fbpx

ଆସିଲା ଏକାଦଶ ଶ୍ରେଣୀ ପାଇଁ ଗାଇଡଲାଇନ

ଭୁବନେଶ୍ୱର: ଏକାଦଶ ଶ୍ରେଣୀ ଖୋଲିବା ନେଇ ଆସିଲା ଗାଇଡଲାଇନ । ଗାଇଡଲାଇନ ଜାରି କରିଛନ୍ତି ରାଜ୍ୟ ଗଣଶିକ୍ଷା ବିଭାଗ । ଉଚ୍ଚ ମାଧ୍ୟମିକ ସ୍କୁଲ ଅଧ୍ୟକ୍ଷଙ୍କୁ ବିଭାଗୀୟ ସଚିବଙ୍କ ଚିଠି । ୨୧ରୁ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢ଼ା ଆରମ୍ଭ ହେବାକୁ ଯାଉଛି । ପ୍ରଥମ ଦିନ ଇଣ୍ଡକ୍ସନ ସେସନର ବ୍ୟବସ୍ଥା ହେବ । ଇଣ୍ଡକ୍ସନ ସେସନରେ ନୂଆ ପିଲାଙ୍କ ସହ ଜଣେ ଅଭିଭାବକ ରହିପାରିବେ । ଏହା ସହ ସୋମବାରରୁ ଶୁକ୍ରବାର ଯାଏଁ ହେବ ୟୁଟ୍ୟୁବ ଲାଇଭ ଷ୍ଟ୍ରିମିଂ । ପିଲାଙ୍କୁ ୟୁଟ୍ୟୁବ ଚ୍ୟାନେଲର ଲିଙ୍କ ଯୋଗାଇ ଦିଆଯିବ । ଏକାଦଶ ପାଠ ବୁଝିବା ପାଇଁ ଦଶମ ପାଠର ବି ଅବଗତ କରିବେ । ସରକାରଙ୍କ କୋଭିଡ୍ କଟକଣା ସହ ପିଲାଙ୍କର କ୍ଲାସ ଓ ହଷ୍ଟେଲ ଚାଲିବ ।

ସଂପ୍ରତି କରୋନା ମହାମାରୀର ପ୍ରକୋପ ହ୍ରାସ ପାଇବା ପରେ ଧୀରେ ଧୀରେ ଖୋଲୁଛି ଶିକ୍ଷାନୁଷ୍ଠାନ । ପୂର୍ବରୁ ନବମ, ଦ୍ୱାଦଶ ଶ୍ରେଣୀ ପିଲାଙ୍କ କ୍ଲାସ ଆରମ୍ଭ ହୋଇଥିବା ବେଳେ ଏବେ ଆସନ୍ତା ଅକ୍ଟୋବର ୨୧ରୁ ଏକାଦଶ ଏବଂ ଅକ୍ଟୋବର ୨୫ ରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ କ୍ଲାସ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ସରକାର ସ୍ୱତନ୍ତ୍ର ଏସଓପି ମଧ୍ୟ ଜାରିକରାଯାଇଛି ।

Get real time updates directly on you device, subscribe now.