fbpx
BJD
BJD SKY
BJD SKY

‘ସରି ସାର୍…’ କହିଲେ କ୍ୟାପଟେନଙ୍କୁ ମାଡ଼ ମାରିଥିବା ଯାତ୍ରୀ

ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ପାଇଲଟଙ୍କୁ ମାଡ଼ ମାରିବା ଘଟଣା ସାମ୍ନାକୁ ଆସିଥିଲା । ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରରେ ବିମାନର ଜଣେ କ୍ୟାପଟେନ୍ ବିମାନ ଉଡ଼ାଣରେ ବିଳମ୍ବକୁ ନେଇ ସୂଚନା ଦେଉଥିବା ବେଳେ ଜଣେ ଯାତ୍ରୀ ଉତ୍କ୍ଷିପ୍ତ ହୋଇ ଉକ୍ତ କ୍ୟାପଟେନଙ୍କୁ ମାଡ଼ ମାରିଥିଲେ । ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଯାତ୍ରୀ ଜଣଙ୍କ ଉକ୍ତ କ୍ୟାପଟେନଙ୍କ ଠାରୁ କ୍ଷମା ମାଗିଥିଲେ । କ୍ୟାପଟେନଙ୍କୁ ମାଡ଼ ମାରିଥିବା ଯାତ୍ରୀ ଜଣଙ୍କ ହେଉଛନ୍ତି ସାହିଲ କଟାରିଆ ।

ସୂଚନାରୁ ପ୍ରକାଶ ଦିଲ୍ଲୀରୁ ଗୋଆ ଅଭିମୁଖେ ଯାତ୍ରା କରିବାକୁ ଯାଉଥିବା ଇଣ୍ଡିଗୋ ଫ୍ଲାଇଟ୍(6E-2175) ଉଡ଼ାଣରେ କୌଣସି କାରଣ ବଶତଃ ବିଳମ୍ବ ଦେଖାଦେଇଥିଲା । ଏଥିରେ ପାଇଲଟ୍ ଅନୁପ କୁମାର ବିମାନର ବିଳମ୍ବକୁ ନେଇ ଆନାଉନ୍ସମେଣ୍ଟ କରିଥିଲେ । ସେହି ସମୟରେ ଜଣେ ଉତ୍କ୍ଷିପ୍ତ ଯାତ୍ରୀ ତାଙ୍କୁ ମାଡ଼ ମାରିଥିଲେ । ପାଇଲଟଙ୍କୁ ମାଡ଼ ମାରିଥିବା ବ୍ୟକ୍ତିଙ୍କ ବିରୋଧରେ ଦିଲ୍ଲୀ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ଏହା ପରେ ସେହି ଯାତ୍ରୀ (ସାହିଲ କଟାରିଆ) ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରି କ୍ଷମା ନିଜ ଦୁର୍ବ୍ୟବହାର ପାଇଁ ହାତ ଯୋଡ଼ି କ୍ଷମା ପ୍ରାର୍ଥନା କରିଥିଲେ ।

Get real time updates directly on you device, subscribe now.