fbpx

ଗୋଟିଏ ଏପିସୋଡ୍ ପାଇଁ ଏହି ଟିଭି କଳାକାର ଚାର୍ଜ କରନ୍ତି ସବୁଠାରୁ ଅଧିକ ଟଙ୍କା, ଦେଖନ୍ତୁ ଫଟୋ

ମୁମ୍ବାଇ, ୧୭ ।୪ (ଓଡିଶା ଭାସ୍କର) : ଆପଣ ମାନେ ଜାଣିଥିବେ ବିଭିନ୍ନ ବଲିଉଡ୍ ଅଭିନେତା ଏବଂ ଅଭିନେତ୍ରୀ ମାନେ ଗୋଟିଏ ଫିଲ୍ମ ପାଇଁ ଅନେକ ଚାର୍ଜ କରନ୍ତି । ଯେପରିକି ଅକ୍ଷୟ କୁମାର, ଅମିର୍ ଖାନ୍, ଶାହରୁଖ ଖାନ୍, ଦୀପିକା ପାଦୁକୋନ୍, ଉର୍ବଶୀ ରୌଟେଲାଙ୍କ ଭଳି ଷ୍ଟାର ମାନେ ଗୋଟିଏ ଫିଲ୍ମ କିମ୍ବା ବିଜ୍ଞାପନ ସୁଟିଂ ପାଇଁ ଅଧିକ ଟଙ୍କା ନିଅନ୍ତି । ତେବେ ଆପଣ ଜାଣିଛନ୍ତି କି ଏମାନଙ୍କ ବ୍ୟତୀତ ଟିଭି ସିରିୟଲ୍ ରେ ଅଭିନୟ କରୁଥିବା କଳାକାର ମାନେ ମଧ୍ୟ ଗୋଟିଏ ଗୋଟିଏ ଏପିସୋଡ୍ ପାଇଁ ହାଇ ଏମାଉଣ୍ଟ ଚାର୍ଜ କରନ୍ତି । ତେବେ ଚାଲନ୍ତୁ ଜାଣିବା ସେହିଭଳି କିଛି କଳାକାର ମାନଙ୍କ ବିଷୟରେ ।


ହିନା ଖାନ୍:
ଲୋକପ୍ରିୟ ଅଭିନେତ୍ରୀ ହିନା ଖାନ୍ ଉଭୟ ଟେଲିଭିଜନ୍ ଏବଂ ଓଟିଟି ପ୍ଲାଟଫର୍ମରେ ଏବେ ରାଜ୍ କରୁଛନ୍ତି । ସେ ପ୍ରଥମେ ଷ୍ଟାରପ୍ଲସ୍ ରେ “ୟେ ରିସ୍ତା କ୍ୟା କେହ ଲାତା ହେ’ରୁ ନିଜ ଅଭିନୟ କ୍ୟାରିୟର୍ ଆରମ୍ଭ କରିଥିଲେ । ଧୀରେ ଧୀରେ ତାଙ୍କ କ୍ୟାରିୟର୍ ମାଇଲେଜ୍ ଧରିଥିଲା । ଲୋକ ତାଙ୍କ ଅଭିନୟକୁ ଖୁବ୍ ପସନ୍ଦ କରିଥିଲେ । ଆଉ ଏହାପରେ ହିନା ଓଟିଟି ପ୍ଲାଟଫର୍ମ ଏବଂ ହିନ୍ଦୀ ଫିଲ୍ମରେ ନିଜର ଜଲୱା ଦେଖାଇବା ଆରମ୍ଭ କରିଥିଲେ । ପ୍ରଥମରେ ସେ ୮୦ ହଜାର ରୁ ୧ ଲକ୍ଷ ଟଙ୍କା ଚାର୍ଜ କରୁଥିଲେ । ହେଲେ ଆଜିକା ସମୟରେ ସେ ଗୋଟିଏ ଏପିସୋଡ୍ ପାଇଁ ୨ ଲକ୍ଷ ଟଙ୍କା ନେଉଛନ୍ତି ।


ରାମ କପୁର:
ଅଭିନେତା ରାମ କପୁରଙ୍କୁ ଦର୍ଶକ ମାନେ “ବଡେ ଅଛେ ଲଗତେହେ” ସିରିୟଲ୍ ରୁ ପସନ୍ଦ କରିବା ଆରମ୍ଭ କରିଥିଲେ । ଆଉ ସେଥିରେ ତାଙ୍କର ଚମତ୍କାର ଅଭିନୟ ପାଇଁ ସିିରିୟଲର ଭିୟୁ ଅନେକ ବଢ଼ିଥିଲା । ଏବେ ସେ ବଲିଉଡ୍ ଫିଲ୍ମରେ ମଧ୍ୟ ନଜର ଆସିଲେଣି । ସେ ଗୋଟିଏ ଏପିସୋଡ୍ ପାଇଁ ସେ ୧.୨୫ ଲକ୍ଷ ଟଙ୍କା ଚାର୍ଜ କରନ୍ତି ।


କପିଲ ଶର୍ମା
BollywoodLife.com ର ରିପୋର୍ଟ ଅନୁସାରେ ଅଭିନେତା ତଥା କମେଡିଆନ୍ କପିଲ ଶର୍ମା ନିଜର ଟକ୍ ସୋ “ଦ କପିଲ ଶର୍ମା ସୋ’ ପାଇଁ ଗୋଟିଏ ଏପିସୋଡ୍ ରେ ୫୦ ଲକ୍ଷ ଟଙ୍କାରୁ ଅଧିକ ଚାର୍ଜ ନିଅନ୍ତି । ସବୁଠାରୁ ଅଧିକ ପେଡ୍ ଅଭିନେତା ମଧ୍ୟରେ ସେ ରହିଛନ୍ତି ।


ସୁନିଲ ଗ୍ରୋଭର୍
କମେଡିଆନ୍ ତଥା ଅଭିନେତା ସୁନିଲ୍ ଗ୍ରୋଭର୍ ଙ୍କୁ କିଏ ବା ନଜାଣେ । ତାଙ୍କ କମେଡି ପାଇଁ ସେ ଲୋକଙ୍କ ମଧ୍ୟରେ ବେଶ୍ ପରିଚିତ । ଗୋଟିଏ ଗୋଟିଏ ଏପିସୋଡ୍ ପିଛା ସେ ୧୦ ରୁ ୧୫ ଲକ୍ଷ ଟଙ୍କା ନିଅନ୍ତି ।


ଦିବ୍ୟଙ୍କା ତ୍ରିପାଠୀ
ଦିବ୍ୟଙ୍କା ତ୍ରିପାଠୀ BollywoodLife.com ର ରିପୋର୍ଟ ଅନୁସାରେ ୧ ଲକ୍ଷରୁ ୧.୫ ଲକ୍ଷ ପର୍ଯ୍ୟନ୍ତ ଚାର୍ଜ ନିଅନ୍ତି ।

Get real time updates directly on you device, subscribe now.