fbpx

(Video) CBFC ବିରୋଧରେ ଲାଞ୍ଚ ଅଭିଯୋଗ ଆଣିଲେ ସାଉଥ୍ ଷ୍ଟାର ବିଶାଲ

AAKASH

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଦୁନିଆରୁ ଆସିଛି ଏକ ବଡ଼ ଖବର । ଫିଲ୍ମ ରିଲିଜ କରାଇବା ପାଇଁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସର୍ଟିଫିକେସନ (ସିବିଏଫସି) ମୁମ୍ବାଇ ଲାଞ୍ଚ ନେଇଥିବା ନେଇ ଆସିଛି ଅଭିଯୋଗ । ଏହି ଅଭିଯୋଗ କରିଛନ୍ତ ତାମିଲ ଅଭିନେତା ବିଶାଳ । ଏନେଇ ବିଶାଳ ନିଜ ‘ଏକ୍ସ’ ଆକାଉଣ୍ଟରେ ଏକ ଭିଡିଓ ଶେୟାର କରିବା ସହ ବାସ୍ତବ ଜୀବନରେ ସରକାରୀ କାର୍ଯ୍ୟାଳୟରେ ଭ୍ରଷ୍ଟାଚାର ହେବା ଠିକ୍ ନୁହେଁ ବୋଲି ଲେଖିଛନ୍ତି ।

ବିଶାଳ ଲେଖିଛନ୍ତି, ଭ୍ରଷ୍ଟାଚାର ସିଲଭର ସ୍କ୍ରିନରେ ଦେଖାଇବା ଠିକ୍, ମାତ୍ର ରିୟଲ ଲାଇଫରେ ନୁହେଁ । ବିଶେଷ କରି ସରକାରୀ କାର୍ଯ୍ୟାଳୟରେ ଭ୍ରଷ୍ଟାଚାର ଆଦୌ ଗ୍ରହଣୀୟ ନୁହେଁ । ମୋ ଫିଲ୍ମ ‘ମାର୍କ ଆଣ୍ଟନୀ’ର ହିନ୍ଦି ସଂସ୍କରଣ ପାଇଁ ୬.୫ ଲକ୍ଷ ଟଙ୍କାର ଲାଞ୍ଚ ଦେବାକୁ ପଡ଼ିଲା । ଦୁଇଟି ଟ୍ରାଞ୍ଜାକସନରେ ମୋତେ ସ୍କ୍ରିନିଂ ପାଇଁ ୩ ଲକ୍ଷ ସାର୍ଟିଫିକେଟ ପାଇଁ ୩.୫ ଲକ୍ଷ ଦେବାକୁ ପଡ଼ିଥିଲା । ।

ବିଶାଳ ପୁଣି ଲେଖିଛନ୍ତି, ମୋ କ୍ୟାରିୟରରେ ଏଭଳି ପରିସ୍ଥିତିର ସାମ୍ନା ମୁଁ କେବେ ବି କରିନଥିଲି । ଯେହେତୁ ଆଜି ଫିଲ୍ମ ରିଲିଜ ହେଉଛି ତେଣୁ ଉକ୍ତ ଅର୍ଥ ଭରଣା କରିବା ବ୍ୟତୀତ ମୋ ପାଖରେ ଅନ୍ୟ କିଛି ବିକଳ୍ପ ନଥିଲା । ଏନେଇ ମୁଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଷ୍ଟି ଆକର୍ଷଣ କରୁଛି । ଏହି ସମସ୍ୟା କେବଳ ମୋର ନୁହେଁ ଭବିଷ୍ୟତର ଫିଲ୍ମ ନିର୍ମାତାଙ୍କ ପାଇଁ ମଧ୍ୟ ଏହା ପ୍ରଯୁଜ୍ୟ ଅଟେ । ମୋର କଷ୍ଟୋପାର୍ଜିତ ଅର୍ଥ ଲାଞ୍ଚରେ ଚାଲିଗଲା, ଯାହାକି ଆଦୌ ଠିକ୍ ନୁହେଁ । ସମସ୍ତେ ଜାଣିବା ପାଇଁ ମୁଁ ପ୍ରମାଣ ବି ଦେଇଛି । ଆଶା କରୁଛି ପ୍ରତି ଥର ଭଳି ସତ୍ୟର ବିଜୟ ହେବ ।

Get real time updates directly on you device, subscribe now.