fbpx

ଭାରତରେ କ୍ୟାନ୍ସର ଯୋଗୁଁ ମହିଳାଙ୍କର ମୃତ୍ୟୁର ବିପଦ ଅଧିକ, ଲାନସେଟ୍ ରିପୋର୍ଟରେ ବଡ ଖୁଲାସା: ଏହି ୫ ଟି କାମ କରିବା ଦ୍ୱାରା ବଞ୍ଚିଯିବ ଜୀବନ

ଭାରତରେ କ୍ୟାନ୍ସର ବା କର୍କଟ ରୋଗରେ ପୀଡିତ ଅଧିକାଂଶ ମହିଳା ଠିକ୍ ସମୟରେ ଚିକିତ୍ସା ପାଆନ୍ତି ନାହିଁ, ଯେଉଁ କାରଣରୁ ସେମାନଙ୍କର ମୃତ୍ୟୁ ହୋଇଯାଏ । ଲାନସେଟ୍ ଆୟୋଗର ନୂଆ ରିପୋର୍ଟରେ ଏହା ପ୍ରକାଶ ପାଇଛି ।

ଏହି ରିପୋର୍ଟ ଅନୁଯାୟୀ, ଭାରତୀୟ ମହିଳାମାନଙ୍କଠାରେ କର୍କଟ କାରଣରୁ ହେଉଥିବା ପ୍ରାୟ ୬୩% ମୃତ୍ୟୁ ସ୍କ୍ରିନିଂ ଏବଂ ନିରାକରଣ ଦ୍ୱାରା ରୋକାଯାଇ ପାରିଥାନ୍ତା । ଠିକ୍ ସମୟରେ ଉପଯୁକ୍ତ ଚିକିତ୍ସା ସହିତ ୩୭% ମୃତ୍ୟୁକୁ ରୋକାଯାଇ ପାରିଥାନ୍ତା । ଦେଶରେ କର୍କଟ ଚିକିତ୍ସାରେ ଲିଙ୍ଗଗତ ଅସମାନତା ଉପରେ ଲାନସେଟ୍ କମିଶନ ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ ବିଷୟ ପ୍ରକାଶ ପାଇଛି । ଏଥିରେ କୁହାଯାଇଛି ଯେ, ଯଦିଓ ପୁରୁଷମାନଙ୍କଠାରେ କର୍କଟ ରୋଗ ହେବାର ଆଶଙ୍କା ଅଧିକ, କିନ୍ତୁ ମହିଳାମାନଙ୍କଠାରେ କର୍କଟ ରୋଗ ଏବଂ ମୃତ୍ୟୁ ହାର ଅଧିକ ରହିଛି ।

ନୂଆ ରିପୋର୍ଟରେ କୁହାଯାଇଛି ଯେ, ଭାରତରେ ମହିଳାଙ୍କ ମଧ୍ୟରେ କର୍କଟ କାରଣରୁ ପ୍ରାୟ ୬୯ ଲକ୍ଷ ମୃତ୍ୟୁକୁ ରୋକାଯାଇ ପାରିଥାନ୍ତା ଏବଂ ୪୦.୩ ଲକ୍ଷ ମହିଳା ଚିକିତ୍ସିତ ହୋଇପାରିଥାନ୍ତେ । ସର୍ବଭାରତୀୟ ସ୍ତରରେ ନୂଆ କ୍ୟାନ୍ସର ମାମଲାରେ ୪୮% ମହିଳା ଓ କ୍ୟାନ୍ସରରୁ ହେଉଥିବା ମୃତ୍ୟୁରେ ୪୪% ମହିଳା ସାମିଲ । ମହିଳାମାନଙ୍କଠାରେ ହେଉଥିବା ସ୍ତନ କର୍କଟ ଏବଂ ଗର୍ଭାଶୟ କର୍କଟକୁ ଚିକିତ୍ସା ମାଧ୍ୟମରେ ରୋକାଯାଇ ଆରୋଗ୍ୟ କରାଯାଇପାରିବ । ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି କି, ସୂଚନା ଅଭାବ, ଆର୍ôଥକ ଶକ୍ତି ଏବଂ ପ୍ରାଥମିକ ସେବା ଉପଲବ୍ଧତା ଅଭାବରୁ ମହିଳାମାନେ ଠିକ୍ ଏବଂ ଉପଯୁକ୍ତ ଚିକିତ୍ସା କରିପାରୁ ନାହାଁନ୍ତି । ରିପୋର୍ଟରେ କୁହାଯାଇଛି ଯେ, ମହିଳାମାନେ ବିଶ୍ୱର ଯେଉଁ କୋଣରେ ରୁହନ୍ତୁ ନା କାହିଁକି, ମହିଳାଙ୍କଠାରେ ପୁରୁଷଙ୍କ ତୁଳାନରେ ସୂଚନା ଓ ନିର୍ଣ୍ଣୟ ନେବାର ଶକ୍ତି କମ୍ ହେବାର ସମ୍ଭାବନା ଅଧିକ ।

ମହିଳାମାନେ ୫ଟି କାମ କରିବା ଉଚିତ୍, ଯାହାଦ୍ୱାରା କର୍କଟ ରୋଗକୁ ରୋକାଯାଇପାରିବ :-

– ସମସ୍ତ ମହିଳା ପ୍ରତିମାସରେ ସେମାନଙ୍କର ସ୍ତନକୁ ନିଜେ ଯାଞ୍ଚ କରିବା ଉଚିତ ଏବଂ ବର୍ଷକୁ ଥରେ ଡାକ୍ତରଙ୍କ ଦ୍ୱାରା ଚେକଅପ୍ କରିବା ଉଚିତ୍ ।

– ୪୦ ବର୍ଷରୁ ଅଧିକ ମହିଳାମାନେ ସ୍ତନ କର୍କଟ ରୋଗ ଯାଞ୍ଚ କରିବା ପାଇଁ ବର୍ଷକୁ ଥରେ ମ୍ୟାମୋଗ୍ରାଫି କରିବା ଉଚିତ୍ ।

– ଯେଉଁ ମହିଳାମାନେ ଆତ୍ମ-ପରୀକ୍ଷଣ ସମୟରେ ସ୍ତନରେ କୌଣସି ଗଣ୍ଠି ହୋଇଥିବାର ଦେଖିବାକୁ ପାଆନ୍ତି, ସେମାନେ ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଉଚିତ୍ ।

– ଗର୍ଭାଶୟ କର୍କଟକୁ ଏଡାଇବା ପାଇଁ ୨୫ ରୁ ୬୫ ବର୍ଷ ବୟସର ମହିଳାମାନେ ଏକ pap smear tes କରିବା ଉଚିତ୍ ।

– ମାନବ ପାପିଲୋମା ଜୀବାଣୁ ଚିହ୍ନଟ କରିବା ପାଇଁ ମହିଳାମାନେ ପ୍ରତି ୫ କିମ୍ବା ୧୦ ବର୍ଷରେ ଏକ ଏଚପିଭି ପରୀକ୍ଷା କରିବା ଉଚିତ୍ ।

Get real time updates directly on you device, subscribe now.