fbpx

ସୋନୁ ସୁଦଙ୍କ ନାଁରେ ମଟନ ଶପ୍: ଏମିତି ଢଙ୍ଗରେ ପ୍ରତିକ୍ରିୟା ରଖିଲେ ସୋନୁ

ନୂଆଦିଲ୍ଲୀ: ବଲିଉଡ ଅଭିନେତା ତଥା ସମାଜସେବୀ ସୋନୁ ସୁଦ ଗତ ଏକ ବର୍ଷ ଧରି ଟ୍ୱିଟରରେ ଲୋକଙ୍କ ସହ ଅଧିକ ଜଡ଼ିତ ଅଛନ୍ତି। ସେ ଅନେକ ସମୟରେ ଲୋକଙ୍କ ଟ୍ୱିଟର ଉତ୍ତର ମଧ୍ୟ ଦିଅନ୍ତି । ଏହାରି ମଧ୍ୟରେ ସେ ଏକ ଏମିତି ଟ୍ୱିଟର ଉତ୍ତର ଦେଇଛନ୍ତି ଯାହା ବେଶ୍ ମଜାଦାର। ତେବେ ଏହା ଏକ ନ୍ୟୁଜ ଭିଡିଓ ଯେଉଁଥିରେ କୁହାଯାଉଛି ଯେ ତେଲଙ୍ଗାନାର କରିମନଗରରେ ଏକ ମଟନ ଦୋକାନ ସୋନୁ ସୁଦଙ୍କ ନାମରେ  ହୋଇଛି । ଏହି ଟ୍ୱିଟ ଦେଖିବା ପରେ ସୋନୁ ଏହାର ପ୍ରତିକ୍ରିୟା ରଖିଛନ୍ତି । ଯେଉଁଥିରୁ ଜଣାପଡୁଛି ସେ ମଧ୍ୟ ଏହାକୁ ନେଇ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ଏହି ଟ୍ୱିଟ ଦେଖି ସୋନୁ ଏହାକୁ ରିଟ୍ୱିଟ କରି ଲେଖିଛନ୍ତି, ମୁଁ ଜଣେ ଶାକାହାରୀ ମୋ ନାମରେ ମଟନ ଦୋକାନ? ମୁଁ ତାଙ୍କ ପାଇଁ କିଛି ଶାକାହାରୀ ବ୍ୟବସ୍ଥା କରିପାରିବି କି? ତେବେ ସୋନୁ ଏହି ଟ୍ୱିଟ କରିବା ପରେ ତାହା ଭାଇରାଲ ହୋଇଯାଇଥିଲା । ଲୋକମାନେ ମଧ୍ୟ ଏହି ଟ୍ୱିଟ ଉପରେ ନିଜ ପ୍ରତିକ୍ରିୟା ଦେଇଛନ୍ତି । ସୂଚନା ଯୋଗ୍ୟ ଅଭିନେତା ସୋନୁ ସୁଦ କରୋନା ମହାମାରୀ ମଧ୍ୟରେ ଗତବର୍ଷଠାରୁ ଏପର୍ଯ୍ୟନ୍ତ ଅସହାୟ ଲୋକଙ୍କୁ ସାହାଯ୍ୟ କରିଆସୁଛନ୍ତି । ଲୋକମାନେ ମଧ୍ୟ ତାଙ୍କୁ ଖୁବ ପ୍ରଶଂସା କରିଛନ୍ତି । ସୋନୁଙ୍କର ଏହି ନିଃସ୍ୱାର୍ଥପର ସେବା ତାଙ୍କୁ ରିଲ୍ ଲାଇଫରୁ ରିୟଲ ଲାଇଫର ହିରୋ ବନିଯାଇଛନ୍ତି । ଅନେକ ଲୋକ ସୋନୁଙ୍କୁ ଭଗବାନ ବୋଲି ମାନ୍ୟତା ଦେଇଛନ୍ତି । ନିକଟରେ ଆନ୍ଧ୍ରପ୍ରଦେଶର ଚିତ୍ତୁର ଜିଲ୍ଲାର ଶ୍ରୀକାଲାହସ୍ତୀରେ ଲେକମାନେ ସୋନୁଙ୍କ ପୋଷ୍ଟରକୁ କ୍ଷୀରରେ ଧୋଇବାର ନଜର ଆସିଥିଲା, ଏଥିପାଇଁ ସୋନୁ ମଧ୍ୟ ତାଙ୍କୁ ଧନ୍ୟବାଦ ଦେଇଥିଲେ ।

Get real time updates directly on you device, subscribe now.