fbpx

ଦକ୍ଷିଣ ଏସିଆରେ ଚାଲିଛି ଇସଲାମିକ ଏଜେଣ୍ଡା: ଜାଣନ୍ତୁ କାହିଁକି ଏମିତି କହିଲେ କଂଗ୍ରେସ ନେତା

ନୂଆଦିଲ୍ଲୀ: ନିକଟରେ କଶ୍ମୀରରେ ଅଣ ମୁସଲିମଙ୍କ ଉପରେ ବଢ଼ୁଥିବା ଆକ୍ରମଣ ଏବଂ ବାଙ୍ଗଲାଦେଶରେ ହିନ୍ଦୁଙ୍କ ଉପରେ ହୋଇଥିବା ବର୍ବରତା ମଧ୍ୟରେ ସମ୍ପର୍କ ଥିବା ନେଇ କହିଛନ୍ତି କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୀଷ ତିୱାରୀ । ଏହା ସହ ସେ କହିଛନ୍ତି ଦକ୍ଷିଣ ଏସିଆରେ ବଡ଼ ମାତ୍ରାରେ ଇସଲାମିକ ଏଜେଣ୍ଡା ଚାଲିଛି ।

କଂଗ୍ରେସ ସାଂସଦ ଟ୍ୱିଟ କରି କହିଛନ୍ତି କଶ୍ମୀରରେ ଅଣ ମୁସଲମାନ ଏବଂ ବାଙ୍ଗଲାଦେଶରେ ହିନ୍ଦୁମାନଙ୍କୁ ହତ୍ୟା ଏବଂ ପୁଞ୍ଚରେ ବଡ଼ ଅନୁପ୍ରବେଶ ଯୋଗୁଁ ୯ ଜବାନ ଶହୀଦ ହୋଇଛନ୍ତି । ଲାଗୁଛି ଉଭୟ ଘଟଣା ମଧ୍ୟରେ କୌଣସି ସମ୍ପର୍କ ରହିଛି । ସେ କହିଛନ୍ତି ଦକ୍ଷିଣ ଏସିଆରେ ଏକ ବଡ଼ ଇସଲାମିକ ଏଜେଣ୍ଡା କାମ କରୁଛି । ମନୀଷ ତିୱାରୀ ଏହି କଥା ସେହି ସମୟରେ କହିଛନ୍ତି ଯେତେବେଳେ ଗୋଟିଏ ଦିନ ପୂର୍ବରୁ ଜମ୍ମୁ-କଶ୍ମୀରରେ ଦୁଇ ଅଣ କଶ୍ମୀରଙ୍କୁ ହତ୍ୟା କରଯାଇଥିଲା ।

ଶନିବାର ଶ୍ରୀନଗରରେ ବିହାରର ଅରବିନ୍ଦ କୁମାର ଏବଂ ପୁଲୱାମାରେ ୟୁପିର ସଜୀର ଅହମଦଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିଲେ । ଜମ୍ମୁ କଶ୍ମୀରର ପୁଞ୍ଚ ରେ ଗତ ୭ ଦିନରୁ ଏନକାଉଣ୍ଟର ଜାରି ରହିଛି, ଯେଉଁଥିରେ ୯ ଯବାନ ଶହୀଦ ହୋଇଛନ୍ତି । ମନୀଷ ତିୱାରୀ ବାଙ୍ଗଲାଦେଶରେ ହିନ୍ଦୁଙ୍କ ଉପରେ ହୋଇଥିବା ବର୍ବରତାର ମଧ୍ୟ ଉଲ୍ଲେଖ କରିଛନ୍ତି ଯେଉଁଠାରେ ଦୁର୍ଗା ପେଣ୍ଡାଲ ଏବଂ ଇସ୍କନ ମନ୍ଦିର ଉପରେ ଆକ୍ରମଣ କରି ଅନେକ ହିନ୍ଦୁଙ୍କ ଜୀବନ ଯାଇଛି ।

Get real time updates directly on you device, subscribe now.