fbpx

ମୋଦୀ ଭ୍ୟାକ୍ସିନ କହି ବିରୋଧୀ ପ୍ରଶ୍ନ ଉଠାଉଥିଲେ, ଏବେ ଟିକା ପାଇଁ ଡହଳ ବିକଳ ହେଉଛନ୍ତି

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ଵାଧୀନ ଏନଡିଏକୁ ପୁରିଛି ସାତ ବର୍ଷ। ହେଲେ ଦ୍ଵିତୀୟ ପାଳିର ପ୍ରଥମ ଦୁଇ ବର୍ଷରୁ ଅଧିକ ସମୟ  କରୋନା ସଂଘର୍ଷରେ ଚାଲି ଯାଇଛି। ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରବିବାର ବିରୋଧୀଙ୍କ କଟୁ ସମାଲୋଚନା କରିଛନ୍ତି। ନଡ୍ଡା ଭ୍ୟାକ୍ସିନ ପ୍ରସଙ୍ଗରେ ବିରୋଧୀଙ୍କ ଭର୍ତ୍ସନା କରି କହିଛନ୍ତି ଯେ , ପ୍ରଥମେ ପ୍ରଥମେ ବିରୋଧୀ ଦଳ ଟିକାକୁ ମୋଦୀ ଟିକା ବୋଲି କହି ପ୍ରଶ୍ନ କରୁଥିଲେ ଏବଂ ଏବେ ଟିକା ପାଇଁ ଚିତ୍କାର କରୁଛନ୍ତି।

ନଡ୍ଡା କହିଛନ୍ତି, ତାଙ୍କ ସରକାର ଏ ପର୍ଯ୍ୟନ୍ତ ୧୩ କମ୍ପାନୀକୁ କରୋନା ଭ୍ୟାକ୍ସିନ ପ୍ରସ୍ତୁତ କରିବାକୁ ଅନୁମତି ଦେଇ ସାରିଛି। ଆଗାମୀ ଦିନରେ ଏହି  ସଂଖ୍ୟାରେ ଆହୁରି ବୃଦ୍ଧି ଘଟିବ। ମାସକରେ ୧.୩ କୋଟି ଭ୍ୟାକ୍ସିନ ପ୍ରସ୍ତୁତ କରୁଥିବା ଭାରତ  ବାୟୋଟେକ୍ ଅକ୍ଟୋବର ସୁଦ୍ଧା ୧୦ କୋଟି କୋଭାକ୍ସିନ ଉତ୍ପାଦନ ଆରମ୍ଭ କରିବ ବୋଲି ନଡ୍ଡା କହିଛନ୍ତି।

 

ବିରୋଧୀଙ୍କୁ କଡା ଶବ୍ଦରେ ସମାଲୋଚନା କରି ନଡ୍ଡା କହିଛନ୍ତି, ବିଜେପି କାର୍ଯ୍ୟକର୍ତ୍ତା କୋଭିଡ୍-୧୯ ବିଶ୍ଵ ମହାମାରୀ ସମୟରେ ରିଲିଫ କାର୍ଯ୍ୟ କରିଥିବା ବେଳେ ବିରୋଧୀ ଦଳ ଆଇସୋଲେସନକୁ ଚାଲଗିଲେ। ଏବେ ସମସ୍ତ ବିଜେପି ସାଂସଦ, ମନ୍ତ୍ରୀ ଓ ବିଧାୟକ ସରକାରଙ୍କ ସାତ ବର୍ଷ ପୂରା ହେବା ଅବସରରେ ଅତି କମରେ ଦୁଇଟି ଗାଁର ଲୋକଙ୍କ ସେବା କରିବେ ବୋଲି ନଡ୍ଡା କହିଛନ୍ତି। କିନ୍ତୁ ଏହି ସଙ୍କଟ ସମୟରେ ବିରୋଧୀ ଦଳ କେବଳ ସାମ୍ବାଦିକ ସମ୍ମିଳନୀରେ ବ୍ୟସ୍ତ ରହିଲେ ବୋଲି ନଡ୍ଡା କହିଛନ୍ତି।

 

Get real time updates directly on you device, subscribe now.