ସଡ଼କ ପରିବହନ ମନ୍ତ୍ରଣାଳୟର ବଡ଼ ନିଷ୍ପତ୍ତି; ଏଣିକି ନେସନାଲ ହାଇୱେର ପ୍ରତି ୧୦କିମି ମଧ୍ୟରେ ଲାଗିବ ସାଇନ ବୋର୍ଡ

ନୂଆଦିଲ୍ଲୀ: ଦେଶରେ ଅଶାତୀତ ଭାବେ ହାଇୱେଜ ଏବଂ ଏକ୍ସପ୍ରେସୱେଜର ନିର୍ମାଣ କରାଯାଉଛି । ହେଲେ ଏଥିସହ ରାସ୍ତାରେ ହେଉଥିବା ଦୁର୍ଘଟଣା ସେହିଭଳି ବୃଦ୍ଧି ପାଇବାରେ ଲାଗିଛି । ଏଥିରେ ସ୍ପିଡ ଏବଂ ଲେନ ଉଲ୍ଲଂଘନ ସବୁଠୁ ବଡ଼ କାରଣ ଅଟେ ।

ଏହାକୁ ଦୃଷ୍ଟିରେ ରଖି ସଡ଼କ ପରିବହନ ମନ୍ତ୍ରଣାଳୟ ବର୍ତ୍ତମାନ ସଡ଼କର ମାଲିକାନା ଗ୍ରହଣ କରିଥିବା ଏଜେନ୍ସିମାନଙ୍କ ପାଇଁ ପ୍ରତି ୧୦ କିମି ମଧ୍ୟରେ ଫୁଟପାଥରେ ବାହନ ଲୋଗୋ ସହ ଗତି ସୀମାକୁ ପେଣ୍ଟ କରିବାକୁ ବାଧ୍ୟତାମୂଳକ କରିଛନ୍ତି । ଏହାର ଉଦ୍ଦେଶ୍ୟ ହେଉଛି, ଏକ୍ସପ୍ରେସୱେ ଏବଂ ଜାତୀୟ ରାଜପଥରେ ଯାତ୍ରା କରୁଥିବା ଡ୍ରାଇଭରମାନଙ୍କୁ ମାର୍ଗଦର୍ଶନ କରାଇବା ଏବଂ ସେମାନଙ୍କୁ ଆଲର୍ଟ କରିବା ।

ମନ୍ତ୍ରାଳୟ ଏହି ସପ୍ତାହରେ ଏକ୍ସପ୍ରେସୱେ ଏବଂ ଏନଏଚରେ ସାଇନେଜ ପାଇଁ ବ୍ୟାପକ ଦିଗ-ନିର୍ଦ୍ଦେଶ ଅଧିସୂଚୀତ କରିଛନ୍ତି, ଯାହା ଫେବୃଆରୀ, ୨୦୨୫ରୁ ଲାଗୁ ହେବ । ସେଫ ଡ୍ରାଇଭିଂ ପାଇଁ ସାଇନେଜ ଏବଂ ରୋଡ ମୋକିଂଗ୍ସ ଗୁରୁତ୍ୱପୂର୍ଣ୍ଣ ଅଟେ, କାରଣ ସେମାନଙ୍କୁ ସଡ଼କର ଭାଷା କୁହାଯାଏ, ଏବଂ ଡ୍ରାଇଭରଙ୍କୁ ସୁରକ୍ଷିତ ଡ୍ରାଇଭିଂ ପାଇଁ ଏହା ବିଷୟରେ ଭଲ ସୂଚନା ରହିବା ଆବଶ୍ୟକ ।

ହାଇୱେଜରେ ଯିବା ଆସିବା କରୁଥିବା ଲୋକେ ସାଧାରଣତଃ ଗତି ସୀମା, ପ୍ରସ୍ଥାନ ବିନ୍ଦୁ ଏବଂ ଦିଗ ନିର୍ଦ୍ଦେଶକ ଭଳି ଅନିବାର୍ଯ୍ୟ ଏବଂ ସୂଚନାତ୍ମକ ସଂକେତକୁ ଭୁଲି ଯାଆନ୍ତି । ଏହି କାରଣରୁ ମନ୍ତ୍ରାଳୟ ଲଗାତାର ବ୍ୟବଧାନରେ ବଡ଼ ସାଇନ ବୋର୍ଡ ଲଗାଇବାକୁ ନିର୍ଦ୍ଦେଶ ଦେଇଛି ।

ଭାରତରେ ସଡ଼କ ଦୁର୍ଘଟଣା: ଦିଗ ନିର୍ଦ୍ଦେଶକଙ୍କ ଅନୁସାରେ, ସ୍ପିଡ ଲିମିଟର ଗତି ସୀମା ସାଇନେଜକୁ ପ୍ରତି ୫ କିମିରେ ଲଗାଇବା ଆବଶ୍ୟକ । ରାଜପଥର ମାଲିକାନା ହକ୍ ରଖୁଥିବା ଏଜେନ୍ସିମାନଙ୍କୁ ଡ୍ରାଇଭରଙ୍କୁ ସୂଚୀତ କରିବା ପାଇଁ ପ୍ରତି ୫ କିମି ମଧ୍ୟରେ ନୋ ପାର୍କିଂ ସାଇନେଜ ଲଗାଇବା ପାଇଁ ସୁନିଶ୍ଚିତ କରିବାକୁ ପଡିବ । ଦିଗ-ନିର୍ଦ୍ଦେଶକରେ ଆହୁରି ମଧ୍ୟ କୁହାଯାଇଛି ଯେ, ପ୍ରତି ୫କିମିରେ ଜରୁରୀକାଳୀନ ହେଲ୍ପଲାଇନ ନମ୍ବର ପ୍ରଦର୍ଶିତ ହେବା ଉଚିତ ।