fbpx

ସୋନୁ ସୁଦ କରୋନା ପଜିଟିଭ୍

ମୁମ୍ବାଇ, ୧୭ ।୪ (ଓଡିଶା ଭାସ୍କର) : ଅଭିନେତା ସୋନୁ ସୁଦ ଶନିବାର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏନେଇ ସେ ଟୁଇଟ୍ କରି ଜଣାଇଛନ୍ତିୁ । ସେ ଲେଖିଛନ୍ତି ଯେ, “ମୁଁ ଆପଣମାନଙ୍କୁ ଜଣାଇବାକୁ ଚାହୁଁଛି ଯେ, ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ତେଣୁ ମୁଁ ମୋ ନିଜକୁ କ୍ୱାରେନଣ୍ଟାଇନ୍ ରେ ରଖିଛି । ଚିନ୍ତା କରିବାର କୌଣସି କାରଣ ନାହିଁ । କାରଣ ଏବେ ମୋ ପାଖରେ ଅଧିକ ସମୟ ରହିବ ଆପଣ ମାନଙ୍କ ଅସୁବିଧା ବୁଝିବାରେ” । ସୋନୁ ସୁଦ କରୋନା ସମୟରେ ଲୋକଙ୍କ ପାଖରେ ରହି ସେମାନଙ୍କ ସମସ୍ୟା କରିଥିଲେ । ତେଣୁ ତାଙ୍କୁ ଲୋକ ମାନେ ଭଗବାନ ବୋଲି ଭାବି ସବୁ ଅସୁବିଧା ତାଙ୍କୁ ଜଣାଉଛନ୍ତି । ନିକଟରେ ସୋନୁ, ଯେଉଁ ମାନଙ୍କୁ କରୋନା ଟିକା ଅତ୍ୟାବଶ୍ୟକ ରହିଥିଲା ସେମାନଙ୍କ ପାଖରେ ରେମଡିସିଭର୍ ଟିକା ପହଞ୍ଚାଇଥିଲେ ଏବଂ ଅକ୍ସିଜେନ୍ ସିଲିଣ୍ଡର୍ ମଧ୍ୟ ଯୋଗାଇଥିଲେ । ଏଥିସହିତ କରୋନା ସମୟରେ ପିଲାମାନଙ୍କ ପରୀକ୍ଷା ସ୍ଥଗିତ ରଖିବା ସପକ୍ଷରେ ସ୍ୱର ଉତ୍ତୋଳନ କରିଥିଲେ ।

Get real time updates directly on you device, subscribe now.