fbpx

ଜେଲକୁ ନୂଆ ଆସୁଥିବା ଅଭିଯୁକ୍ତଙ୍କ ପାଇଁ ଗୃହ ବିଭାଗର ଏସଓପି

ଭୁବନେଶ୍ୱର, ୩ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ବଢ଼ି ବଢ଼ି ଚାଲିଛି କରୋନା ସଂକ୍ରମଣ । ତେଣୁ କରୋନା ମୁକାବିଲା କରିବା ପାଇଁ ସରକାର ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହାରି ମଧ୍ୟରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି । ଜେଲକୁ ନୂଆ ଆସୁଥିବା ଅଭିଯୁକ୍ତଙ୍କ ପାଇଁ ଗୃହ ବିଭାଗ ପକ୍ଷରୁ ଏସଓପି ଜାରି ହୋଇଛି । ଜେଲରେ କରୋନା ସଂକ୍ରମଣ ରୋକିବା ପାଇଁ ଏହି ନୂଆ ଏସଓପି ଜାରି କରାଯାଇଛି । ନୂଆ ଏସଓପି ଅନୁସାରେ କୋର୍ଟରେ ହାଜର ପୂର୍ବରୁ ଅଭିଯୁକ୍ତଙ୍କର କୋଭିଡ଼ ପରୀକ୍ଷା କରାଯିବ । ଏହାସହ ରିମାଣ୍ଡରେ ଅଣାଯିବା ଆଗରୁ ମଧ୍ୟ ମେଡ଼ିକାଲରେ ସେମାନଙ୍କ କୋଭିଡ଼ ପରୀକ୍ଷା କରାଯିବ । ଯଦି ସେମାନଙ୍କ ରିପୋର୍ଟ ପଜିଟିଭ ଆସେ ତେବେ ସେମାନଙ୍କୁ କୋଭିଡ଼ ହସ୍ପିଟାଲ ପଠାଯିବା ପାଇଁ ବ୍ୟବସ୍ଥା କରାଯିବ ।

Get real time updates directly on you device, subscribe now.