fbpx
BJD
BJD SKY
BJD SKY

ଏକାଦଶ ଓ ୮ମ ଶ୍ରେଣୀ ଖୋଲିବା ନେଇ ଜାରି ହେଲା SOP

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ଯୋଗୁଁ ପାଠପଢ଼ା ପ୍ରଭାବିତ ହେଉଥିବା ବେଳେ ଦଶହରା ପରେ ଏକାଦଶ ଓ ଅଷ୍ଟମ ଶ୍ରେଣୀ କ୍ଲାସ ହେବା ନେଇ ଘୋଷଣା ହୋଇଛି । ଏହାରି ମଧ୍ୟରେ ଏକାଦଶ ଓ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ଏସଓପି ଜାରି ହୋଇଛି । ରାଜ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ ଏସଓପି ଜାରି ହୋଇଛି । ଏସଓପି ଅନୁସାରେ, ଦିନ ୧୦ଟାରୁ ସାଢ଼େ ଗୋଟାଏ ଯାଏ ଚାଲିବ ଏକାଦଶ କ୍ଲାସ । ସେହିପରି ସକାଳ ୯ଟାରୁ ଦିନ ସାଢ଼େ ୧୨ଟା ଯାଏଁ ଚାଲିବ ଅଷ୍ଟମ କ୍ଲାସ । ଅଷ୍ଟମ ପିଲାଙ୍କୁ ସ୍କୁଲରେ ମଧ୍ୟାହ୍ନ ଭୋଜନ ଦିଆଯିବ ନାହିଁ ।

ତେବେ ୨୧ରୁ ଏକାଦଶ ଓ ୨୫ ତାରିଖରୁ ଅଷ୍ଟମ ଶ୍ରେଣୀ ଖୋଲିବାକୁ ଘୋଷଣା ହୋଇଛି । ସ୍କୁଲ ଖୋଲିଲେ ବି ଅଫଲାଇନ୍ ସହ ଅନଲାଇନରେ କ୍ଲାସ ହେବ । ଅଭିଭାବକଙ୍କ ସହ କଥା ହୋଇ ପିଲା ସ୍କୁଲକୁ ଆସି କ୍ଲାସ କରିପାରିବେ । କଣ୍ଟେନମେଣ୍ଟ ଜୋନର ଶିକ୍ଷକ, ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ ଆସିବା ମନା ହୋଇଛି ।

Get real time updates directly on you device, subscribe now.