fbpx

ସୌମ୍ୟ ଆତ୍ମହତ୍ୟା: ଗାୟିକା ସୋନାଲି ନନ୍ଦଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା ମାମଲାରେ ଆକ୍ସନ ନେଇଛି ପୋଲିସ । ସୌମ୍ୟଙ୍କ ପ୍ରେମିକ ବା ଗାୟିକା ସୋନାଲି ନନ୍ଦଙ୍କ ନାଁରେ ମାମଲା ରୁଜୁ ହୋଇଛି । ଗାୟିକା ସୋନାଲି ନନ୍ଦ ଓ ତାଙ୍କ ମାଆଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱର ଇନଫୋସିଟି ଥାନାରେ ମାମଲା ରୁଜୁ ହୋଇଛି ।

ସୂଚନା ଅନୁସାରେ, ସୌମ୍ୟ ତାଙ୍କ ସୁଇସାଇଡ ନୋଟରେ ସୋନାଲିଙ୍କୁ ଦାୟୀ କରିଥିଲେ । ସୌମ୍ୟଙ୍କ ଭଉଣୀ ଏନେଇ ଇନଫୋସିଟି ଥାନାରେ ଅଭିଯୋଗ କରିଥିଲେ । ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉନଥିବାରୁ ପରିବାର ହାଇକୋର୍ଟ ଯାଇଥିଲେ ।

ତେବେ ଜାନୁଆରୀ ୩୦ରେ ସୌମ୍ୟ ଆତ୍ମହତ୍ୟା କରିଥିଲେ। ତାଙ୍କ ସୁଇସାଇଡ଼ ନୋଟରେ ସେ ତାଙ୍କ ମୃତ୍ୟୁ ପାଇଁ ସୋନାଲିଙ୍କୁ ଦାୟୀ କରିଥିଲେ। ସୌମ୍ୟଙ୍କ ଭଉଣୀ ଏନେଇ ଥାନାରେ ଅଭିଯୋଗ କରିଥିଲେ। ତେବେ ପୋଲିସ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନେଇନଥିଲେ। ଶେଷରେ ପରିବାର ପକ୍ଷରୁ ଏନେଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ଭୁବନେଶ୍ୱର ଡିସିପିଙ୍କୁ ଏନେଇ ମାମଲା ରୁଜୁ ପାଇଁ ନିର୍ଦେଶ ଦେଇଥିଲେ। ଘଟଣାର ଅଢ଼େଇ ମାସ ପରେ ପୋଲିସ ଏବେ ମାମଲା ରୁଜୁ କରିଛି।

Get real time updates directly on you device, subscribe now.