fbpx
BSKY SKY
BSKY SKY

ଆସିଲା ନିର୍ଦ୍ଦେଶନାମା: ବାଣ ଫୁଟାଇବାକୁ ନେଇ କଟକଣା, ଅନଲାଇନ ବିକ୍ରିରେ ବି ଲାଗିଲା ରୋକ

BSKY

ନୂଆଦିଲ୍ଲୀ: ଦୀପାବଳୀ ଆଉ ଅଳ୍ପ ଦିନ ବାକିଥିବା ବେଳେ ଏହାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ, ଉଦ୍ଦୀପନା ଦେଖିବାକୁ ମିଳିଛି । ଏହି ଅବସରରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ବାଟ ଫୁଟାଇବାରେ ମଗ୍ନ ରହିଥାନ୍ତି । ବିଗତ ବର୍ଷମାନଙ୍କରେ ବାଣ ଫୁଟାଇବା କାରଣରୁ ଅନେକଙ୍କର ଜୀବନ ହାନୀ ହେବା ସହ କିଛି ଲୋକ ଆହତ ମଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା । ବାଣ ଫୁଟାଇବା ଫଳରେ ଏହା ପରିବେଶକୁ ମଧ୍ୟ ବହୁମାତ୍ରାରେ ପ୍ରଦୂଷିତ କରିଥାଏ ।

ତେବେ ଏହିସବୁ ସମସ୍ୟାକୁ ଦୃଷ୍ଟିରେ ରଖି ଗତ କିଛିବର୍ଷ ଧରି ଦିଲ୍ଲୀ-ଏନସିଆରରେ ବାଣ ଫୁଟାଇବା ଓ ବିକ୍ରି ଉପରେ କଟକଣା ଲାଗି କରାଯାଇଥିଲା । ଚଳିତ ବର୍ଷ ମଧ୍ୟ ବାଣ ଉପରେ ରୋକ ଲାଗୁ ଘୋଷଣା କରାଯାଇଛି । ଗୁରୁଗ୍ରାମ ଜିଲ୍ଲା ପ୍ରଶାସନ ପ୍ରଦୂଷଣକୁ ଦୃଷ୍ଟିରେ ରଖି ବାଣ ବିକ୍ରି ଓ ବ୍ୟବହାର ନେଇ କଟକଣା ଜାରି କରିଛନ୍ତି । ଏଥିସହିତ ଅନଲାଇନ ବିକ୍ରି ଉପରେ ମଧ୍ୟ କଟକଣା ଲାଗୁ କରାଯାଇଛି । କେବଳ ୪ ପ୍ରକାରର ଗ୍ରୀନ ବାଣକୁ ବ୍ୟବହାର କରିବା ନେଇ ଜନସାଧାରଣଙ୍କୁ ଅନୁମତି ଦିଆଯାଇଛି ।

ନିର୍ଦ୍ଦେଶନମା ମୁତାବକ, ଆମାଜନ ଓ ଫ୍ଲିପକର୍ଟ ପରି ଇ-ବାଣିଜ୍ୟ କମ୍ପାନୀଗୁଡ଼ିକ ପକ୍ଷରୁ ଅନଲାଇନରେ ବାଣ ବିକ୍ରି ନେଇ ରୋକ ଲାଗୁ କରାଯାଇଛି । ଏହି ଆଦେଶ ଆସନ୍ତା ନଭେମ୍ବର ମାସଠାରୁ ଆରମ୍ଭ କରି ଆସନ୍ତା ବର୍ଷ ଜାନୁଆରୀ ମାସ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ମୁତାବକ, ଯେଉଁ କମ୍ ପ୍ରଦୂଷଣ କରୁଥିବା ସେଗୁଡ଼ିକୁ ଜିଲ୍ଲାର ଲାଇସେନ୍ସଧାରୀ ବେପାରୀମାନେ ବିକ୍ରି କରିପାରିବେ । ଦୀପାବଳୀ ଅବସରରେ ରାତି ୮ଟାରୁ ୧୦ଟା ପର୍ଯ୍ୟନ୍ତ, କ୍ରିସମାସ ଓ ନୂଆବର୍ଷ ରାତି ୧୧.୫୫ରୁ ୧୨.୩୦ ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଛି ।

Get real time updates directly on you device, subscribe now.