବର୍ତ୍ତେ ଖୁସିର କାରଣ ହୁଅନ୍ତୁ

ବ୍ରତଧାରୀ ଏହି ଦିନ ଖଟା ଜାତୀୟ ଖାଦ୍ୟ; ଦହି, ଲେମ୍ବୁ ଇତ୍ୟାଦିର ସେବନ ନିଶେଧ । ଏଥିସହ ଆମିଷ, ରସୁଣ, ପିଆଜ ତାମସିକ ଭୋଜନରୁ ଦୂରେଇ ରହିବାକୁ ପଡ଼ିଥାଏ ।

ମା’ ସନ୍ତୋଷୀଙ୍କ ଉପାସନ ଦ୍ୱାରା ଚିତକୁ ଶାନ୍ତି, ପାରିବାରିକ ସୁଖ, ଆର୍ଥିକ ଲାଭ ସାଙ୍ଗକୁ ସମୃଦ୍ଧି ପ୍ରାପ୍ତି ହୋଇଥାଏ । ଯେଉଁମାନେ ଭଲ ମନରେ ମାଶ’ଙ୍କ ଆରଧନା କରନ୍ତି ସେମାନଙ୍କୁ ଭଗବତୀଙ୍କ କୃପା ପ୍ରାପ୍ତି ହୋଇଥାଏ ।