fbpx

ପାମ୍ପୋରରେ ସେନାକୁ ବଡ ସଫଳତା; ଆତଙ୍କୀଙ୍କୁ ଘର ସହ ଉଡାଇଦେଲେ

ନୂଆଦିଲ୍ଳୀ: ଜମ୍ମୁ କଶ୍ମୀରରେ ଭାରତୀୟ ସେନାକୁ ବଡ ସଫଳତା । ସାଧାରଣ ଲୋକଙ୍କ ହତ୍ୟା ପରେ ଏହାର ପ୍ରତିଶୋଧ ନେଇଛନ୍ତି ଭାରତୀୟ ଯବାନ । ଶନିବାର ସୁରକ୍ଷା ବଳଙ୍କ ପକ୍ଷରୁ ଏକ ଘରକୁ ଉଡାଇ ଦେବାର ଭିଡିଓ ଶେୟାର କରାଯାଇଛି । ଏହି ଭିଡିଓରେ ଦୁଇ ଜଣ ଆତଙ୍କୀଙ୍କ ସହିତ ଘରଟିକୁ ଉଡାଇ ଦିଆଯାଇଥିବା ନେଇ ସେନା ପକ୍ଷରୁ କୁହାଯାଇଛି । ରକେଟ ଲଞ୍ଚର ସାହାଯ୍ୟରେ ଘରଟି ଉଡାଇ ଦିଆଯାଇଥିବା ବେଳେ ଦୁଇ ଜଣ ଆତଙ୍କୀ ମରିଥିବା ନେଇ ସେନା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ଏହି ଏନକାଉଣ୍ଟରରେ ଲସ୍କର କମାଣ୍ଡର ଉମର ମୁସ୍ତାକ ଖାଣ୍ଡେ ମରିଥିବା ନେଇ ସେନା ପକ୍ଷରୁ ପ୍ରକାଶ ପାଇଛି ।

ଶ୍ରୀନଗରର ବାଘାଟରେ ଦୁଇ ଜଣ ପୋଲିସ ଅଫିସରଙ୍କ ହତ୍ୟାରେ ଖାଣ୍ଡେ ସମ୍ପୃକ୍ତ ଥିଲା । ଏହା ସହିତ ଅନ୍ୟାନ୍ୟ ଆତଙ୍କୀ କାର୍ଯ୍ୟକଳାପରେ ମଧ୍ୟ ତାର ସମ୍ପୃକ୍ତି ରହିଥିବା ନେଇ କଶ୍ମୀର ଆଇଜି ବିଜୟ କୁମାର ପ୍ରକାଶ କରିଛନ୍ତି । ଆମର ଦୁଇ ସାଥୀ କ୍ୟାପଟେନ ମହମ୍ମଦ ୟୁସୁଫ ଏବଂ କ୍ୟାପଟେନ ସୁହେଲ ଆହଙ୍କ ହତ୍ୟାର ପ୍ରତିଶୋଧ ନିଆଯାଇଥିବା ଆଇଜି ଟ୍ୱିଟ କରି କହିଛନ୍ତି ।

Get real time updates directly on you device, subscribe now.