fbpx

ସମ୍ରାଟ ପୃଥ୍ୱୀରାଜର ଅସଫଳତାକୁ ନେଇ ସୋନୁ ସୁଦଙ୍କ ମନ୍ତବ୍ୟ: ଜାଣନ୍ତୁ କଣ କହିଲେ..

ସୋନୁ ସୁଦ ସବର୍ଦା କୌଣସି ନା କୌଣସି ପ୍ରୋଜେକ୍ଟରେ ବ୍ୟସ୍ତ ରୁହନ୍ତିି । ଛୋଟ ପରଦାରୁ ଆରମ୍ଭ କରି ବଡ଼ ପରଦା ଯାଏଁ ସୋନୁ ସୁଦଙ୍କର କାମର କେବେ ଅଭାବ ନଥାଏ । ଖୁବଶୀଘ୍ର ସେ ଏକ ନୂଆ ପ୍ରୋଜେକ୍ଟରେ କାମ କରିବାକୁ ଯାଉଛନ୍ତିି । ନିକଟରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘ସମ୍ରାଟ ପୃଥ୍ୱୀରାଜ’ ବକ୍ସ ଅଫିସରେ ଭଲ କମାଲ କରିନଥିଲେ ମଧ୍ୟ ସୋନୁ ସୁଦଙ୍କ ଅଭିନୟକୁ ଖୁବ ପସନ୍ଦ କରୁଛନ୍ତି ଫ୍ୟାନ୍ସ । ଏପରିକି ଫ୍ୟାନ୍ସମାନେ ଲିଡ ଆକ୍ଟର ଅକ୍ଷୟ କୁମାରଙ୍କଠୁ ସୋନୁ ସୁଦଙ୍କୁ ଅଧିକ ରେଟିଙ୍ଗ ଦେଇଥିବାର ଦେଖିବାକୁ ମିଳିଛି । ଏହି ଚଳଚ୍ଚିତ୍ରରେ ଚାନ୍ଦ ବରଦାଇ ଭୂମିକାରେ ଅଭିନୟ କରୁଥିବା ସୋନୁ ସୁଦ ଫିଲ୍ମର ଅସଫଳତାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ।

ସୋନୁ ସୁଦ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଏହି ଚଳଚ୍ଚିତ୍ର ପାଇଁ ନିର୍ଦ୍ଦେଶକଙ୍କ ସହିତ ପୁରା ଟିମ କଠିନ ପରିଶ୍ରମ କରିଛି । ମୋତେ ଏହି ଚଳଚ୍ଚିତ୍ରରେ ଏକ ଭଲ ଭୂମିକାରେ ଅଭିନୟ କରିବାକୁ ମିଳିଥିଲା । ଦର୍ଶକମାନେ ଚଳଚ୍ଚିତ୍ରକୁ ଏତେ ଭଲ ପାଇବା ଦେଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଛନ୍ତି ସୋନୁ ସୁଦ । ସେହିପରି ମହାମାରୀ ପରଠାରୁ ଅବସ୍ଥାରେ ପରିବର୍ତ୍ତନ ଆସିଥିବା ନେଇ ଫିଲ୍ମଟି ବକ୍ସ ଅଫିସରେ ସେତେ ଭଲ ଇନକମ କରିନଥିବା କହିଛନ୍ତିି ସୋନୁ ସୁଦ । କିନ୍ତୁ ସେ ଚଳଚ୍ଚିତ୍ରକୁ ନେଇ ବହୁତ ଖୁସି ଅଛନ୍ତି ।

ସୂଚନାଯୋଗ୍ୟ ଯେ ସୋନୁ ସୁଦ ଟିଭି ରିଅଲିଟି ସୋ ‘ରୋଡିଜ’ କୁ ବର୍ତ୍ତମାନ ହୋଷ୍ଟ କରୁଛନ୍ତି । ଏହା ସହିତ ସେ ଏକ ବଡ଼ ପ୍ରୋଜେକ୍ଟରେ କାମ କରିବାକୁ ନେଇ ଚର୍ଚ୍ଚା ଚାଲିଛି ।

Get real time updates directly on you device, subscribe now.