fbpx
BJD SKY
BJD SKY

କର୍ଣ୍ଣାଟକ ବନ୍ଦକୁ ସମର୍ଥନ କରୁଛନ୍ତି ୧୯୦୦ ସଙ୍ଗଠନ, ରାଜ୍ୟ ସାରା ସ୍କୁଲ କଲେଜ ଆଜି ଛୁଟି

BJD

କର୍ଣ୍ଣାଟକ : କର୍ଣ୍ଣାଟକ ଏବଂ ତାମିଲ ନାଡୁ ମଧ୍ୟରେ ଚାଲିଥିବା କାବେରୀ ନଦୀ ଜଳ ବିବାଦ ପୁଣି ମୁଣ୍ଡ ଟେକିଛି । କାବେରୀ ଜଳ ପ୍ରବନ୍ଧକ ପ୍ରାଧିକରଣ କର୍ଣ୍ଣାଟକ ସରକାରଙ୍କୁ ଆଦେଶ ଦେଇଥିଲେ ସେ ଆସନ୍ତା ୧୫ ଦିନ ପର୍ଯ୍ୟନ୍ତ ତାମିଲନାଡୁକୁ ୫ ହଜାର କ୍ୟୁସେକ ପାଣି ଛାଡିବା ପାଇଁ । କର୍ଣ୍ଣାଟକ ସରକାର ଏହା ବିରୋଧରେ ସୁପ୍ରିମକୋର୍ଟ ଯାଇଥିଲେ କିନ୍ତୁ ତାଙ୍କୁ କୌଣସି ଫଳ ମିଳିଲା ନାହିଁ । ଏହା ପରେ କର୍ଣ୍ଣାଟକରେ ବିରୋଧ ପ୍ରଦର୍ଶନ ଆରମ୍ଭ ହୋଇଥିଲା । ଆଜି କର୍ଣ୍ଣାଟକ ବନ୍ଦ ।

ଏହି ବନ୍ଦର ପ୍ରଭାବ ସାରା ରାଜ୍ୟରେ ପଡୁଛି । ଏହି ବନ୍ଦକୁ ପ୍ରାୟ ୧୯୦୦ ରୁ ଅଧିକ ସଙ୍ଗଠନ ସମର୍ଥନ କରୁଛି । କାବେରୀ ନଦୀ ଜଳକୁ ନେଇ କର୍ଣ୍ଣାଟକ ଏବଂ ତାମିଲନାଡୁ ମଧ୍ୟରେ ବିବାଦ ଲାଗି ରହିଛି । ପ୍ରାଇଭେଟ କ୍ୟାବ ଆସୋସିଏସନ,ରେଷ୍ଟୋରାଣ୍ଟ ଏବଂ ହୋଟେଲ ଆସୋସିଏସନ, ବିଏମଟିସି ୟୁନିୟନ, ସରକାରୀ କର୍ମଚାରୀ ସଂଗଠନ ସହିତ ଆହୁରି ଅନେକ ସଂଗଠନ ଏହି ବନ୍ଦକୁ ସମର୍ଥନ କରୁଛି ।

Get real time updates directly on you device, subscribe now.