fbpx

ମିନିଟରେ ପାଆନ୍ତୁ ଇ-ଆଧାର, ଆପଣାନ୍ତୁ ଏହି ୫ଟି ଷ୍ଟେପ

ନୂଆଦିଲ୍ଲୀ: ଆଧାର କାର୍ଡ ଦେଶର ପ୍ରତ୍ୟେକ ନାଗରିକଙ୍କ ଏକ ପ୍ରମୁଖ ପରିଚୟ ପତ୍ର ଅଟେ । ବ୍ୟାଙ୍କରେ ଖାତା ଖୋଲିବା ହେଉ କିମ୍ବା ନୂଆ ମୋବାଇଲ ନମ୍ବର ହେଉ, ପ୍ରାୟ ସବୁ କାମରେ ବ୍ୟବହାର ହୋଇଥାଏ ଆଧାର କାର୍ଡ । ଆଧାର କାର୍ଡ ସାହାଯ୍ୟରେ ସରକାରଙ୍କ ବିଭିନ୍ନ ସାମାଜିକ କଲ୍ୟାଣ ଯୋଜନା ଲାଭ ମିଳିଥାଏ । ଆଧାର କାର୍ଡ ଭାରତରେ କୌଣସି ନାଗରିକଙ୍କ ସବୁଠୁ ମହତ୍ୱପୂର୍ଣ୍ଣ ଆଇଡି ଅଟେ । ଏହାକୁ ତିଆରି କରିବା ପାଇଁ ଆପଣଙ୍କୁ କୌଣସି ଆଧାର କେନ୍ଦ୍ରକୁ ଯିବାକୁ ହେବ ଏବଂ ସେଠାରେ ନାମ, ଠିକଣା, ବାୟୋମେଟ୍ରିକ ଦେବାକୁ ହେବ । ଏହି ସବୁ ତଥ୍ୟ ଦେବା ପରେ ଆପଣଙ୍କୁ ଆଧାର ନମ୍ବର ମିଳିଥାଏ ।

ବର୍ତ୍ତମାନ ସ୍ଥିତିରେ ଆଧାର ମହତ୍ୱପୂର୍ଣ୍ଣ ହୋଇଯାଇଛି । ସମସ୍ତଙ୍କୁ ଏହାକୁ ନିଜ ପାଖରେ ରଖିବା ଦରକାର । ଏହାକୁ ଆପଣ ଡିଜିଟାଲ ଫର୍ମାଟରେ ମଧ୍ୟ ପାଖରେ ରଖିପାରିବେ । ବଦଳୁଥିବା ସମୟରେ ଆଧାରର ଏହି ଡିଜିଟାଲ କପି ଅନେକ କାମରେ ଆସିପାରିବ । ଏହାକୁ ଫୋନ ଦ୍ୱାରା ସହଜରେ ନେଇହେବ । ଆଧାରର ଡିଜିଟାଲ ଫର୍ମକୁ ଇ-ଆଧାର କୁହାଯାଏ ଏବଂ ଏହାକୁ ୟୁଆଇଡିଏଆର ଅଫିସିଆଲ ୱେବସାଇଟରୁ ଡାଉନଲୋଡ କରାଯାଇପାରିବ । ପୂର୍ବରୁ ଡିଜିଟାଲ କପି ଡାଉନଲୋଡ କରିବା ଏତେଟା ସହଜ ନଥିଲା ମାତ୍ର ଏବେ ୟୁଆଇଡିଏଆଇ ଏହାକୁ ଆହୁରି ସହଜ କରିଦେଇଛି ମାତ୍ର ୧୦ ମିନିଟରେ ଆପଣ ଇ-ଆଧାର ଡାଉନଲୋଡ କରିପାରିବେ ।

ଏମିତି କରିପାରିବେ ଡାଉନଲୋଡ:

1.ପ୍ରଥମେ ଅଫିସିଆଲ “uidai.gov.in’ ୱେବସାଇଟକୁ ଯାଆନ୍ତୁ, ଏହାପରେ ତଳକୁ ସ୍କ୍ରଲ କରନ୍ତୁ ଆପଣଙ୍କୁ ‘Get Aadhaar’ ସେକ୍ସନ ଦେଖାଯିବ ସେଠାରେ ଥିବା ଡାଉନଲୋଡ ଅପ୍ସନକୁ କ୍ଲିକ କରନ୍ତୁ ।

2.ଏହାପରେ ପେଜରେ ଏନରୋଲମେଣ୍ଟ ଆଇଡି କିମ୍ବା ଭର୍ଚୁଆଲ ଆଇଡି ଦିଅନ୍ତୁ । ଏହାପରେ କ୍ୟାପଚାକୁ ଏଣ୍ଟର କରନ୍ତୁ ।

3.ଏହାପରେ ଆପଣଙ୍କୁ ଏକ ଓଟିପି ଆସିବ । ଇ-ଟ୍ରାନ୍ଜାକ୍ସନକୁ ପୁରା କରିବା ପାଇଁ ଆସିଥିବା ଓଟିପିକୁ ଭରନ୍ତୁ ।

4.ଯଦି ଆପଣ ସମସ୍ତ ତଥ୍ୟ ଠିକ୍ ଭାବରେ ଦେଇଥିବେ ତେବେ ଆପଣଙ୍କ ଇ-ଆଧର ଡାଉନଲୋଡ ହୋଇଯିବ ।

5.ତେବେ ଡାଉନଲୋଡ ହୋଇସାରିବା ପରେ ଆପଣଙ୍କୁ ଏହାକୁ ଖୋଲିବା ପାଇଁ ପାସୱାର୍ଡ ପଚରାଯିବ ଏଥିପାଇଁ ଆପଣଙ୍କୁ ଆପଣଙ୍କ ନାମ ଏବଂ ଜନ୍ମବର୍ଷର ପ୍ରଥମ ଚାରି ଅକ୍ଷର ଦେବାକୁ ହେବ ।

Get real time updates directly on you device, subscribe now.