fbpx
BSKY
BJD MS SKY
BJD YOUTH SKY

ବିନା ବିବାହରେ ଗର୍ଭବତୀ ହେଲେ ମହିଳା, ରାଗରେ ପେଟ୍ରୋଲ ପକାଇ ଜିଅନ୍ତା ଜାଳିଦେଲେ ଭାଇ ଏବଂ ମାଆ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ହାପୁଡ଼ ଜିଲ୍ଲାରେ ଜଣେ ଯୁବତୀଙ୍କୁ ପରିବାର ଲୋକେ ଜିଅନ୍ତା ଜାଳିଦେବାକୁ ପ୍ରୟାସ କରୁଥିବା ଖବର ସାମ୍ନାକୁ ଆସିଛି । କୁହାଯାଉଛି ଯେ, ଯୁବତୀଙ୍କ ଗର୍ଭବତୀ କଥାକୁ ନେଇ ତାଙ୍କ ମାଆ ଏବଂ ଭାଇ ପେଟ୍ରୋଲ ପକାଇ ଜାଳିଦେବାକୁ ଚେଷ୍ଟା କରିଛନ୍ତି । ତାଙ୍କୁ ଏବେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ଜଣେ ୨୩ ବର୍ଷୀୟ ଯୁବତୀ ସେହି ଗାଁର ଜଣେ ଯୁବକଙ୍କ ସହ ଶାରୀରିକ ସଂପର୍କ ରଖିଥିଲା । ଏହାରି ମଧ୍ୟରେ ଯୁବତୀ ଜଣକ ଗର୍ଭବତୀ ହୋଇଯାଇଛନ୍ତି । ଯେତେବେଳେ ଏହି କଥା ଘର ଲୋକଙ୍କୁ ଜଣାପଡିଲା ସେମାନେ ଉତ୍ତେଜିତ ହୋଇଥିଲେ । ସେମାନେ ଯୁବତୀଙ୍କ ଟେଷ୍ଟ କରାଇବା ପରେ ସତ ସାମ୍ନାକୁ ଆସିଥିଲା । ଯାହାପରେ ଘରଲୋକେ ଯୁବତୀଙ୍କୁ ଜଙ୍ଗଲକୁ ନେଇ ପେଟ୍ରୋଲ ପକାଇ ନିଆଁ ଲଗାଇଦେଇଥିଲେ ।

ଅଭିଯୋଗ ହୋଇଛି ଯେ, ଏହି ଅପରାଧରେ ତାଙ୍କ ନିଜ ମାଆ ଏବଂ ଭାଇ ସାମିଲ ଅଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଯୁବତୀଙ୍କୁ ପରିବାର ଲୋକେ ପ୍ରଥମେ ମାରପିଟ କରିଥିଲେ । ଏହାପରେ ତାଙ୍କୁ ଜଙ୍ଗଲକୁ ନେଇ ଜାଳିଦେଇଥିଲେ । ଯୁବତୀ ଏପରି ଜଳୁଥିବା ଅବସ୍ଥା ଚିତ୍କାର କରିଥିଲେ । ଏହାପରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଁଚି ଯୁବତୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇଛି ।

ହସ୍ପିଟାଲରେ ଯୁବତୀଙ୍କ ଅବସ୍ଥା ବର୍ତ୍ତମାନ ଗୁରତର ଅଛି । ଏଥିରେ ଯୁବତୀଙ୍କ ଶରୀରର ୭୦ ଭାଗ ଜଳିଯାଇଛି । ପୋଲିସ ଏହି ଅଭିଯୋଗରେ ଯୁବତୀଙ୍କ ମାଆ ଏବଂ ଭାଇଙ୍କୁ ଗିରଫ କରିଛି । ଅଭିଯୁକ୍ତକାରୀଙ୍କ ଉପରେ ୩୦୭ ଧାରା ପଞ୍ଜୀକୃତ କରାଯାଇଛି ।

Get real time updates directly on you device, subscribe now.